ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ସେବା ପରିସରରେ ଭିସି ଦ୍ୱାରା ଦୃଷ୍ଟି ବାଧିତ ମାନଙ୍କ ପାଇଁ ଆନ୍ତର୍ଜାତିକ ଶିକ୍ଷା ପରିଷଦ ର ଦୁଇଦିନିଆ ସମ୍ମିଳନୀ ସେବାର ସଭାପତି ସନ୍ନ୍ୟାସ କୁମାର ବେହେରା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉଦଯାପନୀ ସମାରୋହରେ ଭାରତର ଉଚ୍ଚତ୍ତମ ନ୍ୟାୟାଳୟର ପୂର୍ବତନ ମୁଖ୍ୟ ବିଚାରପତି ନ୍ୟାୟାଧୀଶ ଦୀପକ ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଭିନ୍ନକ୍ଷମ ଶିଶୁ ମାନଙ୍କ ସ୍ୱତନ୍ତ୍ର ଶିକ୍ଷା ଓ ଅନ୍ତଃର୍ନିବେଶୀ ଶିକ୍ଷା ତଥା ସେମାନଙ୍କ ପାଇଁ ଥିବା ବିଭିନ୍ନ ଆଇନ ଉପରେ ଆଲୋକପାତ କରିଥିଲେ । ଆନ୍ତର୍ଜାତିକ ଦୃଷ୍ଟି ବାଧିତ ଶିକ୍ଷା ପରିଷଦର ଇରୋପ ମହାଦେଶର ସଭାପତି ହାଂସ ଉଇଲିଂ ମୁଖ୍ୟ ବକ୍ତା, ଦୃଷ୍ଟି ବାଧିତ ମାନଙ୍କ ପାଇଁ ଅନ୍ତରାଷ୍ଟ୍ରୀୟ ସଂସ୍ଥାର ଡ଼ଃ ହିମାଂଶୁ ଦାଶ ବହୁବିଧ ଅକ୍ଷମତା ଯୁକ୍ତ ବ୍ୟକ୍ତି ମାନଙ୍କ ପାଇଁ ରାଷ୍ଟ୍ରୀୟ ସଂସ୍ଥାନ, ଚେନ୍ନାଇର ନିର୍ଦେଶକ ଡ଼ଃ ନଚିକେତା ରାଉତ, ସ୍ୱାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ, ପ୍ରଶିକ୍ଷଣ ଓ ଗବେଷଣା ସଂସ୍ଥାର ନିର୍ଦେଶକ ଡ଼ା ଶକ୍ତି ପ୍ରସାଦ ଦାଶ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ଥିଲେ । ସେବାର ସାଧାରଣ ସମ୍ପାଦକ ଅମରେନ୍ଦ୍ର କୁମାର ଦାସ ପରିଜା ଦୁଇ ଦିବସୀୟ ଶିକ୍ଷା ସମ୍ମିଳନୀର ସୁପାରିଶ ଉପସ୍ଥାପନା କରିଥିଲେ । ଉତ୍ସବ ଆରମ୍ଭରେ କେନ୍ଦ୍ରୀୟ ବିଦ୍ୟାଳୟ, ସମ୍ବଲପୁରର ଦୃଷ୍ଟି ବାଧିତ ଛାତ୍ର ସୋମନାଥ ପୁରୋହିତ ମଙ୍ଗଳା ଚରଣ ପାଠ କରିଥିଲେ । ଭିୟୁଜର ସମ୍ପାଦକ ଆର. ଭିମା ରାଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ପରିଶେଷରେ ଆନ୍ତର୍ଜାତିକ ଦୃଷ୍ଟି ବାଧିତ ମାନଙ୍କ ଶିକ୍ଷା ପରିଷଦର ସଭାପତି ଡ଼ଃ ଭୂଷଣ ପୁନାନୀ ର ନିର୍ଯ୍ୟାସ ଉପସ୍ଥାପନା କରିଥିଲେ l ବ୍ଲାଇଣ୍ଡ ପିପୁଲ ଆସୋସିଏସନ, ଅହମଦାବାଦ ର ପରିଚାଳନା ନିର୍ଦେଶକ, ନନ୍ଦିନୀ ରାଓଲ ଧନ୍ୟବାଦ ଅର୍ପଣ କରିଥିଲେ ।





