ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ମଜରୁଆପଲ୍ଲୀଠାରେ ସ୍ଥାନୀୟ ବାସିନ୍ଦା ଏକ ଗୋରୁ ବୋଝେଇ ଗାଡ଼ିକୁ ଧରିବା ସହ ଗୋଚାଲାଣ କାରୀଙ୍କୁ ପୁଲିସ ହେପାଜତରେ ଦେଇଛନ୍ତି । ଇଟାମାଟି ପୁଲିସ ୩ ଜଣ ଗୋ ଚାଲାଣ କାରୀଙ୍କୁ ଥାନାକୁ ନେଇ ଅଟକ ରଖିଛି । ଉକ୍ତ ଗାଡ଼ିଟି ପଶ୍ଚିମ ବଙ୍ଗ ଅଞ୍ଚଳର ହୋଇଥିବା ଏବଂ ଏହି ଗାଡ଼ିରେ ମାତ୍ରାଧିକ ଗାଈ ଗୋରୁ ବୋଝେଇ କରି ଚାଲାଣ ହେଉଥିବା ସ୍ଥାନୀୟ ଲୋକଙ୍କଠାରୁ ସୂଚନା ମିଳିଛି ।