ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଖୋର୍ଦ୍ଧା ବନଖଣ୍ଡ ରଣପୁର ବନାଞ୍ଚଳ ଅଧିକାରୀ ବହୁ ସମୟରେ ଅନୁପସ୍ଥିତ ର ସୁଯୋଗ ନେଇ କାଠ ମାଫିଆ ମାନେ ସକ୍ରିୟ ହୋଇ ଉଠିଥିବା ଅଭିଯୋଗ ହେଉଛି। ଫଳରେ କାଠ ମାଫିଆମାନେ ଗଛ କାଟିବା ଓ ବେଆଇନ କାଠ ଫ୍ୟାକ୍ଟ୍ରି ଚଳାଇଛନ୍ତି। କିନ୍ତୁ ଅଗଷ୍ଟ ୨୮ ତାରିଖ ରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ରଣପୁର ବନପାଳ ରଞ୍ଜିତ ବେହେରା ସୁରୁକାବାଡି ପଞ୍ଚାୟତ ନିକଟ କୋଠଘର ପଛପଟେ ଚଢ଼ାଉ କରି ଶାଗୁଆନ କାଠ ଗଣ୍ଡି ଜବତ କରିଥିବା ଜଣାପଡିଛି। ଚଢ଼ାଉ ସମୟରେ କେହି ଦାବିଦାର ନଥିଲେ। ବନପାଳ ଶ୍ରୀ ବେହେରାଙ୍କ କହିବା ଅନୁଯାଇ କାଠ ୨୫ ଫୁଟ ହେବ ଯାହାର ଆନୁମାନିକ ମୂଲ୍ୟ ୨୫ ହଜାର ଟଙ୍କା। ଚଢ଼ାଉ ରେ ସହଯୋଗ କରିଥିଲେ ସୁରୁକାବାଡି ବନରକ୍ଷୀ ସୈ।ମ୍ୟରଞ୍ଜନ ସୋରେନ ଓ ଫୋର୍ସ। ଏନେଇ ଏକ ମାମଲା ରୁଜୁ ହୋଇଛି।





