Friday, November 13, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସ୍କୁଲ ଫି’ଛାଡ଼ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ଦାବି

by ସଞ୍ଜୟ ସ୍ୱାଇଁ
February 20, 2021
in Feature News
୮୩ ଜଣ ଶିକ୍ଷକଙ୍କର ପଦୋନ୍ନତୀ
365
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା) : ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅବିଳମ୍ବେ କାର୍ଯ୍ୟକାରୀ କରିବା ଏବଂ ସ୍କୁଲ ବନ୍ଦ ଥିବା ସମୟରେ ବିଭିନ୍ନ ଘରୋଇ ଶିକ୍ଷାନୁଷ୍ଠାନ ପକ୍ଷରୁ ଆଦାୟ କରାଯାଇଥିବା ସ୍କୁଲ ଫି’ ଫେରସ୍ତ ପାଇଁ ଅଭିଭାବକ ମହାସଂଘ, ନୟାଗଡ଼ ଶାଖା ଦାବି କରିଛି । ଏ ନେଇ ଜିଳ୍ଲା ଅଭିଭାବକ ମହାସଂଘ ପକ୍ଷରୁ ଜିଲ୍ଲା ପ୍ରଶାସନ ନିକଟରେ ହାଇକୋର୍ଟଙ୍କ ପକ୍ଷରୁ ପ୍ରକାଶିତ ରାୟକୁ ଦାଖଲ କରାଯିବା ସହ ତୁରନ୍ତ ଏହାକୁ କାର୍ଯକାରୀ କରାଯିବାକୁ ନିବେଦନ କରାଯାଇଛି । ରାଜ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ ଆଦେଶ ନଂ-୧୩୩୭ ରେ ତୁରନ୍ତ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ ମଧ୍ୟ ରାଜ୍ୟର ସମସ୍ତ ଶିକ୍ଷା ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ପରବର୍ତ୍ତି ସମୟରେ ଜିଲ୍ଲା ଅଭିଭାବକ ମହାସଂଘର ଦାବି ମୁତାବକ ନୟାଗଡ଼ ଜିଲ୍ଲା ଶିକ୍ଷାଧିକାରୀ ଅକୃର ବାରିକ ଚିଠି ନଂ-୭୨୨ ଫେବୃୟାରୀ ୧୧ ତାରିଖରେ ଜିଲ୍ଲାରେ କାର୍ଯ୍ୟ କରୁଥିବା ମଞ୍ଜୁରୀପ୍ରାପ୍ତ ଘରୋଇ ଶିକ୍ଷାନୁଷ୍ଠାନ ମାନଙ୍କୁ ତୁରନ୍ତ ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏଥିସହିତ ସମସ୍ତ ବ୍ଳକ ଶିକ୍ଷାଧିକାରୀମାନଙ୍କୁ ମଧ୍ୟ ଏ ନେଇ ପଦକ୍ଷେପ ନେବା ପଇଁ ନିର୍ଦ୍ଦେଶ ଦେଇଥିଲେ । ଇତି ମଧ୍ୟରେ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶକୁ ଦୀର୍ଘ ଏକ ସପ୍ତାହରୁ ଉଦ୍ଧ୍ୱର୍ ସମୟ ବିତିଯାଇଥିଲେ ମଧ୍ୟ କୌଣସି ଘରୋଇ ଶିକ୍ଷାନୁଷ୍ଠାନ ଏଥି ପ୍ରତି ଖାତିର କରୁନଥିବା ଅଭିଭାବକ ମହାସଂଘ ଅଭିଯୋଗ କରିଛି । ଓଡ଼ିଶା ଅଭିଭାବକ ମହାସଂଘ, ନୟାଗଡ଼ ଶାଖା ପକ୍ଷରୁ ଜିଲ୍ଲା ସଂଯୋଜକ ଗୌରୀଶଙ୍କର ଦାସ, ସଭାପତି ପ୍ରଶାନ୍ତ କୁମାର ଦାସ, ଉପସଭାପତି ନିରଂଜନ ବିଶ୍ୱାଳ, ସଂପାଦକ ଲକ୍ଷ୍ମୀଧର ସାହୁ, ଉପଦେଷ୍ଟା ରାଜେନ୍ଦ୍ର ପାଣିଗ୍ରାହୀ, ପ୍ରଶାନ୍ତ ପଟ୍ଟନାୟକ ପ୍ରମୁଖ ଏକ ପ୍ରେସ ବିବୃତିରେ ହାଇକୋର୍ଟ ତଥା ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମୁତାବକ ତୁରନ୍ତ କୋଭିଡ ସମୟରେ ଆଦାୟ କରାଯାଇଥିବା ସ୍କଲ ଫି’ ଫେରସ୍ତ ପାଇଁ ଦାବି ଜଣାଇଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!