ଭୁବନେଶ୍ୱର,(ବାଘୁଆବାର୍ତ୍ତା): ପଞ୍ଚାୟତିରାଜ ଦିବସକୁ ଦୃଷ୍ଟିରେ ରଖି ଗଣଶିକ୍ଷା ବିଭାଗ ଓ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆସନ୍ତା କାଲି ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ, କଲେଜ ଛୁଟି ଘୋଷଣା କରିଛନ୍ତି । ତେଣୁ ଆସନ୍ତା କାଲି ଅର୍ଥାତ୍ ମାର୍ଚ୍ଚ ୫ ତାରିଖ ଦିନ ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିବ । ଏନେଇ ଉଚ୍ଚଶିକ୍ଷା ବିଭାଗ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ କଲେଜର ପ୍ରିନ୍ସିପାଲ ଓ ଜିଲ୍ଲା ଶିକ୍ଷାଅଧିକାରୀଙ୍କୁ ଚିଠି କରାଯାଇଥିବା ସୂଚନା ମିଳିଛି ।






