Friday, April 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଉତ୍ସର୍ଗ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଖୁବଶୀଘ୍ର ସେବା ଉତ୍ସବ କାର୍ଯ୍ୟକ୍ରମ

by ସଞ୍ଜୟ ସ୍ୱାଇଁ
May 29, 2025
in Nayagarh, State
ଉତ୍ସର୍ଗ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଖୁବଶୀଘ୍ର ସେବା ଉତ୍ସବ କାର୍ଯ୍ୟକ୍ରମ
43
VIEWS
Share on FacebookShare on Twitter

ଦଶପଲ୍ଲା, (ବାଘୁଆବାର୍ତ୍ତା): ଆଜି ଦିନ ୧୨ ଘଟିକାରେ ଦଶପଲ୍ଲା ବ୍ଲକର ଅଗ୍ରଣୀ ସ୍ବେଛାସେବୀ ସଂଗଠନ “ଉତ୍ସର୍ଗ ଫାଉଣ୍ଡେସନ ଟ୍ରଷ୍ଟ ” ତରଫରୁ ପ୍ରିୟବ୍ରତ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଟାକରା ସ୍ଥିତ ବାବା ସିଦ୍ଧେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା ।ଏହି ବୈଠକରେ ଉତ୍ସର୍ଗ ଫାଉଣ୍ଡେସନର ସମ୍ପାଦକ ନିହାର ରଞ୍ଜନ ମହାନ୍ତି, ମାନସ କୁମାର ପରିଡ଼ା,ସନ୍ତୋଷ କୁମାର ସାହୁ, ନାରାୟଣ ସାହୁ,କୁନା ବେହେରା,ରବି ନାରାୟଣ ସାହୁ, ମନ୍ମଥ କୁମାର ସାହୁ, ଚିତ୍ତ ରଞ୍ଜନ ମିଶ୍ର, କୁନା ବେହେରା, କୃଷ୍ଣଚନ୍ଦ୍ର ରଣା, ସମ୍ବିତ କୁମାର ଭଟ୍ଟ, ଚନ୍ଦ୍ର ଶେଖର ନାଏକ, ଆଲୋକ ବେହେରା, ଚନ୍ଦନେଶ୍ୱର ଦାସ ପ୍ରମୁଖ ଉପସ୍ଥିତ ଥିବାବେଳେ ସ୍ଥାନୀୟ ବରିଷ୍ଠ ନାଗରିକ ତଥା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ପ୍ରମୋଦ କୁମାର ସାହୁ ଯୋଗଦେଇଥିଲେ। ଖୁବଶୀଘ୍ର ଉତ୍ସର୍ଗ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଟାକରା ଠାରେ ଏକ ସେବା ଉତ୍ସବର ଆୟୋଜନ ନିମନ୍ତେ ଟ୍ରଷ୍ଟର କିଛି ସଭ୍ୟ ପ୍ରସ୍ତାବ ଦେଇଥିବା ବେଳେ ଏହାକୁ ସମର୍ଥନ ଜଣାଇ ଚଳିତ ବର୍ଷର ଜୁନ ମାସ ଶେଷ ସପ୍ତାହ ମଧ୍ୟରେ ଏଭଳି ଏକ ସୁନ୍ଦର କାର୍ଯ୍ୟକ୍ରମ କରିବା ପାଇଁ ଉପସ୍ଥିତ ସଭ୍ୟ ମତବ୍ୟକ୍ତ କରିବା ସହ ଖାଲି ସେବା ଉତ୍ସବ ନୁହେଁ ବରଂ ସେହିଦିନ ବୃକ୍ଷରୋପଣ, ମସାଲ ଶୋଭାଯାତ୍ରା ଭଳି କାର୍ଯ୍ୟକ୍ରମ କରିବାକୁ କହିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ସରସ ସୁନ୍ଦର ଭାବରେ ଆୟୋଜନ କରିବା ପାଇଁ ସ୍ଥାନୀୟ ୨ ଯୁବ ସମାଜସେବୀ ତଥା ଉତ୍ସର୍ଗ ଫାଉଣ୍ଡେସନର ସଭ୍ୟ ସନ୍ତୋଷ କୁମାର ସାହୁ ଓ ସମ୍ବିତ ଭଟ୍ଟକୁ ଉତ୍ସର୍ଗ ଫାଉଣ୍ଡେସନ ଟ୍ରଷ୍ଟର ସଭ୍ୟମାନେ ମନୋନୀତ କରିଥିବା ଜଣାପଡ଼ିଛି। ଅନ୍ୟପକ୍ଷେ ଦଶପଲ୍ଲା ପଶ୍ଚିମାଅଂଚଳର ଟାକରା ଭଳି ଏକ ସ୍ଥାନରେ ଏଭଳି ଏକ ନିଆରା କାର୍ଯ୍ୟକ୍ରମ ହେବା ନେଇ ଶୁଣିବା ପରେ ସ୍ଥାନୀୟ ଲୋକ ମଧ୍ୟ ବହୁ ଖୁସି ଥିବା ଜଣାପଡ଼ିଥିଲା। ଶେଷରେ ନିହାର ରଞ୍ଜନ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଦେବା ସହ କହିଥିଲେ ଖାଲି କାର୍ଯ୍ୟକ୍ରମ ନୁହେଁ ବରଂ ଆଗାମୀ ଦିନରେ ଆମେ କିଭଳି ଲୋକ ମାନଙ୍କ ପାଖରେ ପହଂଚିବା ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ସହିତ ତାଙ୍କ ସମସ୍ୟା ଙ୍କୁ ପ୍ରଶାସନିକ ସ୍ତରରେ ପହଂଚାଇବା ସେ ଦିଗରେ ମଧ୍ୟ ବିଶେଷ ଧ୍ୟାନ ଦେବା ପାଇଁ ସମସ୍ତଙ୍କୁ କହିଥିଲେ।

ମେ ୯ରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

ମେ ୯ରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

April 24, 2026
ପୁରୁଣା ଗାଡ଼ି ଚୋରୀ ମାମଲା:ଫେରାର ଆସାମୀ ଗିରଫ

ପୁରୁଣା ଗାଡ଼ି ଚୋରୀ ମାମଲା:ଫେରାର ଆସାମୀ ଗିରଫ

April 24, 2026
ଜିଲ୍ଲା ସ୍ତରୀୟ କର୍ମଶାଳା: “ଆସ ଜାଣିବା ଆମ ବଜେଟ”

ଜିଲ୍ଲା ସ୍ତରୀୟ କର୍ମଶାଳା: “ଆସ ଜାଣିବା ଆମ ବଜେଟ”

April 24, 2026
ନୟାଗଡ଼ ପୌର ପରିଷଦ ଅଞ୍ଚଳରେ ଚାଲିଛି ଗୃହ ଗଣନା

ନୟାଗଡ଼ ପୌର ପରିଷଦ ଅଞ୍ଚଳରେ ଚାଲିଛି ଗୃହ ଗଣନା

April 23, 2026
ଜିଲ୍ଲାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ:ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିଲେ ବିଜେଡ଼ି ଟିମ:ଜୋର୍ ଧରିଲା ଏସଡିପିଓଙ୍କ ଗିରଫ୍ ଦାବି

ଜିଲ୍ଲାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ:ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିଲେ ବିଜେଡ଼ି ଟିମ:ଜୋର୍ ଧରିଲା ଏସଡିପିଓଙ୍କ ଗିରଫ୍ ଦାବି

April 23, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!