ଦଶପଲ୍ଲା, (ବାଘୁଆବାର୍ତ୍ତା): ଦଶପଲ୍ଲା ବ୍ଲକ ଅନ୍ତର୍ଗତ ତୁମାଣ୍ଡି ସରକାରୀ ଉନ୍ନିତ ମଧ୍ଯ ଇଂରାଜୀ ବିଦ୍ୟାଳୟର ବାର୍ଷିକ ଉତ୍ସବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି | ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ ମୁଖ୍ୟ ଅତିଥି ଓ ବ୍ଲକ ଶିକ୍ଷା ଅଧିକାରୀ ଭକ୍ତି ବିନୋଦ ଶଲ ମୁଖ୍ୟ ବକ୍ତା ରୂପେ ଯୋଗ ଦେଇଥିଲେ | ପ୍ରଧାନ ଶିକ୍ଷକ ଅଜୟ କୁମାର ନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ଜିଲ୍ଲା ପରିଷଦ ସଭ୍ଯା ସତ୍ୟଭାମା ନାୟକ, ସମିତି ସଭ୍ଯା ଅନୁପମା ମଲିକ, ସରପଞ୍ଚ ମିତାରାଣୀ ମାଝୀ, ସିଆର୍ ସିସି ସୂର୍ଯ୍ୟମଣି ସାହୁ, ସ୍କୁଲ କମିଟି ଉପାଧ୍ୟକ୍ଷା ପ୍ରିୟତମା ସାହୁ ପ୍ରମୁଖ ବହୁ ଅତିଥି ଭାବେ ଯୋଗଦେଇ ଥିଲେ | ଶିକ୍ଷକ ସୁଶାନ୍ତ କୁମାର ସାହୁ ମଂଚ ପରିଚାଳନା କରିଥିଲେ | ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ | ଇତ୍ୟବସରରେ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଏଥି ସହିତ ପୁରସ୍କାର ବିତରଣ କରାଯାଇଥିଲା |