Monday, June 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପଥରା ବୃଦ୍ଧାଶ୍ରମ ପ୍ରତିଷ୍ଠାତା ଶଶୀଭୂଷଣ ଆଚାରୀଙ୍କ ହୃଦଘାତରେ ମୃତ୍ୟୁ

by Sanjay Swain
May 11, 2021
in Accident
ପଥରା ବୃଦ୍ଧାଶ୍ରମ ପ୍ରତିଷ୍ଠାତା ଶଶୀଭୂଷଣ ଆଚାରୀଙ୍କ ହୃଦଘାତରେ ମୃତ୍ୟୁ
1.9k
VIEWS
Share on FacebookShare on Twitter

ଓଡ଼ଗାଁ(ବାଘୁଆବାର୍ତ୍ତା): ପଥରା ସ୍ଥିତ ମହର୍ଷି ଦୟାନନ୍ଦ ଚାରିଟେବୁଲ ଟ୍ରଷ୍ଟ ସଂସ୍ଥାପକ ତଥା ପରିବେଶବିତ ଶଶୀଭୂଷଣ ଆଚାରୀଙ୍କ ଗତକାଲି ଅପରାହ୍ନ ୪ ଘଟିକା ସମୟରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ହୃଦଘାତରେ ମୃତ୍ୟୁ ଘଟିଅଛି ।ସେ ଏକାଧାରରେ ସମାଜ ସଂସ୍କାରକ ,ସାମାଜିକ କର୍ମୀ, ମେଳାପୀ ,ମିଷ୍ଟଭାସି ,ପରୋପକାରୀ ବ୍ୟକ୍ତିତ୍ୱ ଭାବରେ ସମଗ୍ର ଓଡ଼ଗାଁ ଅଞ୍ଚଳରେ ଜଣାଶୁଣା ଥିଲେ।ମୃତ୍ୟୁବେଳକୁ ତାଙ୍କର ବୟସ ପ୍ରାୟ ୬୮ ବର୍ଷ ବୋଲି ଜଣାପଡିଛି ।ଓଡ଼ଗାଁବ୍ଲକ ବଡପୁଟ ଗ୍ରାମରେ ଜନ୍ମଗ୍ରହଣ କରିଥିବାବେଳେ ଆରଡ଼ା ଆର୍ଯ୍ୟସମାଜର ସକ୍ରିୟ ସଦସ୍ୟ ମଧ୍ୟ ଥିଲେ।ତାଙ୍କରି ପୁଅ ଅରୁଣ ଶଙ୍କର ଆଚାରି ଝିଅ ଅନ୍ନଦା ଆଚାରି ,ପ୍ରମୁଖ ଓଡ଼ଗାଁ ଶ୍ରୀରାମ ଲଜ୍ ଏବଂ ଆଚାରି ଜୁଏଲର୍ସର ମାଲିକ ଅଟନ୍ତି ।ବୈଦିକ ରୀତିନୀତି ଅନୁଯାୟୀ ତାଙ୍କର ମରଶରୀରକୁ ଆଶ୍ରମ ପରିସର ମଧ୍ୟରେ ସମାଧି ଦିଆଯାଇଥିଲା।ତାଙ୍କର ମୃତ୍ୟୁରେ ବୃଦ୍ଧାଶ୍ରମର ସମସ୍ତ ୨୫ ଜଣ ଅନ୍ତେବାସୀ ଦୁଃଖରେ ଭାଙ୍ଗି ପଡିଛନ୍ତି ।ତିନିମାସ ତଳେ ମଧ୍ୟ ବିଶାଖାପାଟଣାରେ ହୃଦରୋଗଜନିତ ଅସ୍ତ୍ରୋପଚାର ପରେ ଘରେ ବିଶ୍ରାମ ନେଉଥିଲେ ।ସ୍ବର୍ଗତ ଆଚାରୀଙ୍କ ପରଲୋକରେ ବିଭିନ୍ନ ମହଲରୁ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟୁଅଛି ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!