Sunday, April 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମୁଖ୍ୟମନ୍ତ୍ରୀ କପ୍ ‘୧୫ ବର୍ଷରୁ କମ୍’ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ପାଇଁ ଭଦ୍ରକ ଟିମ୍ ମନୋନୀତ

by ସଞ୍ଜୟ ସ୍ୱାଇଁ
May 27, 2025
in State
ମୁଖ୍ୟମନ୍ତ୍ରୀ କପ୍ ‘୧୫ ବର୍ଷରୁ କମ୍’ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ପାଇଁ ଭଦ୍ରକ ଟିମ୍ ମନୋନୀତ
40
VIEWS
Share on FacebookShare on Twitter

ଭଦ୍ରକ, (ବାଘୁଆବାର୍ତ୍ତା): ଓଡିଶା ସରକାରଙ୍କ କ୍ରୀଡ଼ା ବିଭାଗ ଓ ଫୁଟବଲ୍ ଆସୋସିଏସନ୍ ଅଫ୍ ଓଡିଶା ର ମିଳିତ ଉଦ୍ୟମ କ୍ରମେ, ଏଇମାସ ୨୮ ତାରିଖ ଠାରୁ କେଉଁଝର ସମେତ ଓଡ଼ିଶାର ଚାରୋଟି ସ୍ଥାନରେ ଆରମ୍ଭ ହେଉଛି ରାଜ୍ୟସ୍ତରୀୟ ଆନ୍ତଃଜିଲ୍ଲା ମୁଖ୍ୟମନ୍ତ୍ରୀ କପ୍ ଫୁଟବଲ୍। ଏହାକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲା ଆଥଲେଟିକ୍ ଆସୋସିଏସନ୍ ତରଫରୁ ରାନ୍ଦିଆ ସ୍ଥିତ ରାମେଶ୍ୱର କ୍ରୀଡାଙ୍ଗନରେ ଗୋଟିଏ ୧୦-ଦିନିଆ ପ୍ରଶିକ୍ଷଣ ଶିବିର ଏଇମାସ ୧୭ ତାରିଖରୁ ଆରମ୍ଭ ହୋଇ ୨୬ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା। ଏହି ଶିବିରରେ ଭଦ୍ରକ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୪୦ ଜଣ କ୍ରୀଡାବିତ୍ ଯୋଗ ଦେଇଥିଲେ। ପୂର୍ବରୁ ଧାମନଗର ଠାରେ ଅନୁଷ୍ଠିତ ଆନ୍ତକ୍ଲବ୍ ମୁଖ୍ୟମନ୍ତ୍ରୀ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ ଏହି କ୍ରୀଡାବିତ୍ ମାନଙ୍କୁ ପ୍ରଦର୍ଶନ ଭିତ୍ତିରେ ପ୍ରଶିକ୍ଷଣ ଶିବିର ପାଇଁ ନିର୍ବାଚିତ କରାଯାଇଥିଲା। ଫୁଟବଲ୍ ଆସୋସିଏସନ୍ ଅଫ୍ ଓଡ଼ିଶା ର ବିଶିଷ୍ଟ କୋଚ୍ ସାଇପ୍ରସାଦ ମୁଖ୍ୟ ପ୍ରଶିକ୍ଷକ ରୂପେ ଓ ଭଦ୍ରକ ଜିଲ୍ଲାର ଦୁଇଜଣ ପୂର୍ବତନ ଫୁଟବଲ୍ କ୍ରିଡାବିତ୍ ରବିନାରାୟଣ ଓଝା ଓ ଶେଖ୍ ସଲିମ୍ ସହଯୋଗୀ ପ୍ରଶିକ୍ଷକ ରୂପେ ଯୋଗ ଦେଇଥିଲେ। ଶିବିର ପରିଚାଳନାରେ ସହଯୋଗ କରିଥିଲେ ସୌମ୍ୟକାନ୍ତ ଉପାଧ୍ୟାୟ, ସଂଗ୍ରାମୀ ଦେବୀଦତ୍ତ ନାୟକ, ସମ୍ଭୁ ଜେନା ଓ ସୁବାଷ ଚନ୍ଦ୍ର ଗୋଚ୍ଛାୟତ। ସୋମବାର ଦିନ ଶିବିର ଉଦଯାପିତ ହୋଇଥିଲା ଏବଂ ଏହାପରେ ଆସୋସିଏସନ୍ ର ଯୁଗ୍ମ ସମ୍ପାଦକ ଆଇନଜୀବୀ ଅତିଶ କୁମାର ବେହେରା ମୁଖ୍ୟମନ୍ତ୍ରୀ କପ୍ ଫୁଟବଲ୍ ରେ ଅଂଶ ଗ୍ରହଣ ପାଇଁ ଗଠିତ ‘ଟିମ୍ ଭଦ୍ରକ’ ରେ ସ୍ଥାନ ପାଇଥିବା ୨୨ ଜଣ କ୍ରୀଡାବିତ୍ ଙ୍କ ନାମ ଘୋଷଣା କରିଥିଲେ। ଦଳରେ ସ୍ଥାନ ପାଇଥିବା କ୍ରୀଡାବିତ୍ ମାନେ ହେଲେ : ଲାଲଚୁ ହାଁସଦା (ଅଧିନାୟକ), ଲକ୍ଷ୍ମଣ ଟୁଡୁ, ଜୁନୁନ୍ ସିଂ, ବିଜୟ ବୁଲିଉଲି, ହେମନ୍ତ ମାଝୀ, ସମୀର ଖଟୁଆ, କୁଳମଣି ଗାଗରାଇ, ପ୍ରେମ ସମଦ୍, ଲାଡୁରା ସିଂ, ଅଫତାଫ୍ ଅଲ୍ଲୀ ଶାହ, ଚନ୍ଦ୍ର ମୋହନ ସିଂ, ପାଣ୍ଡବାବନ ସିଂ, ଶେଖ୍ ଅରବାଜ୍, ବାହାଦୁଲା ସିଂ, ବନମାଳୀ ସିଂ, ସତ୍ୟଜିତ ଗୋଚ୍ଛାୟତ, ମଙ୍ଗଲ୍ ହାଁସଦା, ସଞ୍ଜୟ ବାରିକ, ଭଗବାନ ମୁର୍ମୁ, ସୂର୍ଯ୍ୟ ଟୁଡୁ, ବାସିର୍ ଖାଁ, ଓ କାହ୍ନୁ ସୋରେନ୍। ଟିମ୍ ର କୋଚ୍ ରୂପେ ସାଇ ପ୍ରସାଦ ଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ମ୍ୟାନେଜର୍ ରୂପେ ଦାୟିତ୍ୱ ତୁଲାଇବେ ଶେଖ୍ ସଲିମ୍। ଟିମ୍ ର ଉତ୍ତମ ପ୍ରଦର୍ଶନ ନିମନ୍ତେ ଭଦ୍ରକର ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଆସୋସିଏସନ୍ ର ସଭାପତି ତଥା ଭଦ୍ରକର ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ, କାର୍ଯ୍ୟକାରୀ ସଭାପତି ତଥା ଭଦ୍ରକ ର ଏସ୍.ପି. ମଡକର୍ ସନ୍ଦିପ୍ ସମ୍ପତ୍, ଉପସଭାପତି ବିଜୟ କୁମାର ଜେନା, ସାଧାରଣ ସମ୍ପାଦକ ଧୀରେନ୍ ପଲାଇ, ଯୁଗ୍ମ ସମ୍ପାଦକ ତଥା ଜିଲ୍ଲା କ୍ରୀଡା ଅଧିକାରୀ ରମେଶ କୁମାର ମହାନ୍ତି ଓ କୋଷାଧ୍ୟକ୍ଷ ବ୍ୟୋମୋକେଶ ସେନାପତିଙ୍କ ସମେତ ଆସୋସିଏସନ୍ ର ସଦସ୍ୟ ମାନେ ଶୁଭେଚ୍ଛା ଜଣାଇଛନ୍ତି।

ଜିଲ୍ଲା ଚିକିତ୍ସାଳୟରେ ବିଶ୍ୱ ମ୍ୟାଲେରିଆ ଦିବସ-୨୦୨୬

ଜିଲ୍ଲା ଚିକିତ୍ସାଳୟରେ ବିଶ୍ୱ ମ୍ୟାଲେରିଆ ଦିବସ-୨୦୨୬

April 25, 2026
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ:ଦ୍ବିତୀୟ ଦିନରେ ଡ୍ର ରହିଲା ମ୍ୟାଚ୍

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ:ଦ୍ବିତୀୟ ଦିନରେ ଡ୍ର ରହିଲା ମ୍ୟାଚ୍

April 25, 2026
ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ:ପରାଜିତ ବିଧାୟକ ପ୍ରାର୍ଥୀ  ଏଠି ଚୌକି ପାଇଁ ସାଂସଦଙ୍କ ପ୍ରତିନିଧି

ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ:ପରାଜିତ ବିଧାୟକ ପ୍ରାର୍ଥୀ ଏଠି ଚୌକି ପାଇଁ ସାଂସଦଙ୍କ ପ୍ରତିନିଧି

April 25, 2026
ଶନିଶ୍ଚର ଦେବଙ୍କ ତୃତୀୟ ବାର୍ଷିକ ଉତ୍ସବ:ନୂତନ ଯଂଜ୍ଞ ମଣ୍ଡପ ନିର୍ମାଣ ପାଇଁ ଦାବୀ

ଶନିଶ୍ଚର ଦେବଙ୍କ ତୃତୀୟ ବାର୍ଷିକ ଉତ୍ସବ:ନୂତନ ଯଂଜ୍ଞ ମଣ୍ଡପ ନିର୍ମାଣ ପାଇଁ ଦାବୀ

April 25, 2026
ଶ୍ରୀଜଗନ୍ନାଥ କଳା ବିକାଶ ଟ୍ରଷ୍ଟ:ସ୍କିଲ୍ ଫେଷ୍ଟ ୨୦୨୬ ପ୍ରତିଯୋଗିତା

ଶ୍ରୀଜଗନ୍ନାଥ କଳା ବିକାଶ ଟ୍ରଷ୍ଟ:ସ୍କିଲ୍ ଫେଷ୍ଟ ୨୦୨୬ ପ୍ରତିଯୋଗିତା

April 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!