Thursday, September 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସାମ୍ବାଦିକଙ୍କୁ ମାଡ଼ ମାରିବା ପଡିଲା ମହଙ୍ଗା, ଜେଲ୍ ଗଲେ ଏସ୍‌ଡିଓ ଓ ଯନ୍ତ୍ରୀ

by ସଞ୍ଜୟ ସ୍ୱାଇଁ
January 9, 2025
in Crime, State
ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ, କାର୍ଯ୍ୟାନୁଷ୍ଠାନ ଦାବି କଲା ଓୟୁଜେ
143
VIEWS
Share on FacebookShare on Twitter

ଟିଟିଲାଗଡ, (ବାଘୁଆବାର୍ତ୍ତା): ଡ୍ୟୁଟି ସମୟରେ ଅଫିସରେ ନରହି ଭୋଜି ଭାତରେ ମାତିଥିଲେ! ମାତାଲ ହୋଇ କାର୍ଯ୍ୟରତ ସାମ୍ୱାଦିଙ୍କୁ ଅଭଦ୍ର ଭାଷାରେ ଗାଳି ଗୁଲଜ କରିଥିଲେ। ଏଥିସହ ତଣ୍ଟିଚିପି ହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଏହି ମାମଲା ଜେଲ୍ ଗଲେ ଏସ୍‌ଡିଓ ଓ ଯନ୍ତ୍ରୀ। ବଲାଙ୍ଗିର ପୁଲିସ୍ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅନ୍ୟପକ୍ଷରେ ଉଭୟଙ୍କୁ ବିଦ୍ୟୁତ ବିଭାଗ ସସ୍‌ପେଣ୍ଡ କରିଥିବା ବେଳେ କାର‌୍ୟ୍ୟରତ କର୍ମଚାରୀଙ୍କ ପାଇଁ ଟାଟା ପାୱାର ଗାଇଡ୍‌ଲାଇନ୍ ଜାରି କରିଛି। ବୁଧବାର ଟିଟିଲାଗଡ ଥାନା ଟିମନଭାଡି ଗାଁରେ ତଳେ ଝୁଲୁଥିବା ୧୧ କେ.ଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨୨ ବର୍ଷୀୟ ଉଦ୍ଧବ ପୋଢଙ୍କ ମୃତ୍ୟୁ ଘଟିଥିଲା। ଆଉ ଜଣେ ଗୁରୁତର ହୋଇଥିଲେ। ଏନେଇ ସ୍ଥାନୀୟ ଲୋକେ ବାରମ୍ବାର ବିଦ୍ୟୁତ ବିଭାଗକୁ ଫୋନ କରିଥିଲେ। ହେଲେ ଅଫିସ୍‌ରେ କେହି ଫୋନ୍ ଉଠାଇ ନଥିଲେ। ଅଭିଯୋଗ ହେଉଛି ସେତେବେଳେ ଅଫିସ୍‌ରେ କୁଆଡେ କେହିନଥିଲେ। ଡ୍ୟୁଟି ସମୟରେ ଅଫିସ୍‌ର ସମସ୍ତ କର୍ମଚାରୀ ରାସ୍ତା ପାର୍ଶ୍ୱରେ ଭୋଜିଭାତରେ ମାତିଥିଲେ। ବିଦ୍ୟୁତ୍ ଆଘାତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ନେଇ ପ୍ରତିକ୍ରିୟା ଆଣିବା ପାଇଁ ସାମ୍ବାଦିକ ଅବିନାଶ ନନ୍ଦଙ୍କ ସମେତ ୩ ଜଣ ସାମ୍ବାଦିକ ବିଦ୍ୟୁତ୍ ବିଭାଗ ଅଫିସ୍ ଯାଇଥିଲେ। ମାତ୍ର ସେତେବେଳେ ଅଫିସ୍‌ରେ କେହି ନଥିଲେ। ତେଣୁ ଏମାନେ ବିଦ୍ୟୁତ ବିଭାଗର କର୍ମଚାରୀମାନେ ଭୋଜି କରୁଥିବା ସ୍ଥାନକୁ ଯାଇଥିଲା। ସେତେବେଳକୁ ମଦ ନିଶାରେ ଟୁଳୁଟୁଳୁ ହେଉଥିଲେ କଣ୍ଟାବାଂଜି ଇଲେକ୍ଟ୍ରିକାଲ ଏସ୍‌ଡିଓ ଜଗନ୍ନାତ ପତି ଓ ମୁରିବାହାଲ ବିଦ୍ୟୁତ ଯନ୍ତ୍ରୀ ଚିନ୍ମୟ ସାହୁ। ସାମ୍ବାଦିକଙ୍କୁ ଦେଖୁ ଦେଖୁ ମାତାଲ ଅବସ୍ଥାରେ ଥିବା ଏସ୍‌ଡିଓ ଜଗନ୍ନାତ ପତି ତାତି ଯାଇଥିଲେ। ଅତି ଅଭଦ୍ର ଭାଷାରେ ଗାଳି ଦେଇଥିଲେ। ତା’ପରେ ସେ ସାମ୍ବାଦିକ ଅବିନାଶ ନନ୍ଦଙ୍କୁ ଆକ୍ରମଣ କରିଥିଲେ। ପରେ ଆଉ ଜଣେ ସାମ୍ବାଦିକ ସଂଜୟ ବେହେରାଙ୍କ ତଣ୍ଟିଚିପି ହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଖାଲି ସେତିକି ନୁହେଁ, ଫୋନ କରି ଅନ୍ୟମାନଙ୍କୁ ଡାକିବାକୁ ନିର୍ଦ୍ଦେଶ ମଧ୍ୟ ଦେଉଥିଲେ। ଗାଡି ମଡାଇ ସାମ୍ବାଦିକଙ୍କୁ ହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ ମାତାଲ ଯନ୍ତ୍ରୀଙ୍କ ଅନ୍ୟ ସାଥୀମାନେ। ଜୀବନ ବିକଳରେ ସେମାନଙ୍କ କବଳରୁ ମୁକୁଳିଥିଲେ ସାମ୍ୱାଦିକ। ଆଜି ଏହି ଘଟଣା ପ୍ରଘଟ ହେବା ପରେ ସାମ୍ୱାଦିକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଆକ୍ରମଣ ଘଟଣାକୁ ନିନ୍ଦା କରି ଟିଟିଲାଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ ସ୍ଥାନୀୟ ସାମ୍ବାଦିକ ଓ ଜିଲ୍ଲା ସାମ୍ବାଦିକ ସଂଘ। ଜିଲ୍ଲାର ବିଭିନ୍ନ ଜାଗାରେ ମାତାଲ ଯନ୍ତ୍ରୀଙ୍କ ବିରୋଧରେ ଦୃଢ କାର‌୍ୟ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ ବିଭିନ୍ନ ସାମ୍ବାଦିକ ସଂଘ। ଅଭିଯୋଗକୁ ଭିତ୍ତିକରି ପୁଲିସ୍ ଏସ୍‌ଡିଓ ଜଗନ୍ନାତ ପତି ଓ ମୁରିବାହାଲ ବିଦ୍ୟୁତ ଯନ୍ତ୍ରୀ ଚିନ୍ମୟ ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେପଟେ ବିଦ୍ୟୁତ ବିଭାଗ ମଧ୍ୟ ଉଭୟଙ୍କ ନିଲମ୍ୱିତ କରାଯାଇଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!