ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ବନଖଣ୍ଡ ଓଡ଼ଗାଁ ବନାଞ୍ଚଳ ଓଡ଼ଗାଁ ସେକ୍ସନ ଅଞ୍ଚଳରୁ ଓଡ଼ଗାଁ ବନବିଭାଗ ଏକ ଦେଶୀ ବନ୍ଧୁକ ଜବତ କରିବା ଏ ସଂକ୍ରାନ୍ତରେ ଜଣଙ୍କୁ ଗିରଫ କରିଛି।ଗିରଫ ଅଭିଯୁକ୍ତ ଜଣଙ୍କ ବାଣ୍ଠପୁର ପଞ୍ଚାୟତ ନୂଆପଲ୍ଲୀ ଗ୍ରାମ ଅଭି ନାୟକଙ୍କ ପୁଅ ଟିକିଧର ନାୟକ।ସୂଚନା ଅନୁଯାୟୀ ରବିବାର ଭୋର ସକାଳ ସମୟରେ ଓଡ଼ଗାଁ ସେକ୍ସନ ବାଣ୍ଠପୁର ଅଞ୍ଚଳରେ ଅବାଧ ଜନ୍ତୁ ଶିକାର ହେଉଥିବା ଖବର ପାଇ ବନାଞ୍ଚଳ ଅଧିକାରୀ ନିଖିଲେଶ ମଲ୍ଲିକଙ୍କ ନିର୍ଦ୍ଦେଶକ୍ରମେ ବନପାଳ ସରିତା ବରାଳ,ଫରେଷ୍ଟ ଗାର୍ଡ ସୌମ୍ୟରଞ୍ଜନ ଦଳେଇ ଓ ଟିମ ସଦଳବଳେ ଚଢ଼ାଉ କରି ଅଭିଯୁକ୍ତ ଟିକିଧରକୁ କାବୁ କରିବାରେ ସଫଳ ହୋଇଥିଲେ।ଏବଂ ତା ଠାରୁ ଏକ ଦେଶୀ ବନ୍ଧୁକ ଜବତ କରିଥିଲେ।ଏହି ଚଢ଼ାଉରେ ଫରେଷ୍ଟ ଗାର୍ଡ ଉତ୍ସବ ପ୍ରଧାନ,ଦୀପ୍ତିମୟୀ ରାଉତ ଓ ସ୍କ୍ୱାର୍ଡ ସାମିଲ ଥିଲେ।





