ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ନୟାଗଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦ୍ୱାରା ବାଳିକା ଆତ୍ମରକ୍ଷା ତାଲିମ ଶିବିର ଉଦ୍ଘାଟିତ ହୋଇଛି । ଏହି କାର୍ଯ୍ୟକ୍ରମରେ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବିପିନ କୁମାର ପଟ୍ଟନାୟକ ଛାତ୍ରୀ ମାନଙ୍କୁ ସମାଜରେ ଘଟୁଥିବା ହିଂସାରୁ କିପରି ନିଜକୁ ରକ୍ଷା କରିପାରିବେ ସେହି ବିଷୟରେ ଅବଗତ କରାଇବା ସହ ଭବିଷ୍ୟତରେ ବୃତ୍ତିଗତ କ୍ଷେତ୍ରରେ ଅଗ୍ରଗତି କରିବା ନିମିତ୍ତ ଛାତ୍ରୀ ମାନଙ୍କୁ ମୂଲ୍ୟବାନ ଉପଦେଶ ପ୍ରଦାନ କରିଥିଲେ । ସଂଯୋଜିକା ରାଜନୀତି ବିଜ୍ଞାନର ଅଧ୍ୟାପିକା ସସ୍ମିତା ନାୟକ ପ୍ରଶିକ୍ଷିକା ମଧୁସ୍ମିତା ରାଉତ, ସୁଶୀଳା ସାହୁ ଉପସ୍ଥିତ ରହିଥିଲେ । ଉକ୍ତ ଶିବିରଟି ଆଠ ଦିନ ପର୍ଯ୍ୟନ୍ତ ଚାଲୁ ରହିବ ।






