ଭୁବନେଶ୍ୱର,(ବାଘୁଆବାର୍ତ୍ତା): ଏଣିକି ପ୍ରଥମ ଶ୍ରେଣୀ ପିଲାଙ୍କୁ ଦିଆଯିବ ଇଂରାଜୀ ଶିକ୍ଷା । ଏନେଇ ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ରାଜ୍ୟରେ ଏହି ନୂଆ ବ୍ୟବସ୍ଥା ଭିତରେ ୩୦ଟି ଜିଲ୍ଲାର ୧୦୧ଟି ସ୍କୁଲରେ ଆସନ୍ତା ବର୍ଷରୁ ପ୍ରଥମ ଶ୍ରେଣୀ ପିଲାଙ୍କୁ ଇଂରାଜୀ ପାଠପଢ଼ା ହେବ । ରାଜ୍ୟରେ ଚିହ୍ନଟ ହୋଇଥିବା ସରକାରୀ ଅଫ ଏକ୍ସିଲେନ୍ସିରେ ଏହି ନୂଆ ବ୍ୟବସ୍ଥା ଲାଗୁ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଦାଶ ସୂଚନା ଦେଇଛନ୍ତି ।





