Sunday, November 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭୁବନେଶ୍ୱର ପରେ କଟକରେ ବି ସିମ ବକ୍ସ ଠାବ

by ସଞ୍ଜୟ ସ୍ୱାଇଁ
August 18, 2024
in Crime, State
ଭୁବନେଶ୍ୱର ପରେ କଟକରେ ବି ସିମ ବକ୍ସ ଠାବ
163
VIEWS
Share on FacebookShare on Twitter

କଟକ, (ବାଘୁଆବାର୍ତ୍ତା): ଭୁବନେଶ୍ୱର ପରେ କଟକରେ ସିମ୍‌ ବକ୍ସ ଠାବ ହୋଇଛି। ମଧୁପାଟଣା ଥାନାଠାରୁ ଅଳ୍ପ ଦୂର ରାଜେନ୍ଦ୍ର ନଗର ଅଞ୍ଚଳର ଏକ ଭଡ଼ା ଘରୁ ଠାବ ହୋଇଛି ସିମ୍‌ ବକ୍ସ। ସେଥିରେ ମଲ୍‌ଟିପୁଲ୍ ସିମ୍‌ ବ୍ୟବହାର ହୋଇଛି। ସିମ୍‌ ବକ୍ସଟି ଆକ୍ଟିଭ ଅଛି ଓ ଇଣ୍ଟରନେଟ୍‌ କନେକ୍‌ସନ୍‌ ରହିଛି। କମିଶନରେଟ୍‌ ପୁଲିସ୍‌ର ସ୍ୱତନ୍ତ୍ର ଟିମ୍‌ ଓ ସାଇଣ୍ଟିଫିକ୍‌ ଟିମ୍‌ ସିମ୍‌ ବକ୍ସ ଜବତ କରି ଘଟଣାର ତଦନ୍ତ ଚଲାଇଛି। କିଛି ଦିନ ତଳେ ଭୁବନେଶ୍ୱରରୁ ଏକ ସିମ୍‌ ବକ୍ସ ଜବତ କରିଥିଲା କମିଶନରେଟ୍‌ ପୁଲିସ୍‌। ଏହି ଅଭିଯୋଗରେ ପୁଲିସ୍‌ ପଶ୍ଚିମବଙ୍ଗର ମୂଳ ବାସିନ୍ଦା ରାଜୁ ମଣ୍ଡଳକୁ ଗିରଫ କରିଥିଲା। କମିଶନରେଟ୍‌ ତାକୁ ୫ ଦିନିଆ ରିମାଣ୍ଡରେ ଆଣିଥିଲା। ଆଜି ଦିନ ତମାମ ପୁଲିସ୍‌ ତାକୁ ଜେରା କରିଥିଲା। ଜେରା ବେଳେ କଟକରେ ଏକ ଭଡ଼ା ଘରେ ସିମ୍‌ ବକ୍ସ ଚାଲୁଥିବା ରାଜୁ ମଣ୍ଡଳ କହିଥିଲା। ତା’ପରେ ପୁଲିସ୍‌ ତାଙ୍କୁ ସାଥୀରେ ନେଇ କଟକ ଯାଇଥିଲା। ଆଉ ସିମ୍‌ ବକ୍ସ ଜବତ କରିଥିଲା। ସ୍ଥାନୀୟ ଅଞ୍ଚଳର ଜଣେ ମହିଳା କହିଛନ୍ତି, ରାଜେନ୍ଦ୍ର ନଗର ଅଞ୍ଚଳ ସେହି ଭଡ଼ା ଘରକୁ ରାତି ପ୍ରାୟ ୧୧ଟା ବା ୧୨ଟା ବେଳେ ଜଣେ ବ୍ୟକ୍ତି ବୁଲେଟ୍‌ରେ ଆସନ୍ତି। କିଛି ସମୟ ରହି ପଳାଇ ଯିବାର ଦେଖିବାକୁ ପାଇଛୁ। ଆଜିର ଘଟଣା ପରେ ଆମେ ସନ୍ଦେହ କରୁଛୁ, ରାତିରେ ଆସୁଥିବା ବ୍ୟକ୍ତି ଜଣକ ରାଜୁ ମଣ୍ଡଳ ହୋଇଥାଇପାରନ୍ତି ବୋଲି ମହିଳା ଜଣକ କହିଛନ୍ତି। ସିମ୍ ବକ୍ସ କଣ ? – ସିମ୍ ବକ୍ସ ଏକ ଡିଭାଇସ ହୋଇଥିବା ବେଳେ ସେଥିରୁ ବିଶ୍ୱର ଯେ କୌଣସି ସ୍ଥାନକୁ କଲ୍ ଓ ଗ୍ରୁପ୍ ମେସେଜ୍ ମଧ୍ୟ କରାଯାଇପାରିବ। ହେଲେ କଲ୍‌ କେଉଁଠୁ ଯାଉଛି ଏବଂ ତାହା ବିଦେଶୀ କଲ୍ ବୋଲି ରିସିଭରଙ୍କୁ ଜଣାପଡ଼ିନଥାଏ। ବିଶେଷଜ୍ଞଙ୍କ ମତରେ ସିମ୍ ବକ୍ସ ବ୍ୟବହାର କରି ଆତଙ୍କବାଦୀ ନେଟୱାର୍କ ପରିଚାଳନା, ସାଇବର୍ ଫ୍ରଡ୍ ଏବଂ ବିଦେଶକୁ ଗୁପ୍ତ ତଥ୍ୟ ପ୍ରଦାନ ଭଳି ସାଂଘାତିକ ଅପରାଧ ଘଟାଯାଇପାରେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!