ମୁମ୍ବାଇ,(ବାଘୁଆବାର୍ତ୍ତା): ପରଲୋକରେ ବଲିଉଡର ବରିଷ୍ଠ ଅଭିନେତ୍ରୀ ଶଶିକଳା ଜାବଲକର। ମୃତ୍ୟୁ ବେଳକୁ ତାଙ୍କୁ ୮୮ବର୍ଷ ହୋଇଥିବା ବେଳେ ମୁମ୍ବାଇର କୋଲାବାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ବାର୍ଦ୍ଧକ୍ୟଜନିତ କାରଣରୁ ତାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଶଶିକଳା ଅଗଷ୍ଟ ୧୯୩୨ରେ ସୋଲାପୁରର ଏକ ମହାରାଷ୍ଟ୍ରିଆନ ପରିବାରରେ ଜନ୍ମଗ୍ରହଣ କରିଥିଲେ। ସେ ଡାକୁ, ରାସ୍ତା ଏବଂ କଭି ଖୁସୀ କଭି ଗମ ଭଳି ଚଳଚ୍ଚିତ୍ରରେ କାମ କରି ଚର୍ଚ୍ଚିତ ହୋଇଥିଲେ। ଭାରତୀୟ ସିନେମାରେ ତାଙ୍କର ଅବଦାନ ପାଇଁ ଶଶିକଳାଙ୍କୁ ୨୦୦୭ମସିହାରେ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା। ୨୦୦୯ମସିହାରେ ସେ ଭି ଶାନ୍ତାରାମ ଆୱାର୍ଡ ସୋ’ରେ ଜୀବନବ୍ୟାପି ସାଧନା ପାଇଁ ସମ୍ମାନିତ ହୋଇଥିଲେ।






