Thursday, November 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଏଟିଏସ୍ ର ତନାଘନା, ଗିରଫ ହୋଇପାରନ୍ତି ସୀମା, ପ୍ରେମ ପାଇଁ ପାକିସ୍ତାନରୁ ଆସିଛନ୍ତି ଭାରତ

by ସଞ୍ଜୟ ସ୍ୱାଇଁ
July 17, 2023
in Crime, NATIONAL NEWS
ଏଟିଏସ୍ ର ତନାଘନା, ଗିରଫ ହୋଇପାରନ୍ତି ସୀମା, ପ୍ରେମ ପାଇଁ ପାକିସ୍ତାନରୁ ଆସିଛନ୍ତି ଭାରତ
233
VIEWS
Share on FacebookShare on Twitter

ଉତ୍ତରପ୍ରଦେଶ, (ବାଘୁଆବାର୍ତ୍ତା): ଗିରଫ ହୋଇପାରନ୍ତି ପାକିସ୍ତାନରୁ ନିଜ ପ୍ରେମ ପାଇଁ ଭାରତ ଆସିଥିବା ସୀମା ହାଇଦର । କାରଣ ତାଙ୍କ ଉପରେ ତନାଘନା ଯାଞ୍ଚ ଆରମ୍ଭ କରିଛି ଉତ୍ତରପ୍ରଦେଶ ଆଣ୍ଟି ଟେରୋରିଜିମ୍ ସ୍କ୍ୱାଡ୍ (ଏଟିଏସ୍) । ସୀମାଙ୍କ ବାବଦରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବାକୁ ନୋଏଡା ଓ ଗାଜିଆବାଦ ପୁଲିସର ସହଯୋଗ ଲୋଡିଛି ଉତ୍ତରପ୍ରେଦେଶ ଏଟିଏସ୍ । ମିଳିଥିବା ସୂଚନା ମୁତାବକ, ପାକିସ୍ତାନରୁ ଦୁବାଇ , ସେଠାରୁ ନେପାଳ ପୁଣି ନେପାଳରୁ ଭାରତ କିପରି ଆସିଲେ ସୀମାଙ୍କର ପୁରା ନେଟୱର୍କ ଯାଞ୍ଚ କରୁଛି ଏଏଟିଏସ୍ । ଏହାସହ ସଚିନ ସହ ସୀମାଙ୍କ ସମ୍ପର୍କ କେବେଠାରୁ ଆରମ୍ଭ ହେଲା , ଦୁହିଁଙ୍କ ମଧ୍ୟରେ ଫୋନରେ କ’ଣ କଥାବାର୍ତ୍ତା ହୋଇଛି ସେ ନେଇ ମଧ୍ୟ ଯାଞ୍ଚ ହେଉଛି । ପ୍ରକୃତ କଥା ହେଉଛି ବିନା କୌଣସି ସାହାଯ୍ୟରେ ଦୁବାଇରୁ ନେପାଳ ରାସ୍ତାରେ ଭାରତ ଏତେ ସହଜରେ ଆସିବା ଘଟଣା କାହାରିକୁ ବିଶ୍ୱାସ ହେଉନାହିଁ । ତେଣୁ ସୀମାଙ୍କ ପୁରୁଣା ମୋବାଇଲର ପତା ଲଗାଉଛି ୟୁପି ଏଟିଏସ୍ । କହିରଖୁଁ , ସୀମା ଭାରତ ଆସିବା ପରେ ତାଙ୍କୁ ତାଙ୍କ ପରିବାର ଲୋକେ ଓ ସାଙ୍ଗସାଥୀ ଆଉ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି । ଏହାସହ ସୀମା ଭାରତ ଆସିବା ପରେ ପାକିସ୍ତାନରେ ଥିବା ଭାରତୀୟଙ୍କ ଉପରେ ବିପଦ ସୃଷ୍ଟି ହୋଇଛି ବୋଲି କୁହାଯାଉଛି । ଅନ୍ୟପଟେ ନିଜ ସ୍ତ୍ରୀକୁ ଫେରି ଆସିବାକୁ ବାରମ୍ବାର ଅନୁରୋଧ କରୁଛନ୍ତି ସୀମାଙ୍କ ସ୍ୱାମୀ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!