Friday, April 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପରିତ୍ୟକ୍ତ ବିଦ୍ୟାଳୟ ପାଲଟିଛି ମଦ୍ୟପଙ୍କ ଆଡ୍ଡାସ୍ଥଳୀ

by Anil Panda
October 8, 2020
in Nayagarh
ପରିତ୍ୟକ୍ତ ବିଦ୍ୟାଳୟ ପାଲଟିଛି ମଦ୍ୟପଙ୍କ ଆଡ୍ଡାସ୍ଥଳୀ
812
VIEWS
Share on FacebookShare on Twitter

ଖଣ୍ଡପଡ଼ା, (ବାଘୁଆବାର୍ତ୍ତା) : ଖଣ୍ଡପଡ଼ା ସହରର ଜେଲ ରୋଡ଼ରେ ଅବସ୍ଥିତ ଟାଉନ ବାଳିକା ପ୍ରାଥମିକ ବିଦ୍ୟାଳୟଟି ଏବେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି । ଏହାର ସୁଯୋଗ ନେଇ ନିଶାଖୋର ବ୍ୟକ୍ତିମାନେ ସଞ୍ଜ ନଇଁଲେ ବିଦ୍ୟାଳୟ ପରିସର ଓ ବାରଣ୍ଡାରେ ଆଡ୍ଡା ଜମାଇ ମଦ୍ୟପାନ କରୁଥିବା ଅଭିଯୋଗ ହୋଇଛି । ସମୟେ ସମୟେ ଉକ୍ତ ସ୍ଥାନରେ ମଧ୍ୟ ଭୋଜି ଭାତର ଆସର ଜମୁଥିବା ଜଣାଯାଇଛି । ସୂଚନାଯୋଗ୍ୟ ଉକ୍ତ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ କମ୍ ଯୋଗୁଁ ସରକାରଙ୍କ ନିର୍ଦ୍ଦେଶକ୍ରମେ ଖଣ୍ଡପଡ଼ା ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ସହ ଉକ୍ତ ବିଦ୍ୟାଳୟର ମିଶ୍ରଣ ପକ୍ରିୟା ଶେଷ ହୋଇଥିବା ବ୍ଳକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସୁତ୍ରରୁ ଜଣାପଡିଛି । ବିଦ୍ୟାଳୟର ମିଶ୍ରଣ ପକ୍ରିୟା ପରେ ଶିକ୍ଷାବିଭାଗ କର୍ତୃପକ୍ଷ ବିଦ୍ୟାଳୟର ଶ୍ରେଣୀଗୃହ ଗୁଡିକରେ ତାଲା ଝୁଲାଈ ଦେଈଥିବା ବେଳେ ମୁଖ୍ୟ ଫାଟକଟି ଖୋଲା ପଡିଛି । ମଦ୍ୟପ ବ୍ୟକ୍ତିମାନେ ବିଦ୍ୟାଳୟ ପରିସରରେ ଭିଡ ଜମାଉଥିବା ବେଳେ କୁଢ କୁଢ ମଦ ବୋତଲ, ଅଈଁଠା ଖଲି ଓ ଠୁଙ୍ଗା ସେଠାରେ ପଡିଥିବା ନଜରକୁ ଆସୁଛି । ପ୍ରକାଶଥାଉକି ଉକ୍ତ ବିଦ୍ୟାଳୟର ଉନ୍ନତୀକରଣ ନିମନ୍ତେ ବିଭିନ୍ନ ସମୟରେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲେ ହେଁ ସରକାରଙ୍କ ସମ୍ପତିକୁ ସୁରକ୍ଷା ଦେବାରେ ବିଭାଗୀୟ ଅଧିକାରୀଙ୍କ ଅବହେଳାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରୀୟା ପ୍ରକାଶପାଇଛି । ଖଣ୍ଡପଡା ସହରର ସର୍ବ ପୁରାତନ ଏହି ଶିକ୍ଷାନୁଷ୍ଠାନଟି୧୯୦୫ ମସିହାରେ ସ୍ଥାପିତ ହୋଇଥିବା ବେଳେ ଏହାର ରକ୍ଷଣାବେକ୍ଷଣ ଦିଗରେ ସ୍ଥାନୀୟ ପ୍ରଶାସନ ଓ ଶିକ୍ଷାବିଭାଗ ଉଚ୍ଚ କର୍ତୃପକ୍ଷ ଦୃଷ୍ଟିଦେବାଜୁ ଦାବିହେଉଛି ।

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକ:ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକ:ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ

April 17, 2026
ମୁଖ୍ୟମନ୍ତ୍ରୀ ସାମୂହିକ କନ୍ୟା ବିବାହ ଯୋଜନା:ଏପ୍ରିଲ୍ ୨୧ରେ ହେବ ୨୨ଜଣ କନ୍ୟାଙ୍କ ଗଣବିବାହ

ମୁଖ୍ୟମନ୍ତ୍ରୀ ସାମୂହିକ କନ୍ୟା ବିବାହ ଯୋଜନା:ଏପ୍ରିଲ୍ ୨୧ରେ ହେବ ୨୨ଜଣ କନ୍ୟାଙ୍କ ଗଣବିବାହ

April 16, 2026
ନୟାଗଡରେ ସିଏମ ଟ୍ରଫି: ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଖୋଖୋ ପ୍ରତିଯୋଗିତା

ନୟାଗଡରେ ସିଏମ ଟ୍ରଫି: ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଖୋଖୋ ପ୍ରତିଯୋଗିତା

April 16, 2026
ପ୍ରକାଶ ପାଇଲା କେନ୍ଦ୍ରୀୟ ଉଚ୍ଚ ମାଧ୍ୟମିକ ପରୀକ୍ଷା ଫଳ:ଡ଼ି.ଏ.ଭି ପବ୍ଲିକ୍ ସ୍କୁଲର ଅଭୂତପୂର୍ବ ସଫଳତା

ପ୍ରକାଶ ପାଇଲା କେନ୍ଦ୍ରୀୟ ଉଚ୍ଚ ମାଧ୍ୟମିକ ପରୀକ୍ଷା ଫଳ:ଡ଼ି.ଏ.ଭି ପବ୍ଲିକ୍ ସ୍କୁଲର ଅଭୂତପୂର୍ବ ସଫଳତା

April 16, 2026
କଣ୍ଟିଲୋ-ଖଣ୍ଡପଡାକୁ ରେଳ ସଂଯୋଗିକରଣ:ଦାବି ପତ୍ର ନେଇ ଖଣ୍ଡପଡା ବିଧାୟକଙ୍କ ଦିଲ୍ଲୀ ଗସ୍ତ

କଣ୍ଟିଲୋ-ଖଣ୍ଡପଡାକୁ ରେଳ ସଂଯୋଗିକରଣ:ଦାବି ପତ୍ର ନେଇ ଖଣ୍ଡପଡା ବିଧାୟକଙ୍କ ଦିଲ୍ଲୀ ଗସ୍ତ

April 16, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!