Wednesday, November 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରାଜ୍ୟର ୧୦୬ ହାଇସ୍କୁଲ୍‌ରେ ଆରମ୍ଭ ହେବ ଯୁକ୍ତ ୨ ପାଠପଢ଼ା

by ସଞ୍ଜୟ ସ୍ୱାଇଁ
May 8, 2023
in Education, State
ରାଜ୍ୟର ୧୦୬ ହାଇସ୍କୁଲ୍‌ରେ ଆରମ୍ଭ ହେବ ଯୁକ୍ତ ୨ ପାଠପଢ଼ା
288
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଚଳିତ ବର୍ଷ ରାଜ୍ୟର ୧୦୬ ହାଇସ୍କୁଲ୍‌ରେ ଦ୍ୱାଦଶ ଶ୍ରେଣୀ ଖୋଲାଯିବ । ଏଥିରୁ ୬ଟି ସ୍କୁଲ୍‌ରେ ବିଜ୍ଞାନ ଓ କଳା ପାଠ ପଢ଼ା ହେବାକୁ ଥିବା ବେଳେ ୧୦୦ଟି ସ୍କୁଲ୍‌ରେ ଦ୍ୱାଦଶ ଶ୍ରେଣୀ କଳା ପାଠ ପଢ଼ାଯିବ । ପ୍ରାଥମିକ ପର‌୍ୟ୍ୟାୟରେ କଳା ଓ ବିଜ୍ଞାନ ବିଭାଗ ଖୋଲିବ । ଏହି ବିଭାଗରେ ଶିକ୍ଷକ ନିଯୁକ୍ତି ଓ ଭିତ୍ତିଭୂମି ପ୍ରସ୍ତୁତ କରାଯିବ । କଳା ଓ ବିଜ୍ଞାନରେ ଓଡ଼ିଆ ଓ ଇଂରାଜୀକୁ ବାଧ୍ୟତାମୂଳକ ବିଷୟ ଭାବେ ପଢ଼ାଯିବ । ସେହିପରି ପ୍ରତ୍ୟେକ ସ୍କୁଲ୍‌ରେ କଳା ବିଭାଗ ପାଇଁ ୬ଜଣ ପିଜିଟି ଓ ବିଜ୍ଞାନ ପାଇଁ ୭ଜଣ ପିଜିଟି ଶିକ୍ଷକ ପଦବୀ ସୃଷ୍ଟି କରାଯିବ । ଏଥିରେ ୬୪୨ଜଣ ଶିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ କରାଯିବ । ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରକ୍ରିୟା ଆରମ୍ଭ କରିଛି । ଉଭୟ ଅନଲାଇନ୍ ଓ ଅଫଲାଇନ୍ ମାଧ୍ୟମରେ ନାମଲେଖା ପ୍ରକ୍ରିୟା କରାଯିବ । ଏପରିକି ସମ୍ପୃକ୍ତ ସ୍କୁଲ୍‌ରୁ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଯୁକ୍ତ ୨ ନାମଲେଖା ପାଇଁ ପ୍ରାଥମିକତା ଦିଆଯିବ । ଏହି ୧୦୬ ବିଦ୍ୟାଳୟକୁ ଦ୍ୱାଦଶ ପାଠପଢ଼ା ଉପଯୋଗୀ କରିବାପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଛି । ହାଇସ୍କୁଲ୍ କ୍ୟାମ୍ପସରେ ଉଚ୍ଚ ମାଧ୍ୟମିକ ଶ୍ରେଣୀ କିପରି ଚାଲିବ ସେନେଇ ଉଚ୍ଚ ମାଧ୍ୟମିକ ନିର୍ଦ୍ଦେଶାଳୟ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି । ହାଇସ୍କୁଲ୍ ପ୍ରଧାନ ଶିକ୍ଷକଙ୍କୁ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବେ । ଦୈନିକ ୨ଟି ସିଫ୍ଟରେ ସ୍କୁଲ୍ ଚାଲିବା । କ୍ଲାସରୁମ୍ ଅଭାବ ଥିଲେ ଉଚ୍ଚ ମାଧ୍ୟମିକ ସ୍କୁଲ୍ ସକାଳ ୭ଟାରୁ ୧୧ଟା ପର‌୍ୟ୍ୟନ୍ତ ଚାଲିବ । ହାଇସ୍କୁଲ୍ ୧୧ଟାରୁ ଅପରାହ୍ନ ସାଢ଼େ ୪ଟା ପର‌୍ୟ୍ୟନ୍ତ ଚାଲିବ । ଯୁକ୍ତ ୨ ପାଇଁ ୨ଟି ସେକ୍ସନ୍ କରାଯିବ । ପ୍ରତି ସେକ୍ସନ୍‌ରେ ୬୪ଜଣ ଛାତ୍ରଛାତ୍ରୀ କ୍ଲାସ କରିବେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!