Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଏସ୍‌ସିବିକୁ ଆସିଲା ୨ଟି ଏକ୍‌ମୋ

by ସଞ୍ଜୟ ସ୍ୱାଇଁ
July 21, 2021
in Health, State
ଏସ୍‌ସିବିକୁ ଆସିଲା ୨ଟି ଏକ୍‌ମୋ
74
VIEWS
Share on FacebookShare on Twitter

କଟକ, (ବାଘୁଆବାର୍ତ୍ତା): କରୋନାରେ ସଂକ୍ରମିତ ହୋଇ ଗୁରୁତର ହୋଇ ପଡୁଥିବା ରୋଗୀମାନଙ୍କୁ ଏଣିକି ଏସ୍‌ସିବିରେ ମିଳିପାରିବ ଏକ୍‌ମୋ ଚିକିତ୍ସା। ଦୁଇଟି ଏକ୍‌ମୋ ମେସିନ୍‌ ଏସ୍‌ସିବି କାର୍ଡିଓଥୋରାସିସ୍‌ ବିଭାଗରେ ଆସି ପହଞ୍ଚିଛି। ବିଭାଗରେ ସମୁଦାୟ ୯ଟି ଏକ୍‌ମୋ ମେସିନ୍‌ ସ୍ଥାପନ କରାଯିବାର ବ୍ୟବସ୍ଥା ହୋଇଛି। ଇତିମଧ୍ୟରେ କାର୍ଡିଓଥୋରାସିସ୍‌ ବିଭାଗରେ ଗୋଟିଏପଟେ ଏକ୍‌ମୋ ମେସିନ୍‌ ସ୍ଥାପନ କାର୍ୟ୍ୟ ଚାଲିଥିବାବେଳେ ଅନ୍ୟପଟରେ ମେସିନ୍‌ କାର୍ୟ୍ୟକ୍ଷମ କରିବା ଓ ଚିକିତ୍ସା ସହାୟତା ଯୋଗାଇଦେବା ପାଇଁ ପର୍‌ଫ୍ୟୁଜିଅନିଷ୍ଟ, ଇସିଜି ଟେକ୍ନିସିଆନ୍‌ ଆଦି ପଦରେ ନିଯୁକ୍ତି ପ୍ରକ୍ରିୟା ମଧ୍ୟ ଆଗେଇ ଚାଲିଛି। ଆସନ୍ତା ଅଗଷ୍ଟ ୧୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସ୍‌ସିବିରେ ଏକ୍‌ମୋ ଚିକିତ୍ସାକୁ ଲୋକାର୍ପଣ କରିବାର କାର୍ୟ୍ୟକ୍ରମ ଥିବାରୁ ଡାକ୍ତରଖାନା ପକ୍ଷରୁ ସମସ୍ତ ପ୍ରସ୍ତୁତି ଯୁଦ୍ଧକାଳୀନ ଭିତ୍ତିରେ କରାଯାଉଛି। ଗୁରୁତର କୋଭିଡ୍‌ ରୋଗୀଙ୍କ ପାଇଁ ଏକ୍‌ମୋ ଚିକିତ୍ସା ସୁବିଧା ରାଜ୍ୟରେ ସରକାରୀ ମେଡିକାଲରେ କେଉଁଠାରେ ନଥିବାରୁ ବିଭିନ୍ନ ସମୟରେ ରୋଗୀମାନେ ରାଜ୍ୟ ବାହାରକୁ ଯିବାକୁ ବାଧ୍ୟ ହେଉଥିଲେ। ଅନ୍ୟପକ୍ଷରେ ରାଜ୍ୟ ବାହାରେ ଏକ୍‌ମୋ ଚିକିତ୍ସା ଅତିରିକ୍ତ ବ୍ୟୟବହୁଳ ଥିବାରୁ ସାଧାରଣ ରୋଗୀଙ୍କ ପକ୍ଷରେ ଏହା ଅସମ୍ଭବ ହୋଇପଡୁଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗୁରୁତର କୋଭିଡ୍‌ ରୋଗୀଙ୍କ ପାଇଁ ରାଜ୍ୟରେ ଏକମୋ ଚିକିତ୍ସା ସୁବିଧା ଯୋଗାଇଦେବା ଲାଗି ବନ୍ଦୋବସ୍ତ କରୁଛନ୍ତି। ଉକ୍ତ ଚିକିତ୍ସା ପାଇଁ ପର୍‌ଫ୍ୟୁଜିଅନିଷ୍ଟ୍‌ ଏବଂ ଇସିଜି ଟେକ୍ନିସିଆନ୍‌ ପଦବି ପାଇଁ ନିକଟରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ପର୍‌ଫ୍ୟୁଜିଅନିଷ୍ଟ୍‌ ପଦବି ଦରମାକୁ ନେଇ ଆବେଦନକାରୀମାନେ ଅସନ୍ତୁଷ୍ଟ ହେବାରୁ ପରବର୍ତ୍ତୀ ସମୟରେ ସେମାନଙ୍କ ଦରମା ବୃଦ୍ଧି କରାଯାଇଥିଲା। ମୋଟ ୭ଟି ପଦବିରୁ ଏବେ ୩ ଜଣ ପର୍‌ଫ୍ୟୁଜିଅନିଷ୍ଟ୍‌ ଚାକିରିରେ ଯୋଗ ଦେଇଥିବା ବେଳେ ଆହୁରି ୪ଟି ପଦବି ଫାଙ୍କା ପଡିଛି। ଏଥିଲାଗି ଏସ୍‌ସିବି କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆଉ ଥରେ ବିଜ୍ଞପ୍ତି ପ୍ରକାଶ କରାଯାଉଥିବା ସୂଚନା ମିଳିଛି। ସେହିପରି ୮ ଟି ଇସିଜି ଟେକ୍ନିସିଆନ୍‌ ପଦବିରୁ ପ୍ରାୟ ୨ ଜଣ କାର୍ୟ୍ୟରେ ଯୋଗ ଦେଇଥିବା ବେଳେ ଆହୁରି ୬ଟି ପଦବି ଏବେ ସୁଦ୍ଧା ଫାଙ୍କା ପଡିଥିବା ଡାକ୍ତରଖାନା ସୂତ୍ରରୁ ସୂଚନା ମିଳିଛି। ତେବେ ସବୁ ପଦବିରେ ନିଯୁକ୍ତି ପ୍ରକ୍ରିୟା ଖୁବ୍‌ ଶୀଘ୍ର ଶେଷ ହେବ ବୋଲି ଡାକ୍ତରଖାନା କର୍ତ୍ତୃପକ୍ଷ କହିଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!