Wednesday, June 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସେନ୍‌ ଆଣିଲେ ସ୍ୱର୍ଣ୍ଣ

by ସଞ୍ଜୟ ସ୍ୱାଇଁ
August 8, 2022
in NATIONAL NEWS, Sports
ସେନ୍‌ ଆଣିଲେ ସ୍ୱର୍ଣ୍ଣ
49
VIEWS
Share on FacebookShare on Twitter

ବର୍ମିଂହାମ, (ବାଘୁଆବାର୍ତ୍ତା): ଚଳିତ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାର ଶେଷ ଦିନରେ ସୋମବାର ପୁଣି ଚମକିଲା ଭାରତ। ପିଭି ସିନ୍ଧୁଙ୍କ ପରେ ବ୍ୟାଡମିଣ୍ଟନରେ ଲକ୍ଷ୍ୟ ସେନ୍‌ ହାତେଇଲେ ଗୋଲ୍ଡ ମେଡାଲ। ଲକ୍ଷ୍ୟ ପୁରୁଷ ସିଙ୍ଗଲସରେ ଜିତିଛନ୍ତି ସ୍ୱର୍ଣ୍ଣ ପଦକ। ଏହା ସହିତ ଭାରତର ସ୍ୱର୍ଣ୍ଣ ପଦକ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି। ଆଜି ପୁରୁଷ ସିଙ୍ଗଲସ ବ୍ୟାଡମିଣ୍ଟନ ଫାଇନାଲର ପ୍ରଥମ ଗେମ୍‌ ମାଲେସିଆର ଜି ୟଙ୍ଗଙ୍କ ଠାରୁ ହାରିଯାଇଥିଲେ ଲକ୍ଷ୍ୟ। ହେଲେ ଏହାପରେ ସେ ଦମଦାର କମବ୍ୟାକ୍ କରିଥିଲେ। ୨୧-୯, ୨୧-୧୬ରେ ଅନ୍ୟ ଦୁଇଟି ଗେମ୍ ଜିତି ସେ ସ୍ୱର୍ଣ୍ଣ ପଦକ ହାତେଇ ଥିଲେ। ରାଜ୍ୟଗୋଷ୍ଠୀ କ୍ରୀଡ଼ାର ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗଲ୍ସ ବର୍ଗରେ ୨୦ ବର୍ଷୀୟ ଲକ୍ଷ୍ୟ ସେନଙ୍କର ଏହା ପ୍ରଥମ ମେଡାଲ। ବିଶ୍ୱର ଏହି ୧୦ ନମ୍ବର ସଟଲରଙ୍କ କମନୱେଲଥରେ ଏହା ହେଉଛି ଦ୍ୱିତୀୟ ପଦକ। ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାର ମିକ୍ସଡ୍ ଡବଲ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିଲେ ଲକ୍ଷ୍ୟ। ଲକ୍ଷ୍ୟ ସେନ୍‌ ଚଳିତ ବର୍ଷ ଥମସ କପ୍‌ ମଧ୍ୟ ଭାରତ ପାଇଁ ଗୋଲ୍ଡ ମେଡାଲ ଆଣିଥିଲେ। ୱାର୍ଲ୍ଡ ଚାମ୍ପିଅନ୍‌ସିପ୍-୨୦୨୧ରେ ସେ ବ୍ରୋଞ୍ଜ ଜିତିବାରେ ସଫଳ ହୋଇଥିଲେ। ଏହାବ୍ୟତୀତ ସେ ଏସିଆନ୍‌ ଜୁନିଅର୍‌ ଚାମ୍ପିଅନ୍‌ସିପ୍‌ରେ ଗୋଲ୍ଡ ଆଉ ବ୍ରୋଞ୍ଜ ଜିତି ସାରିଛନ୍ତି। ୟୁଥ୍‌ ଅଲିମ୍ପିକ୍‌ରେ ଲକ୍ଷ୍ୟ ଗୋଲ୍ଡ ମେଡାଲ ହାସଲ କରିଥିଲେ। ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଲକ୍ଷ୍ୟଙ୍କ ପୂର୍ବରୁ ଆଜି ଭାରତର ଷ୍ଟାର ମହିଳା ଶଟଲର ପିଭି ସିନ୍ଧୁ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ। ସେ କାନାଡାର ମିଚେଲ ଲିଙ୍କୁ ୨-୦ରେ ପରାସ୍ତ କରି ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ବ୍ୟାଡମିଣ୍ଟନରେ ଇଭେଣ୍ଟରେ ବ୍ୟକ୍ତିଗତ ଭାବେ ପ୍ରଥମ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଫାଇନାଲ ମ୍ୟାଚ୍‌ ପୂର୍ବରୁ ସିନ୍ଧୁଙ୍କ ବାମଗୋଡ଼ରେ ସମସ୍ୟା ସୃଷ୍ଟି ହୋଇଥିଲା। ତଥାପି ସେ ଏହାକୁ ଖାତିର ନ କରି ଲି‘ଙ୍କ ବିପକ୍ଷରେ ଲଢ଼େଇ କରିଥିଲେ। ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ସ୍ୱର୍ଣ୍ଣ ପଦକ ସଂଖ୍ୟା ୨୦କୁ ବୃଦ୍ଧି ପାଇଥିବା ବେଳେ ମୋଟ ପଦକ ସଂଖ୍ୟା ୫୮ରେ ପହଞ୍ଚିଛି। ତା’ ମଧ୍ୟରେ ୧୫ଟି ରୌପ୍ୟ ଓ ୨୩ଟି ବ୍ରୋଞ୍ଜ ପଦକ ରହିଛି।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!