Thursday, May 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜୁଲାଇ ପହିଲାରୁ ଏସବିଆଇ ଆକାଉଣ୍ଟଧାରୀଙ୍କ ପାଇଁ ପରିବର୍ତ୍ତନ ହେବାକୁ ଯାଉଛି ଏହି ସବୁ ନିୟମ

by ସଞ୍ଜୟ ସ୍ୱାଇଁ
June 28, 2021
in Feature News
ଜୁଲାଇ ପହିଲାରୁ ଏସବିଆଇ ଆକାଉଣ୍ଟଧାରୀଙ୍କ ପାଇଁ ପରିବର୍ତ୍ତନ ହେବାକୁ ଯାଉଛି ଏହି ସବୁ ନିୟମ
310
VIEWS
Share on FacebookShare on Twitter

ନୂଆଦିଲ୍ଲୀ,(ବାଘୁଆବାର୍ତ୍ତା): ଏସବିଆଇ ଗ୍ରାହକଙ୍କ ପାଇଁ ବଡ଼ ଖବର । ଜୁଲାଇ ୧ରୁ ହେବ ବଡ଼ ପରିବର୍ତ୍ତନ । ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗ୍ରାହକଙ୍କ ପାଇଁ ଆସନ୍ତା ଜୁଲାଇ ୧ ତାରିଖରୁ ଅନେକ କ୍ଷେତ୍ରରେ ପରିବର୍ତ୍ତନ ହେବାକୁ ଯାଉଛି । ଏଟିଏମରୁ ଟଙ୍କା ଉଠାଣ, ଖାତାରୁ ନଗଦ ଟଙ୍କା ଉଠାଣ ଏବଂ ଚେକ୍ ବୁକ୍ ସମସ୍ୟା ଇତ୍ୟାଦି ଏଥିରେ ସାମିଲ ଅଛି । ଏଣିକି ଟଙ୍କା ଉଠାଣ ଉପରେ ଲାଗିବ ଅତିରିକ୍ତ ଚାର୍ଜ । ବେସିକ୍ ସେଭିଂ ବ୍ୟାଙ୍କ୍ ଡିପୋଜିଟ୍ ଆକାଉଂଟଧାରୀଙ୍କ ପାଇଁ ଏହି ନୂତନ ଦେୟ ଲାଗୁ ହେବ । ଆସନ୍ତୁ ଜାଣିବା କଣ ସବୁ ନୂଆ ନିୟମ ଜାରି କରିଛି ଏସବିଆଇ ।ଏସବିଆଇର ବେସିକ୍ ସେଭିଂ ବ୍ୟାଙ୍କ୍ ଡିପୋଜିଟ୍ ଆକାଉଂଟ, ସମାଜର ଗରିବ ଶ୍ରେଣୀଙ୍କ ପାଇଁ ଉଦ୍ଦିଷ୍ଟ, ଯେଉଁମାନେ ବିନା କୌଣସି ଶୁଳ୍କରେ ଆକାଉଂଟ ଖୋଲିପାରିବେ । ଏହାକୁ ଜିରୋ ବାଲାନ୍ସ ସେଭିଂ ଆକାଉଂଟ କୁହାଯାଏ । ତେବେ ଯେକୌଣସି ବ୍ୟକ୍ତି ଯାହାଙ୍କ ପାଖରେ ବୈଧ କେୱାଇସି ଡଳ୍ୟୁମେଂଟ ରହିଥିବ, ସେମାନେ ଏଣିକି ଏସବିଆଇର ବେସିକ୍ ସେଭିଂ ବ୍ୟାଙ୍କ୍ ଡିପୋଜିଟରେ ଖାତା ଖୋଲିପାରିବେ । ତେବେ ଏହି ଖାତାଧାରୀ ମାସରେ ମାତ୍ର ୪ ଥର ମାଗଣାରେ ଟଙ୍କା ଉଠାଣ କରିପାରିବେ । ଏଥିରେ ଏଟିଏମ୍ ୱିଡ୍ରାଲ ମଧ୍ୟ ସାମିଲ ଅଛି । ତେବେ ଫ୍ରି ଲିମିଟ୍ ଶେଷ ହେବା ପରେ ଅର୍ଥାତ ୪ଥର ଟଙ୍କା ଉଠାଣ ପରେ ପ୍ରତିଟି ଟ୍ରାଞ୍ଜାକସନ୍ ପାଇଁ ୧୫ ଟଙ୍କା ଚାର୍ଜ କରାଯିବ । ଏସବିଆଇ ବେସିକ୍ ସେଭିଂ ବ୍ୟାଙ୍କ୍ ଡିପୋଜିଟ୍ ଆକାଉଂଟଧାରୀଙ୍କୁ ଗୋଟିଏ ଆର୍ଥିକ ବର୍ଷରେ ଦଶଟି ଚେକ୍ କପି ଦିଆଯାଇଥାଏ । ଏଣିକି ଏହି ଚେକ୍ ବୁକ୍ ପାଇଁ ମଧ୍ୟ ଚାର୍ଜ କରିବ ବ୍ୟାଙ୍କ । ଏହି ଚେକ୍ ବୁକ୍ ପାଇଁ ବ୍ୟାଙ୍କ୍ ୪୦ ଟଙ୍କା ସହ ଜିଏସଟି ଚାର୍ଜ କରିବ । ସେହିପରି ଏମରଜେନ୍ସି ଚେକ୍ ବୁକ୍ ପାଇଁ ୫୦ ଟଙ୍କା ସହ ଜିଏସଟି ଚାର୍ଜ କରାଯିବ । ଏହି ସବୁ ନିୟମ ସହ ଏଟିଏମରୁ ଟଙ୍କା ଉଠାଣ ନିୟମରେ ମଧ୍ୟ ପରିବର୍ତ୍ତନ କରିଛି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ । ଏସବିଆଇ ବ୍ରାଂଚରୁ ୪ ଥର ମାଗଣା ଟଙ୍କା ଉଠାଇପାରିବେ । ତେବେ ଫ୍ରି ଲିମିଟ୍ ଶେଷ ହେବା ପରେ ପ୍ରତିଟି ଟ୍ରାଞ୍ଜାକସନ୍ ପାଇଁ ୧୫ ଟଙ୍କା ଏବଂ ଜିଏସଟି ଚାର୍ଜ କରିବ ବ୍ୟାଙ୍କ । ତେବେ ଚେକ୍ ମାଧ୍ୟମରେ ଟଙ୍କା ଉଠାଇବା ସୀମାକୁ ବଢାଇ ଦେଇଛି ବ୍ୟାଙ୍କ । ଏଣିକି ଗୋଟିଏ ଦିନରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଉଠାଣ କରିହେବ । ସେହିପରି ୱିଥଡ୍ରାଲ୍ ଫର୍ମ ମାଧ୍ୟମରେ ଏକ ସେଭିଙ୍ଗସ ବ୍ୟାଙ୍କ ଖାତାରୁ ଟଙ୍କା ଉଠାଣ ସୀମାକୁ ୨୫,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!