Wednesday, November 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଡିପ୍ଲୋମା ପ୍ରବେଶିକା ପରୀକ୍ଷାରେ ଟପ୍ପର ହୋଇଛନ୍ତି ଅନାଥ ଝିଅ ଶର୍ମିଷ୍ଠା

by ସଞ୍ଜୟ ସ୍ୱାଇଁ
September 23, 2021
in Education, State
ଡିପ୍ଲୋମା ପ୍ରବେଶିକା ପରୀକ୍ଷାରେ ଟପ୍ପର ହୋଇଛନ୍ତି ଅନାଥ ଝିଅ ଶର୍ମିଷ୍ଠା
167
VIEWS
Share on FacebookShare on Twitter

କଟକ, (ବାଘୁଆବାର୍ତ୍ତା): କଅଁଳ ମନ ଉପରେ ଲଦି ହୋଇ ପଡ଼ିଲା ଦୁଃଖର ପାହାଡ଼ । ଜୀବନ କ’ଣ ବୁଝିବା ଆଗରୁ ବାପାମା’ ଚାଲିଗଲେ। ସାହାରା ଦେଇଥିବା ଏକମାତ୍ର ମଉସା ବି ଏବେ ଆର ପାରିରେ। ତଥାପି ଭାଙ୍ଗି ପଡ଼ି ନ ଥିବା ୧୫ ବର୍ଷିୟା ଶର୍ମିଷ୍ଠା ମହାପାତ୍ର ପାଲଟିଛନ୍ତି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଡିପ୍ଲୋମା ପାଇଁ ହୋଇଥିବା ପ୍ରବେଶିକା ପରୀକ୍ଷାରେ ଟପ୍ପର ହୋଇଛନ୍ତି ଅନାଥ ଝିଅ ଶର୍ମିଷ୍ଠା। କଟକ ସ୍ଥିତ ବୋଷ ଇଂଜିନିୟରିଂ ସ୍କୁଲରେ ଡିପ୍ଲୋମା ପଢ଼ିବାକୁ ଚାହୁଁଥିବା ଶର୍ମିଷ୍ଠା ମାହାପାତ୍ର ଏଥିପାଇଁ ଖୁବ୍‌ ପରିଶ୍ରମ ବି କରୁଥିଲେ। ହେଲେ ଏଥିନିମନ୍ତେ ତାଙ୍କ ବହୁ ଝଡ଼ଝଞ୍ଜାର ସମ୍ମୁଖିନ ହେବାକୁ ପଡ଼ିଥିଲେ ବି ସେ ବାଟବଣା ହୋଇ ନ ଥିଲେ। ଆଉ ଶେଷରେ ଡିପ୍ଲୋମା ପ୍ରବେଶିକା ପରୀକ୍ଷାରେ ଟପ୍ପର ହୋଇ ପାରିଥିବା ଶର୍ମିଷ୍ଠା ନିଜ ସଫଳତାରେ ବେଶ୍‌ ଖୁସି ଅଛନ୍ତି। ହେଲେ ବାପାମା’ଙ୍କ ଇଚ୍ଛା ପୂରଣ କରିବାକୁ ଆଗକୁ ବି.ଟେକ କରି ଆଇଏଏସ୍‌ ହେବାକୁ ଲକ୍ଷ୍ୟ କରିଛନ୍ତି। କଟକ ଜିଲ୍ଲା ନରସିଂପୁର ଅଞ୍ଚଳର ଶର୍ମିଷ୍ଠା ମହାପାତ୍ର । ବାପାମା’ଙ୍କ ଗୋଟିଏ ବୋଲି ଝିଅ ଶର୍ମିଷ୍ଠା ଜୀବନକୁ ଭଲ ଭାବେ ବୁଝିବା ଆଗରୁ ହାତ ଛାଡ଼ିଦେଲେ ବାପାମା’ । ଏହାପରେ ଏତେ ବଡ଼ ଦୁନିଆରେ କୁନି ଝିଅଟିର ସାହାରା ଥିଲେ ନିଜ ମଉସା । ପାଖରେ ରଖି ବାପା ମାଙ୍କ ଭଳି ସ୍ନେହ ଆଦର ଦେଉଥିଲେ, ପାଠ ପଢ଼ାଉଥିଲେ । ହେଲେ ଏହି ଖୁସି ବି ସହିଲା ନାହିଁ ଦଇବ । ଶର୍ମିଷ୍ଠା ଦଶମ ପଢ଼ିଲା ବେଳେ ମଉସା ବି ଶେଷରେ ଆଖି ବୁଜିଲେ। ଏହାପରେ ସମ୍ପୂର୍ଣ୍ଣ ଅସହାୟ, ବେସାହାରା ହୋଇଯାଇଥିବା ଶର୍ମିଷ୍ଠାଙ୍କୁ ସହାୟ ହେଲା ଜିଲ୍ଲା ପ୍ରଶାସନ । ଏହାପରେ ସିଡ଼ବ୍ଲୁସି ସହାୟତାରେ ବିଡାନାସୀରେ ଥିବା ଶୋଭନିୟ ଶିକ୍ଷା ଆଶ୍ରମରେ ତାଙ୍କୁ ରଖା ଯାଇଥିଲା।ସେଠାରେ ରହି ପାଠ ପଢିବାର ସୁଯୋଗ ପାଇଥିଲେ ଶର୍ମିଷ୍ଠା । ଏପରିକି ବିନା କୌଣସି ସାହାଯ୍ୟରେ କଠିନ ପରିଶ୍ରମ, ନିଷ୍ଠା,ସାଧନା ବଳରେ ଡିପ୍ଲୋମା ପ୍ରବେଶିକା ପରୀକ୍ଷାରେ ସେ ଟପ୍ପର ହେବାର ଗୌରବ ହାସଲ କରିପାରିଛନ୍ତି। ଶର୍ମିଷ୍ଠାଙ୍କ ସଫଳତା ପାଇଁ ଗର୍ବ ଅନୁଭଵ କରୁଛନ୍ତି ଆଶ୍ରମର କର୍ମକର୍ତ୍ତା ଏବଂ ତାଙ୍କ ସହପାଠୀ । ଏନେଇ ଶର୍ମିଷ୍ଠା କହିଛନ୍ତି, ବାପାମା’ ଯିବା ପରେ ମଉସା ଚାଲିଗଲେ। ବହୁତ ଭାଙ୍ଗି ପଡ଼ିଥିଲି। ତା’ ପରେ ବିଡିଓଙ୍କ ସହଯୋଗରେ ଶୋଭନୀୟ ଶିକ୍ଷାଶ୍ରମରେ ପଢ଼ିଲି। ଏଠାରେ ଖୁବ ସହଯୋଗ ପାଇଲି। ବାପାମା’ଙ୍କ ପରି ସ୍ନେହ ବି କରୁଛନ୍ତି। ଶୋଭନୀୟ ଶିକ୍ଷାଶ୍ରମ ସଂପାଦକ ଡକ୍ଟର ଅରୁନ୍ଧତୀ ଦେବୀ କହିଛନ୍ତି, କଅଁଳ ମନ ହେଲେ ବି ଆତ୍ମନିର୍ଭରଶୀଳ ହେବା ପାଇଁ ରହିଛି ଅଦ୍ୟମ ଇଚ୍ଛା। ଡିପ୍ଲୋମା ପରେ ଆଇଏଏସ୍‌ ହେବା ପାଇଁ ଝିଅଟି ମନେ ମନେ ପଣ କରିଛି। କେବଳ ସେତିକି ନୁହେଁ, ତାକୁ ସାକାର କରିବାକୁ ପରିଶ୍ରମ ବି କରୁଛି। ବାପାମା’ଙ୍କୁ ହରାଇ ମଧ୍ୟ ଏପରି ସଫଳତା ପାଇଥିବା ଶର୍ମିଷ୍ଠାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶୁଭେଚ୍ଛା ଜଣାଯାଇଛନ୍ତି। ସମସ୍ତ ପ୍ରକାର ବାଧାବିଘ୍ନକୁ ଏଡ଼ାଇ ଶୋଭନୀୟ ଶିକ୍ଷାଶ୍ରମ, କଟକର ଅନ୍ତେବାସୀ ଶର୍ମିଷ୍ଠା ମହାପାତ୍ର ଡିପ୍ଲୋମା ପ୍ରବେଶିକା ପରୀକ୍ଷାରେ ପ୍ରଥମ ରାଙ୍କ ରଖି ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ତାଙ୍କ ନିଷ୍ଠା ଓ ଦୃଢ ଇଚ୍ଛା ଶକ୍ତିର ପ୍ରଶଂସା କରିବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଥିବା ଟ୍ୱିଟ କରିଛନ୍ତି ମୁଖ୍ୟମନ୍ତ୍ରୀ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!