ରଣପୁର, (ବାଘୁଆବାର୍ତ୍ତା): ସିରିୟସ ଜୋନ୍ ନାଟକ ମହୋତ୍ସବ ତୃତୀୟ ସଂନ୍ଧ୍ୟା ରେ ମଞ୍ଚସ୍ଥ ହେଲା ବିଦ୍ୟାକନକ ସୃଜନାନୁଷ୍ଠାନ ର ନାଟକ ମାଗୁଣିର ଶଗଡ଼ । ଗୋଦାବରୀଶ ମହାପାତ୍ରଙ୍କ ଲିଖିତ କାହାଣୀ ମାଗୁଣିର ଶଗଡ଼ ଯାହାକୁ ନାଟ୍ୟ ରୂପ ଦେଇଛନ୍ତି ନବୀନ କୁମାର ପରିଡ଼ା ଏବଂ ନିର୍ଦ୍ଦେଶନା ଦେଇଛନ୍ତି ଶ୍ରୀ ଜଗଦିଶ ପ୍ରସାଦ ମହାରଣା । ଏହି ନାଟକ ମାଧ୍ୟମରେ ଏକ ସାଧାରଣ ଖଟିଖିଆ ଲୋକ ମାଗୁଣିର ସୁଖ, ଦୁଃଖ ଏବଂ ପ୍ରଗତିଶୀଳ ସମାଜ ସହ ତାର ସଂଘର୍ଷକୁ ଖୁବ ସୁନ୍ଦର ଭାବେ ଦର୍ଶାଇଥିଲେ ନାଟ୍ୟକାର । ଏହି ନାଟକର ଅଭିନୟ କରିଥିବା କଳାକାର ଜଗଦୀଶ ପ୍ରସାଦ ମହାରଣା, ମାନସ କୁମାର ପରିଡ଼ା, ଶୁଭଙ୍କର ସାହୁ, ଅମରଦିପ ମହାନ୍ତି, ଶୁଭଲକ୍ଷ୍ମୀ ରାଉତରାୟ, ସୂର୍ଯ୍ୟକାନ୍ତ ପାଣିଗ୍ରାହୀ, ବିଜୟ କୁମାର ସାହୁ, ଦେବାଶିଷ ରାଉତ, ରାଜେଶ ମହାନ୍ତି, ଗୋବିନ୍ଦ ଚନ୍ଦ୍ର ମହାପାତ୍ର, ଅଙ୍କିତା ଦେ, ପ୍ରିୟଙ୍କା ପାଣ୍ଡେ, କାଜଲ ରାଣୀ, ଜି୍ ଜଗା ରାଓ ଏବଂ କିର୍ତ୍ତୀକେଶରୀ ମିଶ୍ରଙ୍କ ନିଖୁଣ ଅଭିନୟ ରେ ଶେଷ ପର୍ଯ୍ୟନ୍ତ ବାନ୍ଧି ହୋଇ ରହିଥିଲେ ଦର୍ଶକ । ଆଜି ସଂନ୍ଧ୍ୟାରେ ସିରିୟସ ଜୋନ୍ ର ସଂପାଦକ ଯାମିନୀକାନ୍ତ ମିଶ୍ରଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମୂଖ୍ୟ ଅତିଥି ଭାବେ ରଣପୁର ର ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ନୟାଗଡ଼ ମୁନିସିପାଲଟି ର ଅଧ୍ୟକ୍ଷା ଶ୍ରୀମତୀ ନିରୁପମା ଖଟେଇ ଏବଂ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦିଲ୍ଲୀପ କୁମାର ବଳ ଉପସ୍ଥିତ ଥିଲେ। ନାଟକ ଭାରାକ୍ରାନ୍ତ ମନକୁ ହାଲୁକା କରିବାରେ ସହାୟକ ହୁଏ ବୋଲି ଅତିଥି ମାନେ ମତ ରଖିଥିଲେ ଏବଂ ଏହି ନାଟକ ମହୋତ୍ସବ ର ଆୟୋଜକ ମାନଙ୍କୁ ସାଧୁବାଦ ଜଣାଇଥ୍ଇଲେ । ମଞ୍ଚ ପରିଚାଳନା କରିଥିଲେ କବି ଗୋପିନାଥ ସେଠି ।