Friday, June 12, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅଚିହ୍ନା ମୃତବ୍ୟକ୍ତିଙ୍କ ମୁହଁରେ ମୁଖାଗ୍ନି ଦେଲେ ଏସଡିପିଓ

by ସଞ୍ଜୟ ସ୍ୱାଇଁ
December 19, 2021
in Sports
ଅଚିହ୍ନା ମୃତବ୍ୟକ୍ତିଙ୍କ ମୁହଁରେ ମୁଖାଗ୍ନି ଦେଲେ ଏସଡିପିଓ
401
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ଅଚିହ୍ନା, ଅପରିଚିତ ମୃତବ୍ୟକ୍ତିଙ୍କ ମୁହଁରେ ମୁଖାଗ୍ନି ଦେଲେ ଏସଡିପିଓ । ଅଚିହ୍ନା ଶବକୁ କାନ୍ଧ ଦେଲା ପୁଲିସ୍। ଆଉ ଶେଷକୃତ୍ୟ ବି ସମ୍ପନ୍ନ କଲା। ଏମିତି ଏକ ହୃଦୟସ୍ପର୍ଶୀ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରେ। ଯେଉଁଠାରେ ଜଣେ ବୃଦ୍ଧଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ବୃଦ୍ଧର କେହି ସମ୍ପର୍କୀୟ ନଥିବାରୁ ପୁଲିସ୍ ମହାନତାର ପରିଚୟ ଦେଖାଇ ପୂର୍ଣ୍ଣ ରୀତିନୀତି ଅନୁସାରେ ମୃତଦେହକୁ ଚାରି କାନ୍ଧରେ ବୋହି ଶବଦାହ କରିଥିଲା। କଣ୍ଟାବାଞ୍ଜି ପୁଲିସର ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି। ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରରେ ରହୁଥିବା ବୃଦ୍ଧ ଜଣକ ଭିକ ମାଗି ଚଳୁଥିଲେ। ହେଲେ ଗତ ୧୬ ତାରିଖ ଦିନ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ତିନି ଦିନ ବିତିଯାଇଥିଲେ ମଧ୍ୟ ତାଙ୍କର କେହି ସମ୍ପର୍କୀୟ ନ ଆସିବାରୁ ବୃଦ୍ଧର ଶବ ସତ୍କାର ପାଇଁ ଅଣ୍ଟା ଭିଡିଥିଲା ପୁଲିସ ପ୍ରଶାସନ। ଶେଷରେ କଣ୍ଟାବାଞ୍ଜି ଏସଡିପିଓ ଡା. ହୃଷିକେଶ ମେହେରଙ୍କ ନିର୍ଦ୍ଦେଶକ୍ରମେ ଥାନା ଅଧିକାରୀ ସତ୍ୟଜିତ କଣ୍ଡେଲକର ଓ ସମସ୍ତ ପୁଲିସଙ୍କ ଉପସ୍ଥିତିରେ କଣ୍ଟାବାଞ୍ଜି ହସ୍ପିଟାଲରୁ ଚାରି କାନ୍ଧ ଦେଇଥିଲେ ଚାରି ପୁଲିସ ଅଧିକାରୀ। ଏସଡିପିଓ ଡା. ହୃଷିକେଶ ମେହେର, କଣ୍ଟାବାଞ୍ଜି ଥାନା ଅଧିକାରୀ ସତ୍ୟଜିତ କଣ୍ଡେଲକର ଓ ଆଉ ଦୁଇ ପୁଲିସ ଅଧିକାରୀ ନିଜ ନିଜର କାନ୍ଧରେ ବୃଦ୍ଧର ମୃତଦେହକୁ ଶ୍ମଶାନ ଘାଟକୁ ନେଇଥିଲେ। ପୁଲିସକୁ ମଧ୍ୟ ସହରର ସମାଜସେବୀ ଓ କିଛି ଯୁବଗୋଷ୍ଠୀ ମଧ୍ୟ ସହାୟତା କରିଥିଲେ। ଶ୍ମଶାନରେ ଖୋଦ ଏସଡିପିଓ ବୃଦ୍ଧଙ୍କୁ ମୁଖାଗ୍ନି ଦେଇଥିଲେ। ପୁଲିସ ମଧ୍ୟ ବାରମ୍ବାର ସ୍ଲୋଗାନ ଦେଇଆସୁଛି, ‘ଯାହାର କେହି ନାହିଁ ତାହାର ପୁଲିସ ଅଛି’। କଣ୍ଟାବାଞ୍ଜି ପୁଲିସର ଏଭଳି ପଦକ୍ଷେପକୁ ସବୁଠି ପ୍ରଶଂସା କରାଯାଉଛି। ତେବେ ଏ କେବଳ ଗୋଟିଏ ଘଟଣା ନୁହେଁ। ଆଗରୁ ଅନେକ ସମୟରେ ଲୋକଙ୍କୁ ସହଯୋଗର ହାତ ବଢ଼ାଇ ଆସିଛି କଣ୍ଟାବାଞ୍ଜି ପୁଲିସ। ଗତବର୍ଷ କରୋନା ସାରା ଦେଶରେ କରୋନା ଆତଙ୍କ ସୃଷ୍ଟି ଯୋଗୁ ଲକଡାଉନ ଓ ସଟଡାଉନ ହୋଇଥିଲା। ଲୋକେ ଘରୁ ବାହାରୁନଥିବା ବେଳେ ସେହି ସମୟରେ କଣ୍ଟାବାଞ୍ଜି ପୁଲିସ୍ ମାଓ ପ୍ରବଣ ତୁରେକେଲା ବ୍ଲକର ବିଭିନ୍ନ ଗାଁ ଗାଁକୁ ଯାଇ ଲୋକଙ୍କୁ ସଚେତନ କରି ରନ୍ଧା ଖାଦ୍ୟ ବଣ୍ଟନ ସହ ଲୋକଙ୍କୁ ସଚେତନ କରିଥିଲା। କେବଳ ଏ ଗୋଟିଏ କି ଦୁଇଟି ଘଟଣା ନୁହେଁ ଅନେକ ସମୟରେ ଦୁର୍ଘଟଣାରେ ଆହତ ଲୋକଙ୍କୁ ମଧ୍ୟ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା କରାଇଛନ୍ତି ଏହି ପୁଲିସ ଅଧିକାରୀ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!