Wednesday, May 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସାତକୋଶିଆ ଗଣ୍ଡରେ କୁମ୍ଭୀର ଓ ପକ୍ଷୀ ଗଣନା ଆରମ୍ଭ

by ସଞ୍ଜୟ ସ୍ୱାଇଁ
January 5, 2022
in Feature News
ସାତକୋଶିଆ ଗଣ୍ଡରେ କୁମ୍ଭୀର ଓ ପକ୍ଷୀ ଗଣନା ଆରମ୍ଭ
201
VIEWS
Share on FacebookShare on Twitter

ପର୍ୟ୍ୟଟକଙ୍କ ନୌକା ବିହାର ୫ ଦିନ ବନ୍ଦ

ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ସାତକୋଶିଆ ଗଣ୍ଡ ଅଞ୍ଚଳରେ ବୁଧବାରଠାରୁ କୁମ୍ଭୀର ଓ ପକ୍ଷୀ ଗଣନା କରାଯିବ । ଚଳିତ ଜାନୁଆରୀ ମାସ ୫ ତାରିଖରୁ ୭ ତାରିଖ ଯାଏଁ ସାତକୋଶିଆ ଗଣ୍ଡ ଅଞ୍ଚଳ ସହ ବିଭିନ୍ନ ଜଳଶୟ ଗୁଡିକରେ ୩ ଦିନ ଧରି ଏହି ଗଣନା କାର୍ୟ୍ୟ କରାଯିବ । ଏଥିପାଇଁ ସାତକୋଶିଆ ଗଣ୍ଡରେ ପର୍ୟ୍ୟଟକମାନଙ୍କ ପାଇଁ ନୌକା ବିହାରକୁ ୫ ଦିନ ପାଇଁ ବାରଣ କରାଯିବା ପାଇଁ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ସୂଚନା ମିଳିଛି । ବନ୍ୟପ୍ରାଣୀ ବିଭାଗର କର୍ମଚାରୀମାନଙ୍କୁ ନେଇ ୯ ଟି ୟୁନିଟ ଭାଗ କରାଯାଇ କୁମ୍ଭୀର ଓ ପକ୍ଷୀ ଗଣନା କରାଯିବ । ନୟାଗଡ଼ ଜିଲ୍ଲାର ଛାମୁଣ୍ଡିଆ।ରୁ ଅନୁଗୁଳ ଜିଲ୍ଲା ଅଇଡ଼ା ପର୍ୟ୍ୟନ୍ତ ମହାନଦୀର ଉଭୟ ପାଶ୍ୱର୍ରେ ବନ୍ୟପ୍ରାଣୀ ବିଭାଗ କର୍ମଚାରୀମାନେ ଡଙ୍ଗା ସାହାର୍ୟ୍ୟରେ କୁମ୍ଭୀର ଓ ପକ୍ଷୀ ଗଣନା କରିବେ । ପ୍ରତି ଟିମ୍ ରେ ୨ଜଣ ଲେଖାଏଁ ବନ୍ୟପ୍ରାଣୀ ବିଭାଗ କର୍ମଚାରୀମାନେ ନିୟୋଜିତ ହୋଇଛନ୍ତି । ଗଣନା ବେଳେ କୁମ୍ଭୀରମାନଙ୍କୁ ପ୍ରତ୍ୟକ୍ଷ ଦେଖିବା ଓ ଘୋଷରା ଚିହ୍ନକୁ ଲକ୍ଷ୍ୟ କରି ଗଣନା କରିବା ସହ ଜଳାଶୟଗୁଡିକରେ ଦଳ ଦଳ ପକ୍ଷୀଙ୍କୁ ଦେଖି ଗଣନା କାର୍ୟ୍ୟ କରାଯିବ । ଏହି ସମୟରେ ମହାନଦୀର ଗଣ୍ଡ ଅଞ୍ଚଳ ଓ ଜଳାଶୟଗୁଡିକରେ ନୌକାବିହାର ଏବଂ ମତ୍ସଜିବୀଙ୍କୁ ମାଛ ଧରିବା ପାଇଁ ସଂମ୍ପୂର୍ଣ୍ଣ ବାରଣ କରାଯାଇଛି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!