ଦଶପଲ୍ଲା, (ବାଘୁଆବାର୍ତ୍ତା): ଦଶପଲ୍ଲା ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ଯାଳୟ , ତୁମାଣ୍ଡିର ବିଦ୍ଯାଳୟ ପରିଚାଳନା ଓ ଉନ୍ନୟନ କମିଟି (ଏସଏମଡିସି) ବୈଠକ ସୋମବାର ଦିନ ବିଦ୍ଯାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସରପଞ୍ଚ ତଥା ପରିଚାଳନା କମିଟି ସଦସ୍ୟା ମୀତାରାଣୀ ମାଝୀଙ୍କ ସମେତ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଗୋପବନ୍ଧୁ ଦେହୁରୀ, ସିଆରସିସି ସୂର୍ଯ୍ୟମଣି ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଉପସ୍ଥିତ ସଭ୍ଯ/ସଭ୍ୟାମାନେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନଂକ ନିମନ୍ତେ ମଧ୍ଯାହ୍ନ ଭୋଜନ ଯୋଜନା ପାଇଁ ମାନ୍ୟବର ମୁଖ୍ଯମନ୍ତ୍ରୀଂକୁ ଧନ୍ଯବାଦ ଓ କୃତଜ୍ଞତା ଅର୍ପଣ କରିଥିଲେ। ବୈଠକରେ “ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା” ସମ୍ବନ୍ଧରେ ସବିଶେଷ ଆଲୋଚନା କରାଯିବା ସହିତ ମଧ୍ଯାହ୍ନ ଭୋଜନ ଯୋଜନାରେ ରୋଷାୟା (କୁକ୍ -କମ୍-ହେଲ୍ପର) ନିଯୁକ୍ତି ବିଷୟରେ ସବିଶେଷ ଆଲୋଚନା କରାଯାଇ ବିଭାଗୀୟ ଗାଇଡ ଲାଇନ ଆଧାରରେ ନିଯୁକ୍ତି ପ୍ରଦାନ କରାଯାଇ ବିଭାଗୀୟ ଅଧିକାରୀଂକ ଅନୁମୋଦନ ନମନ୍ତେ ପଠାଇବା ନିମନ୍ତେ ସର୍ବସମ୍ମତ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।





