Sunday, July 12, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଏସ୍‌ସିବିରେ ଦୁଇ ସନ୍ଦିଗ୍ଧ ବ୍ଲାକ୍‌ ଫଙ୍ଗସ୍‌ ରୋଗୀ ଚିହ୍ନଟ

by ସଞ୍ଜୟ ସ୍ୱାଇଁ
June 2, 2021
in Feature News
ଏସ୍‌ସିବିରେ ଦୁଇ ସନ୍ଦିଗ୍ଧ ବ୍ଲାକ୍‌ ଫଙ୍ଗସ୍‌ ରୋଗୀ ଚିହ୍ନଟ
121
VIEWS
Share on FacebookShare on Twitter

କଟକ,(ବାଘୁଆବାର୍ତ୍ତା): ଏସ୍‌ସିବିରେ ବ୍ଲାକ୍‌ ଫଙ୍ଗସ୍‌ ସନ୍ଦିଗ୍ଧ ରୋଗୀ ଚିହ୍ନଟ ହୋଇଛନ୍ତି। ସେମାନଙ୍କର ସ୍ବତନ୍ତ୍ର ଭାବେ ଚିକିତ୍ସା ଆରମ୍ଭ ହୋଇଥିବାବେଳେ ଜଣଙ୍କର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର ପାଇଁ ଯୋଜନା କରାଯାଇଛି। ଅନ୍ୟପଟେ ଏସ୍‌ସିବିରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ଦୁଇ ସନ୍ଦିଗ୍ଧଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଛି। ଦୁଇ ଆକ୍ରାନ୍ତ କରୋନା ସଂକ୍ରମିତ ହେବାପରେ ହୋମ ଆଇସୋଲେସନ୍‌ରେ ରହି ଚିକିତ୍ସିତ ହେଉଥିଲେ। ତେବେ ରକ୍ତଶର୍କରା ନିୟନ୍ତ୍ରଣରେ ଆସି ନଥିଲା। ସେମାନଙ୍କର ଆଖି ଓ ଶରୀରର ବିଭିନ୍ନ ସ୍ଥାନରେ ବ୍ଲାକ୍‌ ଫଙ୍ଗସ୍‌ର ଲକ୍ଷଣ ଥିବା ଜଣାପଡିଛି। ସେଥିରୁ ଜଣେ ମହିଳା ଓ ଜଣେ ପୁରୁଷ ରହିଛନ୍ତି। ଅନ୍ୟପଟେ ଏସ୍‌ସିବି ଇଏନ୍‌ଟି ବିଭାଗରେ ମ୍ୟୁକରମାଇକୋସିସ୍‌ ବା ବ୍ଲାକ୍‌ ଫଙ୍ଗସ୍‌ ରୋଗୀପାଇଁ ୩୦ ଶଯ୍ୟା ବିଶିଷ୍ଟ ସ୍ବତନ୍ତ୍ର ୱାର୍ଡ ‌‌ଖୋଲାଯାଇଛି। ଇଏନ୍‌ଟି ଓ ଚକ୍ଷୁ ବିଭାଗ ଓଟିକୁ ଅସ୍ତ୍ରୋପଚାର ପାଇଁ ବ୍ୟବହାର କରାଯିବା ନିମନ୍ତେ ଏସ୍‌ସିବି ଅଧୀକ୍ଷକ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ବ୍ଲାକ୍‌ ଫଙ୍ଗସ୍‌ ରୋଗୀଙ୍କ ଚିକିତ୍ସା ପାଇଁ ଇଏନ୍‌ଟି ବିଭାଗୀୟ ମୁଖ୍ୟ ସୁବ୍ରତ ବେହେରା, ଚକ୍ଷୁ ବିଭାଗ ଆସୋସିଏଟ୍‌ ପ୍ରଫେସର ସୁରେଶ ସ୍ବାଇଁ, ଆସିଷ୍ଟାଣ୍ଟ୍ ପ୍ରଫେସର ମେଡିସିନ୍‌ ଡାକ୍ତର ଆଦିତ୍ୟ ନାରାୟଣ ସାହୁଙ୍କୁ ନେଇ ଏକ ତିନି ଜଣିଆ ବିଶେଷଜ୍ଞ କମିଟି ଗଠନ କରାଯାଇଛି। ଅନ୍ୟପଟେ ଯେଉଁମାନେ କରୋନା ପଜିଟିଭ୍‌ ଥାଇ ବ୍ଲାକ୍‌ ଫଙ୍ଗସ୍‌ରେ ଆକ୍ରାନ୍ତ ସେମାନଙ୍କ ଚିକିତ୍ସା ପାଇଁ ଏସ୍‌ସିବି କୋଭିଡ୍‌ ହସ୍ପିଟାଲର-୨ର ୪ର୍ଥ ମହଲାରେ ବ୍ୟବସ୍ଥା କରାଯାଇଛି। ଏଥିସହ ବ୍ଲାକ୍‌ ଫଙ୍ଗସ୍‌ରେ ଆକ୍ରାନ୍ତ ରୋଗୀ ଯଦି ଚିକିତ୍ସା ପାଇଁ ଆସନ୍ତି ସେମାନଙ୍କ ତଥ୍ୟ ସବୁ ଜିଲ୍ଳା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଦେବା ପାଇଁ ଏସ୍‌ସିବି ଅଧୀକ୍ଷକ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!