ଭଦ୍ରକ, (ବାଘୁଆବାର୍ତ୍ତା): ପୁଣି ଅବକାରୀ ବିଭାଗକୁ ମିଳିଲା ବଡ଼ ସଫଳତା lଜବତ ହେଲା ୧ କୁଇଣ୍ଟାଲ ୬୦ କିଲୋ ଗଞ୍ଜେଇ । ବିଶେଷ ସୂତ୍ରରୁ ଖବର ପାଇ ଧରିଲା ଅବକାରୀ ବିଭାଗ।କଟକ କେନ୍ଦ୍ରାଅଞ୍ଚଳ ଗୁଇନ୍ଦା ବିଭାଗ ୟୁନିଟ ୨ ର ଆଇଆଇସି ଧୀରେନ୍ଦ୍ର କୁମାର ବେହେରା ଙ୍କ ନେତୃତ୍ୱରେ ୧୨ ଜଣିଆ ଟିମ ଏକ ବିଶେଷ ସୂତ୍ରରୁ ଖବର ପାଇ ଆଗରପଡ଼ା ଥାନା ଓଢ଼ଙ୍ଗ ଅଂଚଳରେ ପହଞ୍ଚି ନାରଣ ମଲ୍ଲିକ ଙ୍କ ଫାର୍ମ ହାଉସ ରୁ ୧ କୁଇଣ୍ଟାଲ ୬୦ କିଲୋ ଗଞ୍ଜେଇ ଜବତ କରିଛି l ବାପ ,ପୁଅ ସେହି ଫାର୍ମ ହାଉସ ରେ ଦୀର୍ଘଦିନ ଧରି ଏସବୁ କରୁଥିବା ଯାହା ଜଣାପଡ଼ିଛି l ସେହି ଫାର୍ମ ହାଉସ ରୁ ବାପ ନାରଣ ମଲ୍ଲିକ ପୁଅ ନିରଞ୍ଜନ ମଲ୍ଲିକ କୁ ଅବକାରୀ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି। ତାଙ୍କ୍ ପାଖରୁ ୨ ଟି ମୋବାଇଲ୍, ଗୋଟେ ମଟର ସାଇକେଲ ଜବତ କରିଛି ଅବକାରୀ ବିଭାଗ। ଜବତ ଗଞ୍ଜେଇ ର ଆନୁମାନିକ ମୂଲ୍ୟ ୧୭ ଲକ୍ଷ୍ୟ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି।





