ଭୁବନେଶ୍ୱର, (ବାଘୁଆବାର୍ତ୍ତା): ପୁଣି ଭୁବନେଶ୍ୱର ସଲିଆସାହିରୁ ଠାବ ହେଲା ଚୋରା ଦେଶୀ ମଦ ଭାଟି । ସଲିଆସାହି ନୀଳଚକ୍ର ନଗରରେ ଚାଲିଥିଲା ଦେଶୀ ମଦଭାଟି । ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ଶହ ଶହ ଲିଟର ଦେଶୀ ମଦ ଜବତ କରାଯାଇଛି । ଏହା ସହ ହଜାର ହଜାର ଲିଟର ପୋଚ ନଷ୍ଟ କରାଯାଇଛି । ପୂର୍ବରୁ ମଧ୍ୟ ଅନେକ ଥର ସାଲିଆସାହିରେ ଚଢାଉ କରି ଚୋରା ଦେଶୀ ମଦ ଭାଟି ଠାବ କରିଛି ପୋଲିସ । ସେପଟେ ଘଟଣାରେ ୭ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ ।





