Monday, June 1, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୧୫% ଫି’ ଛାଡ଼ କରିବେ ଘରୋଇ ସ୍କୁଲ, ୨୦-୨୧ ବର୍ଷ ପାଇଁ ହେବ ଲାଗୁ

by ସଞ୍ଜୟ ସ୍ୱାଇଁ
June 4, 2021
in Education, State
୧୫% ଫି’ ଛାଡ଼ କରିବେ ଘରୋଇ ସ୍କୁଲ, ୨୦-୨୧ ବର୍ଷ ପାଇଁ ହେବ ଲାଗୁ
274
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ସ୍କୁଲ ଫି’ ଛାଡ଼ ଉପରେ ସୁପ୍ରିମ୍‌କୋର୍ଟଙ୍କ ରାୟ ପରେ ଆଉ ଏକ ବିଜ୍ଞପ୍ତି ପ୍ରକାଶ କରିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ । ସ୍କୁଲ ଓ ଗଣଶିକ୍ଷା ବିଭାଗ ଓ ଘରୋଇ ସ୍କୁଲ ପକ୍ଷରୁ ଫି’ ଛାଡ଼କୁ ନେଇ ହୋଇଥିବା ଏମ୍‌ଓୟୁରେ ଦସ୍ତଖତ କରିଥିବା ସ୍କୁଲ ପୂର୍ବ ବିଜ୍ଞପ୍ତି ଅନୁସାରେ ଫି ଛାଡ଼ କରିବେ । କିନ୍ତୁ ଦସ୍ତଖତ କରିନଥିବା ରାଜ୍ୟର ବଳକା ଘରୋଇ ସ୍କୁଲ ୧୫% ଫି ଛାଡ଼ କରିବେ । ୨୦୧୯-୨୦ର ସମ୍ପୂର୍ଣ୍ଣ ଫି’ ନେବା ସହ ୨୦୨୦-୨୧ ଶିକ୍ଷାବର୍ଷରେ ୧୫ ପ୍ରତିଶତ ଫି’ ହ୍ରାସ କରି ନେବେ । ସୁପ୍ରିମ୍‌କୋର୍ଟରେ ଫି’ ଛାଡ଼କୁ ନେଇ ମାର୍ଚ୍ଚ ମାସରେ ରାୟ ଦିଆଯାଇଥିଲା । ଏଥିରେ କୁହାଯାଇଥିଲା, ଯେଉଁ ସ୍କୁଲ୍‌ଗୁଡ଼ିକ ଏମ୍‌ଓୟୁରେ ଦସ୍ତଖତ କରିନାହାନ୍ତି, ସେମାନେ ପୂର୍ବଭଳି ଫି ଆଦାୟ କରିବେ । ଏହାକୁ ନେଇ ଦ୍ୱନ୍ଦ୍ୱ ଉପୁଜୁଥିଲା । ସରକାର ତୁରନ୍ତ ବଳକା ସ୍କୁଲ ପାଇଁ ବିଜ୍ଞପ୍ତି ପ୍ରକାଶ କରନ୍ତୁ ବୋଲି ଦାବି କରାଯାଇଥିଲା । ଏହାକୁ ଭିତ୍ତିକରି ବିଭାଗ ପକ୍ଷରୁ ନୂଆ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଏଥିରେ କୁହାଯାଇଛି, ଏମ୍‌ଓୟୁ ସ୍ୱାକ୍ଷର କରିନଥିବା ସ୍କୁଲ ୨୦୨୦-୨୧ ଶିକ୍ଷାବର୍ଷର ଫି’ ୧୫ ପ୍ରତିଶତ କମାଇ ନେବେ । ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ଏହା ଲାଗୁ ହେବନାହିଁ । ଯେଉଁ ଅଭିଭାବକ ସବୁ ଫି’ ଦେଇସାରିଛନ୍ତି, ସେମାନଙ୍କ ଛାଡ଼ ଟଙ୍କାକୁ ଆଗାମୀ ଇନ୍‌ଷ୍ଟଲମେଣ୍ଟରେ ହିସାବ କରାଯିବ । ଯେଉଁ ଅଭିଭାବକ ଟଙ୍କା ନଦେଇପାରିବେ, ସେମାନଙ୍କଠାରୁ ୬ଟି ଇନ୍‌ଷ୍ଟଲମେଣ୍ଟରେ ଫି’ ଆଦାୟ ହେବ । କିନ୍ତୁ ସ୍କୁଲ ପରିଚାଳନା କମିଟି ଫି’କୁ ଆଧାର କରି କୌଣସି ପିଲାଙ୍କ ନାଁ ଦଶମ ଓ ଦ୍ୱାଦଶ ପରୀକ୍ଷା ପାଇଁ ଅଟକ ରଖିପାରିବେ ନାହିଁ । ଯଦି କେହି ସେମିତି କରନ୍ତି, ଏଥିରେ ଅଭିଭାବକଙ୍କ ଅନୁମତି ନେବା ବାଧ୍ୟତାମୂଳକ । ଅନ୍ୟପକ୍ଷରେ, ଏହି ବିଜ୍ଞପ୍ତି ପୁଣି ଦ୍ୱନ୍ଦ୍ୱ ସୃଷ୍ଟି କରିଛି ବୋଲି ଓଡ଼ିଶା ଅଭିଭାବକ ମହାସଂଘ ପ୍ରକାଶ କରିଛି । ୧୫ ପ୍ରତିଶତ କେଉଁ ଫି’ ଉପରେ ଛାଡ଼ ହେବ ତାହା ନିଶ୍ଚିତ କରାଯାଉ । ଏ ସମ୍ପର୍କରେ ଅଧ୍ୟକ୍ଷ ବାସୁଦେବ ଭଟ୍ଟ କହିଛନ୍ତି, ସ୍କୁଲ ଖୋଲିବା ପର୍ୟ୍ୟନ୍ତ ଏହି ବିଜ୍ଞପ୍ତି କାର୍ୟ୍ୟ କରିବା କଥା । କିନ୍ତୁ ୨୦୨୧-୨୨ରୁ ସମ୍ପୂର୍ଣ୍ଣ ଫି’ ଆଦାୟ କରିବାକୁ କହିଛନ୍ତି । ସେ ଦାବି କରିଛନ୍ତି, ସରକାର କେବଳ ଟ୍ୟୁସନ ଫି’ର ୧୫ ପ୍ରତିଶତ ଆଦାୟ କରିବାକୁ କୁହନ୍ତୁ । ଚଳିତ ବର୍ଷ ୧୯୯୬ ରିଜୋଲ୍ୟୁସନ ଅନୁସାରେ ସ୍କୁଲ ସୁବିଧା ଅନୁସାରେ ଫି’ ଘୋଷଣା କରି ତାର ୧୫ ପ୍ରତିଶତ କାଟନ୍ତୁ । ଏହା ସହ ବିଜ୍ଞପ୍ତରେ ସ୍କୁଲ କୌଣସି ଛାତ୍ରଛାତ୍ରୀଙ୍କୁ ପଢ଼ାରୁ ନିବୃତି ବା ପରୀକ୍ଷାରୁ ବଞ୍ଚିତ କରିପାରିବେ ନାହିଁ ବୋଲି କୁହାଯାଇଛି । କିନ୍ତୁ ଯେଉଁମାନେ ଏହାକୁ ନମାନିବେ ତାଙ୍କ ଉପରେ କି କାର୍ୟ୍ୟାନୁଷ୍ଠାନ ହେବ ସେ ବିଷୟ ଉଲ୍ଲେଖ ନାହିଁ । ତେଣୁ ଏହାକୁ ବିଜ୍ଞପ୍ତିରେ ଲେଖିବାକୁ ଦାବି କରିଛନ୍ତି ଶ୍ରୀ ଭଟ୍ଟ ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!