Saturday, June 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଏସସିବି ନର୍ସିଂ କଲେଜ ବନ୍ଦ: ଅଧ୍ୟକ୍ଷାଙ୍କ ବଦଳି ଦାବିରେ ଛାତ୍ରଛାତ୍ରୀଙ୍କ ଧାରଣା

by ସଞ୍ଜୟ ସ୍ୱାଇଁ
April 10, 2021
in Breaking, Nayagarh, State
ଏସସିବି ନର୍ସିଂ କଲେଜ ବନ୍ଦ: ଅଧ୍ୟକ୍ଷାଙ୍କ ବଦଳି ଦାବିରେ ଛାତ୍ରଛାତ୍ରୀଙ୍କ ଧାରଣା
173
VIEWS
Share on FacebookShare on Twitter

କଟକ,(ବାଘୁଆବାର୍ତ୍ତା): କଟକରେ ଦିନକୁ ଦିନ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯାହା ରାଜ୍ୟବାସୀଙ୍କଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି । ତେଣୁ ଏହାକୁ ଦୃଷ୍ଟିରେ ରାଜ୍ୟ ସରକାର ଆଜି କଟକ ଏସସିବି ମେଡିକାଲ ନର୍ସିଂ କଲେଜକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଥିବା ଜଣାପଡିଛି । କରୋନା ସଂକ୍ରମଣ ବୃଦ୍ଧି କାରଣରୁ ଏସିଏସଙ୍କ ନିର୍ଦ୍ଦେଶରେ ନର୍ସିଂ କଲେଜ ବନ୍ଦ କରିବାକୁ ନିର୍ଦ୍ଧେଶ ଦିଆଯାଇଥିବା ସୂଚନା ମିଳିଛି । ତେବେ ଏସସିବି ନର୍ସିଂ କଲେଜ ବନ୍ଦ ନିର୍ଦ୍ଦେଶକୁ ଛାତ୍ରଛାତ୍ରୀମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି । ଯାହାଫଳରେ କଲେଜ ସମ୍ମୁଖରେ ଧାରଣା ଦେଇଥିବା ଜଣାପଡିଛି । ଛାତ୍ରଛାତ୍ରୀଙ୍କ କହିବା କଥା, ଏସସିବି ନର୍ସି କଲେଜରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କରୋନା ଆକ୍ରନ୍ତ ହୋଇନଥିବା ବେଳେ ସଂକ୍ରମଣର ବାହାନା ଦେଖାଇ ଏବଂ ନର୍ସିଂ କଲେଜର ଅଧ୍ୟକ୍ଷାଙ୍କ ମନୋମାନିକୁ ଘଣ୍ଟ ଘୋଡାଇବାକୁ ଯାଇ ଏଭଳି ନିଷ୍ପତ୍ତି ନେଇଛନ୍ତି । ନର୍ସିଂ କଲେଜର ଅଧ୍ୟକ୍ଷା ବିଜୟୀ ଲକ୍ଷ୍ମୀ ଦାଶ ନର୍ସିଂ ଛାତ୍ରଛାତ୍ରୀମାନଙ୍କୁ ପୂର୍ବରୁ ମେଣ୍ଟାଲି ହାରାସ୍ ମେଣ୍ଟ କରୁଥିଲେ । ଯାହାକୁ ନେଇ କଲେଜର ଛାତ୍ରଛାତ୍ରୀମାନେ ମାର୍ଚ୍ଚ ୨୨ତାରିଖରେ ଆନ୍ଦୋଳନକୁ ଓହ୍ଲାଇଥିଲେ । କଟକ ଅତିରିକ୍ତ ଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ôଚ କଲେଜ ଅଧ୍ୟକ୍ଷାଙ୍କ ୭ଦିନ ଭିତରେ ଅନ୍ୟତ୍ର ବଦଳି କରିବାର ପ୍ରତିଶୃତି ପରେ ଛାତ୍ରଛାତ୍ରୀ ମାନେ ଆନ୍ଦୋଳନରୁ ଓହରିଥିଲେ । ବର୍ତ୍ତାମନ ୭ଦିନ ବିତିଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନନେବାରୁ ଛାତ୍ରଛାତ୍ରୀମାନେ ଆନ୍ଦୋଳନ କରିବାକୁ ସଜବାଜ ହେଉଥିବା ବେଳେ ଏହାକୁ ଭଣ୍ଡୁର କରିବା ପାଇଁ କଲେଜ ଅଧ୍ୟକ୍ଷା କୋଭିଡ୍-୧୯ ଆଳ ଦେଖାଇ ଆମ ପାଠ ପଢା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ତେଣୁ ତୁରନ୍ତ କଲେଜ ଅଧ୍ୟକ୍ଷାଙ୍କ ବଦଳି କରିବା ସହିତ ନର୍ସିଂ କଲେଜ ଖୋଲିବା ପାଇଁ ନିର୍ଦ୍ଦେଶ ଜାରି କରାଯାଉ ବୋଲି ଏସସିବି ନର୍ସିଂ ଛାତ୍ରଛାତ୍ରୀ କଲେଜ ସମ୍ମୁଖରେ କୋଭିଡ୍-୧୯ କଟକଣା ପାଳନ କରି ଧାରଣାରେ ବସିଥିବା ଜଣାପଡିଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!