ସମ୍ବଲପୁର, (ବାଘୁଆବାର୍ତ୍ତା): ସମ୍ବଲପୁର ଜିଲା ଧନୁପାଲି ଥାନା ସିଟି ଷ୍ଟେଶନ ନିକଟ ଝାଙ୍କରପଡ଼ାରୁ କଫ୍ସିରପ୍ ଜବତ ହୋଇଛି। କୋଲକାତାରୁ ସମ୍ବଲପୁରକୁ ଏହା ଚାଲାଣ ହେଉଥିବାବେଳେ ପୋଲିସ ୧୪୪୦ ବୋତଲ କଫ୍ସିରପ୍ ଜବତ କରିଛି। ଏଥିସହ କାର୍, ସ୍କୁଟିକୁ ମଧ୍ୟ ଜବତ କରିଛି। ଏଥିରେ ସମ୍ପୃକ୍ତ ୫ ଜଣଙ୍କୁ ପୋଲିସ ଗିରଫ କରି ଅଧିକ ପଚରାଉଚରା କରୁଛି।





