ରଣପୁର, (ବାଘୁଆବାର୍ତ୍ତା) : ଗତ ୧୮ ତାରିଖ ଠାରୁ ରଣପୁର ବ୍ଲକ ବନ୍ଧମୁଣ୍ଡା ପଞ୍ଚାୟତର ରଂଆଳା ଗ୍ରାମରେ ଅବସ୍ଥିତ ପ୍ରସିଦ୍ଧ ମା ଖିଲାମୁଣ୍ଡାଙ୍କ ପିଠସ୍ଥଳୀ ରେ ଯଜ୍ଞ ଆରମ୍ଭ ହୋଇଥିଲା l ଆଜି ଗୋଧୂଳି ସମୟରେ ପୂର୍ଣ୍ଣାହୁତି କାର୍ଯ୍ୟ ସମ୍ପନ ହୋଇଥିବା ଜଣାଯାଇଛି l ନିଘଞ୍ଚ ଘଞ୍ଚ ଜଙ୍ଗଲ ମଧ୍ୟରେ ଥିବା ଏହି ଖିଲାମୁଣ୍ଡା ପୀଠରେ କେଉଁ ଆବାହନ କାଳରୁ ଯଜ୍ଞ ଅନୁଷ୍ଠିତ ହୋଇ ଆସୁଅଛି l ପୂର୍ଣ୍ଣାହୁତି ଅବସରରେ ବିଭିନ୍ନ ଅଞ୍ଚଳରୁ ଶହ ଶହ ଭକ୍ତଙ୍କ ଭିଡ଼ ଲାଗିଥିବା ଦେଖିବାକୁ ମିଳିଥିଲା l ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା ମଧ୍ୟ କରାଯାଇଥିଲା l







