ଭଦ୍ରକ, (ବାଘୁଆବାର୍ତ୍ତା): ଭଦ୍ରକ ଟାଉନ ଥାନା ପୁଲିସକୁ ସଫଳତା । ଚରମ୍ପା ଗୁଣ୍ଠୁଣିଆ ବଜାରରେ ଦୀର୍ଘ ଦିନ ଧରି ପୁଲିସ ଆଖିରେ ଧୂଳି ଦେଇ ବ୍ରାଉନ ସୁଗାର କାରବାର କରି ଆସୁଥିବା ଦୁଇ ଭାଇଙ୍କୁ ଗିରଫ କରିଛି ପୁଲିସ । ସେମାନଙ୍କ ନିକଟରୁ ୯ ଲକ୍ଷରୁ ଉର୍ଦ୍ଧ ଟଙ୍କାର ବ୍ରାଉନ ସୁଗାର ଜବତ ହୋଇଛି । ଗିରଫ ଦୁଇ ଭାଇ ହେଲେ କାହୁଁ ନାୟକ ଓ କାଳିଆ ନାୟକ । ଦୁଇ ଭାଇ ବ୍ରାଉନ ସୁଗର କାରବାର କରୁଥିବା ବେଳେ ସବୁ ସମୟରେ ପୁଲିସକୁ ଚକମା ଦେଇ ଖସି ଯାଉଥିବା ବେଳେ ଗତକାଲି ରାତିରେ ଦୁଇ ଭାଇ ବ୍ରାଉନ ସୁଗର ଧରି ବେପାର କରିବାକୁ ଆସୁଥିବା ବେଳେ ଭଦ୍ରକ ସ୍ପେଶାଲ ସ୍କ୍ୱାର୍ଡ ଦୁଇ ଜଣଙ୍କୁ ମାଡି ବସିଥିଲା । ପୁଲିସ ଦୁଇ ଭାଇକୁ ଖାନତଲାସ କରିବା ପରେ ସେମାନଙ୍କ ନିକଟରୁ ୯.୫ ଗ୍ରାମର ବ୍ରାଉନ ସୁଗାର ଜବତ ହୋଇଥିଲା । ଯାହାର ଆନୁମାନିକ ମୂଲ୍ୟ ୯ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେଵ ବୋଲି ସୂଚନା ଦେଇଛି ପୋଲିସ । ଗତକାଲି ଦୁଇ ଭାଇଙ୍କୁ ପୁଲିସ ଗିରଫ କରିବା ସମୟରେ ତାଙ୍କ ନିକଟରୁ ଗୋଟିଏ ସ୍କୁଟି, କାର ସହ ଦୁଇଟି ମୋବାଇଲ୍ ଜବତ କରିଥିବା ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଅତିରିକ୍ତ ଏସପି ଅରୁପ ଅଭିଷେକ ବେହେରା ।





