ଭୁବନେଶ୍ୱର,(ବାଘୁଆବାର୍ତ୍ତା): ଅଗଷ୍ଟ ମାସରେ ଚାକିରି ଜୀବନକାଳରୁ ଅବସର ନେଇଥାନ୍ତେ । କିନ୍ତୁ ତା’ପୂର୍ବରୁ ମିଳିଲା ବଡ଼ ଉପହାର । ଓଡ଼ିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ହେଲେ ୧୯୮୮ବ୍ୟାଚ୍ର ଆଇପିଏସ୍ ସତ୍ୟଜିତ୍ ମହାନ୍ତି । ରାଜ୍ୟ ଅଗ୍ନିଶମ ବାହିନୀ ନିର୍ଦ୍ଦେଶକ ଥିବା ଆଇପିଏସ୍ ଶ୍ରୀ ମହାନ୍ତିଙ୍କୁ ଆଜି ଓପିଏସ୍ସି(ଓଡ଼ିଶା ଲୋକସଭା ଆୟୋଗ)ର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି । ସତ୍ୟଜିତ୍ ମହାନ୍ତିଙ୍କୁ ୬୨ବର୍ଷ ହେବା ଯାଏଁ ସେ ଓପିଏସ୍ସି ପଦବିରେ କାର୍ଯ୍ୟ କରିବେ । ଜାରିହୋଇଥିବା ବିଜ୍ଞପ୍ତି ଅନୁସାରେ, ରାଜ୍ୟପାଳଙ୍କ ଅନୁମୋଦନ ପରେ ଆଇପିଏସ୍ ସତ୍ୟଜିତ୍ ମହାନ୍ତିଙ୍କୁ ଆଜି ଉପିଏସ୍ସି ଅଧ୍ୟକ୍ଷ ଭାବେ ଅବସ୍ଥାପିତ କରାଯାଇଛି । ବ ର୍ମାନ ସୁଦ୍ଧା ଓପିଏସ୍ସି କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ବିଭୂତି ଭୂଷଣ ପଟ୍ଟନାୟକ କାର୍ଯ୍ୟ କରୁଛନ୍ତି । ତେବେ ପୁଲିସ୍ ପ୍ରଶାସନର ଗୁଡ୍ ବୁକ୍ରେ ଥିବା ସତ୍ୟଜିତ୍ ମହାନ୍ତିଙ୍କୁ ଆଗୁଆ ଥଇଥାନ କରିଛନ୍ତି ।





