Wednesday, September 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୧୩୧୩ କେଜି ଗଞ୍ଜେଇ ଜବତ, ୪ ଗିରଫ

by ସଞ୍ଜୟ ସ୍ୱାଇଁ
January 29, 2025
in Crime, State
୧୩୧୩ କେଜି ଗଞ୍ଜେଇ ଜବତ, ୪ ଗିରଫ
39
VIEWS
Share on FacebookShare on Twitter

ବୌଦ୍ଧ, (ବାଘୁଆବାର୍ତ୍ତା): ବୌଦ୍ଧ ଜିଲ୍ଲାରୁ ମୋଟ ୧୩୧୩ କେଜି ଗଞ୍ଜେଇ ଜବତ ହୋଇଛି । ଘଟଣାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରାଯାଇଛି । ଏହାସହ ଅଭିଯୁକ୍ତଙ୍କ ନିକଟରୁ ଦେଶୀ ବନ୍ଧୁକ, ଜୀବନ୍ତ ଗୁଳି, ଗଞ୍ଜେଇ ଚୋରା ଚାଲାଣ ପାଇଁ ବ୍ୟବହୃତ ହୋଇଥିବା ବାଇକ୍ ଏବଂ ପିକ୍‌ ଅପ୍‌ ଭ୍ୟାନ୍‌କୁ ମଧ୍ୟ ଜବତ କରିଛି ପୋଲିସ । ଗୋଟିଏ ମାମଲା ବୌଦ୍ଧ ଆଦର୍ଶ ଥାନା ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ମାମଲାଟି ଘଣ୍ଟପଡ଼ା ଥାନାରେ ପଞ୍ଜିକୃତ ହୋଇଛି । ଖବର ଅନୁଯାୟୀ, ବୌଦ୍ଧ ଆଦର୍ଶ ଥାନା ଅମ୍ବାଝରୀ ଗ୍ରାମ ପଞ୍ଚାୟତ ବଣ୍ଡବଳଦିଆ ଗାଁରେ ମିଥୁନ ହାତୀ ଓ ତାଙ୍କ ଅନ୍ୟ ଜଣେ ସହଯୋଗୀ ନିଶା ଦ୍ରବ୍ୟ ରଖି ଚୋରା ଚାଲାଣ କରୁଥିବାର ଖବର ପାଇ ଚଢାଉ କରିଥିଲା । ଏହି ଚଢାଉରେ ସଂପୃକ୍ତ ଅଭିଯୁକ୍ତଙ୍କ ନିକଟରୁ ୫୬୦ କେଜି ଗଞ୍ଜେଇ ଓ ଏକ ମୋଟର ସାଇକେଲ୍‌ ଜବତ କରାଯାଇଛି । ସେହିପରି ଘଣ୍ଟପଡ଼ା ଥାନା ଅଞ୍ଚଳରେ ଚୋରା ଚାଲାଣ ହେଉଥିବା ଖବର ପାଇ ପୋଲିସ ଚଢାଉ କରିଥିଲା । ଚଢାଉ ବେଳେ ପୋଲିସ ଅଭିଯୁକ୍ତଙ୍କ ନିକଟରୁ ୭୪୯ କେଜି ଗଞ୍ଜେଇ ମିଳିଥିଲା । ଏହାସହ ତାଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ, ୫ ରାଉଣ୍ଡ ଜୀବନ୍ତ ଗୁଳି, ଗୋଟିଏ ମହିନ୍ଦ୍ରା ବୋଲେରୋ ପିକ୍‌ଅପ୍‌ ଗାଡି, ୫ଟି ମୋଟର ସାଇକେଲ ଜବତ ହୋଇଛି । ଏହାସହ ଘଟଣାସ୍ଥଳରୁ ୩ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ଉଦୟ ଚନ୍ଦ୍ର ଭୋଇ, ଶ୍ରୀକାନ୍ତ ମୁଦୁଲି, ନୀଳକଣ୍ଠ ଭୋଇ । ଉଭୟ ଘଟଣାର ତଦନ୍ତ ଜାରି ରହିଥିବା ବେଳେ ଏହି ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ମଧ୍ୟ ଛାନ୍‌ଭିନ୍‌ ଜାରି ରହିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!