ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଦଶପଲ୍ଲା ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ୬୩ କେଜି ଗଞ୍ଜେଇ ଜବତ କରାଯାଇଛି । ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ବାଣିଗୋଛା ଥାନା ଟାକୁଡା ଛକଠାରେ ଆଜି ସକାଳୁ ଦଶପଲ୍ଲା ଅବକାରୀ ବିଭାଗର ଓଆଇସି ଭବାନୀ ଶଙ୍କର ବେହେରାଙ୍କ ନେତୃତ୍ୱରେ ଚଢ଼ଉ କରାଯାଇଥିଲା । ଚଢ଼ଉ ସମୟରେ ଏକ ଦାମି କାରରେ ୩ ବସ୍ତା ଗଞ୍ଜେଇ ଜବତ କରାଯାଇଥିଲା । ଏଥି ସହିତ ଓଡି-୧୪ଜି୫୦୦୪ ମହିନ୍ଦ୍ରା ଗାଡିକୁ ଜବତ କରିଛି ଅବକାରୀ ବିଭାଗ । ୩ ବସ୍ତା ଗଞ୍ଜେଇ ବସ୍ତାରେ ମୋଟ ୬୩ କେଜି ଗଞ୍ଜେଇ ଥିବା ଜଣା ପଡିଛି । ଦଶପଲ୍ଲା ଅବକାରୀ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଫତେଗଡ଼ ଥାନା ଅନ୍ତର୍ଗତ ହନୁମନ୍ତ ପ୍ରସାଦ ଗ୍ରାମର ଅଚ୍ୟୁତ ମୁକୁଟଙ୍କ ପୁଅ ପବିତ୍ର କୁମାର ମୁକୁଟଙ୍କୁ ଗିରଫ କରାଯାଇଛି । ଏଥି ସହ ଗାଡିକୁ ସିଜ କରିବା ସହ ପବିତ୍ରକୁ କୋର୍ଟ ଫରୁୱାର୍ଡ କରାଯାଇଛି । ଆଜିର ଚଢ଼ଉ ସମୟରେ ଦଶପଲ୍ଲା ଅବକାରୀ ବିଭାଗର ଓଆଇସି ଭବାନୀ ଶଙ୍କର ବେହେରାଙ୍କ ସମେତ ବିକାଶ କୁମାର ଜେନା, ଚିତରଞ୍ଜନ ପାଇକରାୟ ଓ ଲକ୍ଷ୍ମୀ ମହାରଣା ପ୍ରମୁଖ ସାମିଲ ଥିଲେ ।





