Sunday, July 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସ୍କ୍ରବ୍ ଟାଇଫସ୍ ଆତଙ୍କ, ପ୍ରଶାସନକୁ ରିପୋର୍ଟ ମାଗିଲା ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ

by ସଞ୍ଜୟ ସ୍ୱାଇଁ
September 14, 2023
in Health, State
ସ୍କ୍ରବ୍ ଟାଇଫସ୍ ଆତଙ୍କ, ପ୍ରଶାସନକୁ ରିପୋର୍ଟ ମାଗିଲା ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ
134
VIEWS
Share on FacebookShare on Twitter

ବରଗଡ, (ବାଘୁଆବାର୍ତ୍ତା): ବରଗଡରେ ସ୍କ୍ରବ୍ ଟାଇଫସ୍ ଆତଙ୍କ ନେଇ ରିପୋର୍ଟ ତଲବ । ବରଗଡ ଜିଲ୍ଲା ପ୍ରଶାସନକୁ ସ୍ବାସ୍ଥ୍ୟ ନିର୍ଦ୍ଦେଶାଳୟ ରିପୋର୍ଟ ମାଗିଛି । ଏ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ପ୍ରଦାନ କରିଛନ୍ତି । ରାଜ୍ୟରେ ସ୍କ୍ରବ୍‌ ଟାଇଫସ୍ ଯୋଗୁଁ ୬ ଜଣଙ୍କ ମୃତ୍ୟୁ ହେଲାଣି । ବରଗଡ଼ରେ ସର୍ବାଧିକ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସୁନ୍ଦରଗଡ଼ରେ ଜଣେ ରୋଗୀଙ୍କ ଜୀବନ ନେଇଛି ସ୍କ୍ରବ୍‌ ଟାଇଫସ୍‌ । ଏକ ପ୍ରକାର କ୍ଷୁଦ୍ର କୀଟ କାମୁଡ଼ିବା ପରେ ସ୍କ୍ରବ୍‌ ଟାଇଫସ୍‌ ରୋଗରେ ଲୋକେ ଆକ୍ରାନ୍ତ ହେଉଛନ୍ତି । ବିଶେଷ କରି ପଶ୍ଚିମ ଓଡ଼ିଶାରେ ବଢ଼ିଚାଲିଛି ସ୍କ୍ରବ୍‌ ଟାଇଫସ୍‌ ରୋଗୀଙ୍କ ସଂଖ୍ୟା । ବରଗଡ଼ରେ ଗତ ୧୦ ଦିନ ମଧ୍ୟରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ୪ ଜଣଙ୍କ ନମୂନା ପଜିଟିଭ ଆସିଛି । ସ୍କ୍ରବ୍‌ ଟାଇଫସ୍ରେ ମୃତ୍ୟୁ ହୋଇଥିବା ରୋଗୀମାନଙ୍କ ମଧ୍ୟରୁ ଅତାବିରା ବ୍ଲକ୍‌ରୁ ଜଣେ, ସୋହେଲା ବ୍ଲକ୍‌ରୁ ଦୁଇ ଜଣ, ବରପାଲି ଓ ଭେଡେନ୍‌ ବ୍ଲକ୍‌ରୁ ଜଣେ ଲେଖାଏଁ ରୋଗୀଙ୍କର ମୃତ୍ୟୁ ହୋଇଛି । ହାଲକା ନାଲିଆ ଓ କଳା ରଙ୍ଗର ଏହି କ୍ଷୁଦ୍ର କୀଟ କାମୁଡ଼ିବା ଫଳରେ ଲୋକଙ୍କୁ ଜ୍ବର ହେବା ସହ ଶରୀର ଦୁର୍ବଳ ହୋଇପଡ଼ୁଛି । ଉଚିତ ସମୟରେ ଚିକିତ୍ସା କରାଗଲେ ରୋଗୀ ସୁସ୍ଥ ହୋଇପାରିବ ବୋଲି ବରଗଡ଼ ସିଡିଏମଓ କହିଛନ୍ତି । ସେପଟେ ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ସ୍କ୍ରବ୍‌ ଟାଇଫସ୍‌ ଆତଙ୍କ । ଗତ ଜାନୁଆରୀ ମାସରୁ ବର୍ତ୍ତମାନ ସୁଦ୍ଧା ୧୩୨ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ସ୍କ୍ରବ୍‌ ଟାଇଫସ୍‌ରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ସମସ୍ତ ରୋଗୀ ସୁସ୍ଥ ଅଛନ୍ତି ବୋଲି ଭାରପ୍ରାପ୍ତ CDMO କହିଛନ୍ତି । ଝାରସୁଗୁଡ଼ାରେ ଏପର୍ଯ୍ୟନ୍ତ ସ୍କ୍ରବ୍‌ ଟାଇଫସ୍‌ ରୋଗରେ କେହି ଆକ୍ରାନ୍ତ ହୋଇନଥିବା ବେଳେ ପଡ଼ୋଶୀ ବରଗଡ଼ ଓ ସମ୍ବଲପୁର ଜିଲ୍ଲାର ସ୍ଥିତି ଦେଖି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ସତର୍କ ହୋଇଛି । ଏହି ରୋଗର ମୁକାବିଲା ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଝାରସୁଗୁଡ଼ା CDMO କହିଛନ୍ତି । ଏକ ପ୍ରକାର କ୍ଷୁଦ୍ର କୀଟ କାମୁଡ଼ିବା ପରେ ସ୍କ୍ରବ୍‌ ଟାଇଫସ୍‌ ରୋଗରେ ଆକ୍ରାନ୍ତ ହେଉଛନ୍ତି ଲୋକେ । ଏହି ପୋକ ଖାଲି ଆଖିକୁ ଦେଖାଯାଉନାହିଁ । ଏମିତିରେ ଏହି ପୋକଠାରୁ ଦୂରେଇ ରହିବା ମୁସ୍କିଲ୍‌ । ଏହି ପୋକ ଖାସ୍‌ କରି ବୁଦାଳିଆ ବା ବିଲ ବଣରେ କାମ କରୁଥିବା ଲୋକଙ୍କୁ କାମୁଡ଼ିଥାଏ । କାମୁଡ଼ିବା ସ୍ଥାନରେ ଏକ କଳା ଦାଗ ହୋଇଯାଏ । ଜଳାପୋଡ଼ା ହୁଏ । ଜ୍ବର ହୁଏ । ତେବେ ଏହି ରୋଗରେ ଆକ୍ରାନ୍ତ ରୋଗୀ ଚିକିତ୍ସା ଦ୍ବାରା ଭଲ ହୋଇପାରୁଛନ୍ତି । ତେବେ ସ୍କ୍ରବ୍‌ ଟାଇଫସ୍‌ ରୋଗୀ ଭୟ ନକରି ତୁରନ୍ତ ଡାକ୍ତରଙ୍କ ପରାମର୍ଶରେ ଚିକିତ୍ସିତ ହେବା ଦରକାର ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!