Thursday, September 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବ୍ରଜକିଶୋର ଦାସଙ୍କ ଦ୍ୱିତୀୟ ଦିନରେ ଆୟକର ରେଡ୍

by ସଞ୍ଜୟ ସ୍ୱାଇଁ
January 18, 2025
in Crime, State
ବ୍ରଜକିଶୋର ଦାସଙ୍କ ଦ୍ୱିତୀୟ ଦିନରେ ଆୟକର ରେଡ୍
64
VIEWS
Share on FacebookShare on Twitter

ସମ୍ୱଲପୁର, (ବାଘୁଆବାର୍ତ୍ତା): ଦ୍ୱିତୀୟ ଦିନରେ ନବ ଦାସଙ୍କ ଭାଇ ବ୍ରଜ ଦାସଙ୍କ ଘରେ ଆଇଟି ରେଡ୍ । ସିଟି ଷ୍ଟେସନ ନିକଟସ୍ଥ ଭଡା ଘରେ ଏହି ରେଡ କରାଯାଉଛି । ଆୟକର ଫାଙ୍କିବା ଅଭିଯୋଗରେ ଏହି ରେଡ କରାଯାଉଛି । ୧୦ଟି ଇନୋଭା ଗାଡିରେ ବାହାରୁ ଟିମ୍ ଆସି ରେଡ କରାଯାଉଥିବା ସୂଚନା ମିଳିଛି । ତେବେ ରେଡ ସମ୍ପର୍କରେ କେହି ମୁହଁ ଖୋଲିନଥିବା ଜଣାପଡିଛି । ଦ୍ୱିତୀୟ ଦିନରେ ଆଜି ସକାଳୁ ପୁଣି ଥରେ ରେଡ୍ ଆରମ୍ଭ ହୋଇଛି । ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ନବକିଶୋର ଦାସଙ୍କ ଭାଇ ତଥା ଠିକାଦାର ବ୍ରଜକିଶୋର ଦାସଙ୍କ ଆଜି ଚାଲିଛି ଆୟକର ବିଭାଗର ଚଢ଼ାଉ। ଦ୍ବିତୀୟ ଦିନରେ ସମ୍ବଲପୁର ସ୍ଥିତ ଘର ଓ ଅଫିସରେ ଆଇଟି ଟିମ୍ ଚଢ଼ାଉ ଜାରି ରଖିଛନ୍ତି। ଏଥିସହିତ ତାଙ୍କ ସମ୍ପର୍କରେ ଥିବା ୬ ଠିକାଦାରଙ୍କ ଘରେ ଆୟକର ଟିମ୍ ପଶି ତନାଘନା କରୁଥିବା ଜଣାପଡ଼ିଛି। ରେଡ୍ ହେଉଥିବା ସମସ୍ତ ସ୍ଥାନ ସୁରକ୍ଷା ବଳୟରେ ରହିଛି। ସୂଚନା ଥାଉକି, ଶୁକ୍ରବାର ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ନବକିଶୋର ଦାସଙ୍କ ଭାଇ ତଥା ଠିକାଦାର ବ୍ରଜକିଶୋର ଦାସଙ୍କ ଘରେ ପଶିଥିଲା ଆୟକର ବିଭାଗ । ଅଚାନକ ଚଢ଼ଉ କ’ଣ ପାଇଁ ହୋଇଛି, ସେନେଇ କେହି ମୁହଁ ଖୋଲୁନାହାନ୍ତି । କିଛି ବର୍ଷ ତଳେ ବ୍ରଜକିଶୋରଙ୍କ ଘରେ ଆଇଟି ରେଡ୍‌ ହୋଇଥିଲା । ଶୁକ୍ରବାର ରେଡ୍‌ ସମୟରେ ନବ ଦାସଙ୍କ ଭାଇଙ୍କ ଘରେ ଏହି ଗାଡି ଗୁଡିକ ଥୁଆ ହୋଇଥିବା ଦେଖିବାକୁ ପାଇଛି ଆୟକର ବିଭାଗ। ବ୍ରଜ ଦାସ ହେଉଛନ୍ତି ଜଣେ ସୁପରକ୍ଲାସ୍‌ କଣ୍ଟ୍ରାକଟର। ପଥର କ୍ୱାରୀଠୁ ଆରମ୍ଭ କରି ରିଏଲ୍‌ ଇଷ୍ଟେଟ ବ୍ୟବସାୟରେ ବ୍ରଜଙ୍କ ରହିଛି ଆଧିପତ୍ୟ। ଏପରିକି ସମ୍ବଲପୁରରେ ନିଜ ଭାଇ ସହ ମିଶି ପରିବହନ କ୍ଷେତ୍ରରେ ଭାରିଯାନ ବ୍ୟବସାୟରେ ମଧ୍ୟ ଦବଦବା ରଖିଛନ୍ତି ବ୍ରଜ। ଆଇଟିର ଦୁଇଟି ଟିମ୍‌ ସକାଳୁ ସକାଳୁ ନବ ଦାସଙ୍କ ଭାଇ ବ୍ରଜ ଦାସଙ୍କ ଘର ଓ ଅଫିସ ଉପରେ ଚଢଉ ଆରମ୍ଭ କରିଥିଲା। ଛତିଶଗଡ଼ ଓ ଭୁବନେଶ୍ୱରର ଆୟକର ଅଧିକାରୀ ରେଡ୍‌ରେ ସାମିଲ ହୋଇଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!