Saturday, September 5, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସତ ମାନିଲେ ପାକିସ୍ତାନୀ ଗୁପ୍ତଚର ଜ୍ୟୋତି ମଲହୋତ୍ରା

by ସଞ୍ଜୟ ସ୍ୱାଇଁ
May 21, 2025
in Crime, State
ସତ ମାନିଲେ ପାକିସ୍ତାନୀ ଗୁପ୍ତଚର ଜ୍ୟୋତି ମଲହୋତ୍ରା
330
VIEWS
Share on FacebookShare on Twitter

ଭୁବନେଶ୍ବର, (ବାଘୁଆବାର୍ତ୍ତା): ସତ ମାନିଲେ ପାକିସ୍ତାନୀ ଗୁପ୍ତଚର ଜ୍ୟୋତି ମଲହୋତ୍ରା । ପ୍ରାରମ୍ଭିକ ତଦନ୍ତରେ ସବୁ ସତ ମାନିଛନ୍ତି ଜ୍ୟୋତି ମଲହୋତ୍ରା । ପାକିସ୍ତାନ ଗୁଇନ୍ଦା ଅଧିକାରୀଙ୍କ ସହ ସମ୍ପର୍କରେ ଥିବା କଥା ପ୍ରାରମ୍ଭିକ ଜେରା ବେଳେ ସ୍ୱୀକାର କରିଛନ୍ତି ଜ୍ୟୋତି । କେବଳ ସେତିକି ନୁହେଁ ଦେଶ ସୁରକ୍ଷା ନେଇ ଗୁପ୍ତ ତଥ୍ୟ ପାକିସ୍ତାନ ଗୁପ୍ତଚରଙ୍କୁ ଦେଇଥିବା କଥା ସ୍ୱୀକାର କରିଛନ୍ତି ଜ୍ୟୋତି । ସେ ପାକିସ୍ତାନ ଯିବାଠାରୁ ଆରମ୍ଭ କରି ସେଠାରେ ଗୁଇନ୍ଦା ଅଧିକାରୀଙ୍କ ସମ୍ପର୍କରେ କେମିତି ଆସିଲେ ଓ କେଉଁଭଳି ଭାବେ ସବୁ ଗୁପ୍ତ ତଥ୍ୟ ସେ ସେୟାର କରୁଥିଲେ ସେ କଥା ସ୍ୱୀକାର କରିଛନ୍ତି ଜ୍ୟୋତି ମଲହୋତ୍ରା । ସେପଟେ ଫରେନ୍ସିକ ଯାଞ୍ଚ ବେଳେ ଜ୍ୟୋତିଙ୍କ ମୋବାଇଲରୁ ଭାରତୀୟ ସେନା ସହ ଜଡ଼ିତ ତଥ୍ୟ ହସ୍ତଗତ ହୋଇଛି । ସେହିପରି ଅପରେସନ୍ ସିନ୍ଦୂର ସମୟରେ ପାକିସ୍ତାନୀ ଦୂତାବାସ ଅଧିକାରୀଙ୍କ ସହ କରିଥିବା ହ୍ବାଟ୍ସଆପ୍ ଚାଟିଂ ମଧ୍ୟ ଜ୍ୟୋତି ଡିଲିଟ୍ କରିଥିବା ଫରେନ୍ସିକ ଯାଞ୍ଚବେଳେ ଜଣାପଡିଛି । ସାଇରନ୍ ବାଜିବାଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କୁ ପଠାଯାଇଥିବା ବ୍ଲାକ୍ଆଉଟ୍ ସଂକ୍ରାନ୍ତ ସବୁ ତଥ୍ୟ ପାକ୍ ଅଧିକାରୀଙ୍କ ସହ ସେୟାର କରିଥିଲେ ଜ୍ୟୋତି । ଯାହାକୁ ପରେ ଡିଲିଟ୍ କରିଦେଇଥିଲେ । ମାତ୍ର ଏବେ ଫରେନ୍ସିକ୍ ଯାଞ୍ଚ ପରେ ଧିରେ ଧିରେ ଜ୍ୟୋତିଙ୍କ ସବୁ ଷଡ୍ଯନ୍ତ୍ର ଧରାପଡୁଛି । ସତ ମାନିଲେ ଜ୍ୟୋତି । ଜ୍ୟୋତିଙ୍କ ପ୍ରାଥମିକ ତଦନ୍ତ ଶେଷ ହୋଇଛି । ପ୍ରାଥମିକ ଜେରାରେ ସତ ମାନିଛନ୍ତି ପାକିସ୍ତାନୀ ଗୁପ୍ତଚର । ପାକିସ୍ତାନୀ ଅଧିକାରୀଙ୍କ ସହ ସମ୍ପର୍କ ଥିବା ସ୍ପଷ୍ଟ । ‘ଟ୍ରାଭେଲ ୱିଥ୍ ଜୋ’ ନାମରେ ୟୁଟ୍ୟୁବ୍ ଚ୍ୟାନେଲ ଅଛି । ୨୦୨୩ରେ ପାକିସ୍ତାନ ଯିବା ପାଇଁ ଭିସା ଆବେଦନ କରିଥିଲେ । ଭିସା ପାଇଁ ପାକିସ୍ତାନ ହାଇକମିସନ୍ କାର୍ଯ୍ୟାଳୟ ଅଫିସ ଯାଇଥିଲେ ଜ୍ୟୋତି । ସେଠାରେ ଅହସାନ-ଉର-ରହିମ ଓରଫ ଦାନିଶଙ୍କ ସହ ଜ୍ୟୋତିଙ୍କ ଭେଟ ହୋଇଥିଲା । ଦାନିଶ ସହ ଫୋନ୍ ଯୋଗେ ସମ୍ପର୍କ ରଖିଥିଲେ ଜ୍ୟୋତି । ପାକିସ୍ତାନରେ ଦାନିଶଙ୍କ ସହାୟତାରେ ଗୁଇନ୍ଦା ଅଧିକାରୀଙ୍କୁ ଭେଟିଥିଲେ ଜ୍ୟୋତି । ପାକିସ୍ତାନ ଗୁଇନ୍ଦା ଅଧିକାରୀ ଶାକିରଙ୍କ ଫୋନ୍ ନମ୍ବର ରାଣା ରନ୍ଧାୱା ନାମରେ ସେଭ୍ କରିଥିଲେ । ହ୍ବାଟ୍ସଆପ୍, ଟେଲିଗ୍ରାମ୍ ଓ ସ୍ନାପ୍ ଚାଟ୍ ଜରିଆରେ ପାକ୍ ଗୁଇନ୍ଦା ସହ ସମ୍ପର୍କରେ ଥିଲେ ଜ୍ୟୋତି । ଭାରତ ସୁରକ୍ଷା ସମ୍ପର୍କିତ ତଥ୍ୟ ଏହି ମାଧ୍ୟମରେ ପାକ୍ ଗୁପ୍ତଚରଙ୍କୁ ଦେଇଥିଲେ ଜ୍ୟୋତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!