ଭୁବନେଶ୍ଵର, (ବାଘୁଆବାର୍ତ୍ତା): ଆସ୍କାର ପୂର୍ବତନ ବିଧାୟକ ସରୋଜ ପାଢୀ ନିଖୋଜ ଘଟଣା। ସରୋଜ ପାଢୀଙ୍କୁ ଖୋଜାଖୋଜି ଚାଲିଥିବା କହିଲେ ଭୁବନେଶ୍ଵର ଡିସିପି ପ୍ରତୀକ ସିଂ। ସେ କହିଛନ୍ତି ଯେ, ସରୋଜଙ୍କ ଫଟୋ ଓ ତଥ୍ୟ ବିଭିନ୍ନ ଥାନାକୁ ପଠାଇଛି କମିଶନରେଟ୍ ପୋଲିସ। ଗତ ୧୨ ତାରିଖରୁ ସେ ନିଖୋଜ ନେଇ କ୍ୟାପିଟାଲ ଥାନାରେ ଏତଲା ହୋଇଛି। ସେହିଦିନ ସେ ସକାଳ ୭ଟାରେ ଘରୁ କୁଆଡେ ପଳାଇଛନ୍ତି ବୋଲି ଅଭିଯୋଗ ହୋଇଛି । ସମ୍ପର୍କୀୟମାନଙ୍କୁ ପଚରାଉଚୁରା କରି ତଥ୍ୟ ସଂଗ୍ରହ କରାଯାଉଛି। ରେଲୱେ ଷ୍ଟେସନ, ବସ୍ ଷ୍ଟାଣ୍ଡ, ଏୟାରପୋର୍ଟ ଗୁଡ଼ିକୁ ଅବଗତ କରାଯାଇଛି। ସୂଚନାନୁଯାୟୀ, ଏହି ମାମଲାରେ କ୍ୟାପିଟାଲ ଥାନା ଆଇଆଇସିଙ୍କ ନେତୃତ୍ଵରେ ଏକ ଟିମ୍ ଘଟଣାର ତଦନ୍ତ କରୁଛନ୍ତି । ସେ କେଉଁକେଉଁ ସ୍ଥାନକୁ ଯାଇପାରନ୍ତି ସେସବୁ ସ୍ଥାନରେ ଅନୁଧ୍ୟାନ କରାଯାଉଛି । ରେଲୱେ ଷ୍ଟେସନ, ବସଷ୍ଟାଣ୍ଡରେ ପୋଲିସ ସିସିଟିଭି ଯାଞ୍ଚ୍ କରୁଛି। ଏହାସହ ସମସ୍ତ ସମ୍ପର୍କୀୟଙ୍କୁ ପଚରାଉଚୁରା କରୁଛି ପୋଲିସ।






