Friday, September 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶେଖ ହାସିନାଙ୍କ ଅଡୁଆ ବଢ଼ିଲା, ତାଙ୍କ ବିରୁଦ୍ଧରେ ଗିରଫଦାରି ୱାରେଣ୍ଟି

by ସଞ୍ଜୟ ସ୍ୱାଇଁ
October 17, 2024
in NATIONAL NEWS
ବାଂଲାଦେଶ ସଡ଼କରେ ବିକ୍ଷୋଭକାରୀଙ୍କ ଦାବି, ଶେଖ ହସିନାଙ୍କୁ ଆଣି ଫାଶୀ ଦିଅ
110
VIEWS
Share on FacebookShare on Twitter

ଢାକା, (ବାଘୁଆବାର୍ତ୍ତା): ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ସମସ୍ୟା ବଢିଚାଲିଛି । ଢାକାସ୍ଥିତ ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ବିରୋଧରେ ବ୍ୟାପକ ଛାତ୍ର ଆନ୍ଦୋଳନ ସମୟରେ ମାନବିକତା ବିରୋଧୀ ଅପରାଧ ଅଭିଯୋଗରେ ଗିରଫ ପରୱାନା ଜାରି କରିଛନ୍ତି। ଏହି ମାମଲାରେ ଅନ୍ୟ ୪୫ ଜଣ ଆୱାମୀ ଲିଗ୍ ନେତାଙ୍କ ବିରୋଧରେ ୱାରେଣ୍ଟ ଜାରି କରାଯାଇଥିବାରୁ ହସିନାଙ୍କ ଶିବିରରେ ଆତଙ୍କ ଖେଳିଯାଇଛି। ମୁଖ୍ୟ ବିଚାରପତି ମହମ୍ମଦ ଗୁଲାମ ମୁର୍ତ୍ତଜା ମଜୁମଦାରଙ୍କ ଅଧ୍ୟକ୍ଷତାରେ ଗଠିତ ଟ୍ରିବ୍ୟୁନାଲ ଏହି ନିର୍ଦ୍ଦେଶ ଦେଇଛନ୍ତି ବୋଲି ମୁଖ୍ୟ ପ୍ରସିକ୍ୟୁଟର ମହମ୍ମଦ ତାଜୁଲ ଇସଲାମଙ୍କ ବୟାନକୁ ଉଦ୍ଧାର କରି ‘ଡେଲି ଷ୍ଟାର’ରେ ରିପୋର୍ଟ କରିଛି। ଏ ସଂକ୍ରାନ୍ତରେ ପ୍ରସିକ୍ୟୁସନ ପକ୍ଷରୁ ଦୁଇଟି ପିଟିସନ୍ ଦାଖଲ କରାଯିବା ସହ ସେମାନଙ୍କ ବିରୋଧରେ ଗିରଫ ପରୱାନା ଜାରି କରିବାକୁ ଆବେଦନ କରାଯାଇଥିଲା। ଅନ୍ତର୍ଜାତୀୟ ଅପରାଧ ଟ୍ରିବୁନାଲ ହସିନାଙ୍କ ସମେତ ସମ୍ପୃକ୍ତ ଅଧିକାରୀଙ୍କୁ ନଭେମ୍ବର ୧୮ ସୁଦ୍ଧା ଅନ୍ୟ ୪୬ ଜଣଙ୍କୁ ଗିରଫ କରି କୋର୍ଟରେ ହାଜର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ଟ୍ରିବୁନାଲ ହସିନାଙ୍କ ସମେତ ସମ୍ପୃକ୍ତ ଅଧିକାରୀଙ୍କୁ ନଭେମ୍ବର ୧୮ ସୁଦ୍ଧା ଅନ୍ୟ ୪୬ ଜଣଙ୍କୁ ଗିରଫ କରି କୋର୍ଟରେ ହାଜର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଗଷ୍ଟ ମାସରେ ବାଂଲାଦେଶର ଅନ୍ତରୀଣ ସରକାର କହିଥିଲେ ଯେ ହସିନାଙ୍କ ନେତୃତ୍ବାଧୀନ ସରକାରଙ୍କ ବିରୋଧରେ ନିକଟରେ ବ୍ୟାପକ ଛାତ୍ର ଆନ୍ଦୋଳନ ସମୟରେ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଏକ ଅନ୍ତର୍ଜାତୀୟ ଅପରାଧିକ ମାମଲା ରୁଜୁ କରାଯିବ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!