Friday, July 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାପ ପୁଅ ଭଣ୍ଡ ବାବା ସାରଥୀ ନାଁରେ ଚଲାଇଥିଲେ ପ୍ରହସନ, ଉଠାଇ ନେଲା ପୋଲିସ

by ସଞ୍ଜୟ ସ୍ୱାଇଁ
October 21, 2021
in State
ବାପ ପୁଅ ଭଣ୍ଡ ବାବା ସାରଥୀ ନାଁରେ ଚଲାଇଥିଲେ ପ୍ରହସନ, ଉଠାଇ ନେଲା ପୋଲିସ
319
VIEWS
Share on FacebookShare on Twitter

କାମାକ୍ଷାନଗର, (ବାଘୁଆବାର୍ତ୍ତା): ମହଙ୍ଗା ପଡ଼ିଲା ଭଣ୍ଡ ସାରଥି ପ୍ରେମ। କୋଭିଡ ନିୟମ ଉଲଂଘନ କରିବା ସହ ସାହି ମଝିରେ ଭଣ୍ଡ ବାବା ନାମରେ ପ୍ରହସନ କରୁଥିବାର ଗ୍ରାମବାସୀଙ୍କ ତରଫରୁ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା ଖବର ପାଇବା ପରେ ବାପ ପୁଅ ଦୁଇ ଜଣଙ୍କୁ ଉଠାଇ ନେଇଛି ପୋଲିସ। ସୂଚନା ମୁତାବକ, ପରଜଙ୍ଗ ବ୍ଲକ କନ୍ଦରସିଂହା ଗ୍ରାମ ଖଳିବାହାଳ ସାହିର ଏକ ଭଣ୍ଡ ସାରଥୀ ଭକ୍ତ ବାପା ଦିବାକର ନାଥ ଓ ପୁଅ ସୁକାନ୍ତ ନାଥ। ବହୁ ଚର୍ଚ୍ଚିତ ଭଣ୍ଡ ସାରଥୀ ବାବାକୁ ପୂଜା କରିବା ସହିତ ସାରଥୀ ଫଟରୁ ମହୁ ଓ ଲହୁଣୀ ବାହାରୁଥିବା ପରିବାର ଲୋକେ ଦାବି କରି ଆସୁଥିଲେ। ଯାହାଦ୍ୱାରା ଉକ୍ତ ଘରକୁ ଦୂର ଦୁରାନ୍ତରୁ ସାରଥୀ ଭକ୍ତଙ୍କ ସୁଅ ଛୁଟିଥିଲା। ତେବେ ବୁଧବାର ସନ୍ଧ୍ୟା ସମୟରେ କୁମାର ପୂର୍ଣ୍ଣିମା ଥିବା ବେଳେ ସେହି ପରିବାର ଲୋକେ ଦୂର ଦୁରାନ୍ତରୁ କିଛି ଭକ୍ତଙ୍କୁ ଡାକି ଭୋଜି ଭାତର ଆୟୋଜନ କରିବା ସହ ସାରଥୀ ଫଟକୁ ରଖି ପୂଜାର୍ଚନା କରୁଥିଲେ। ଯାହାକି ପ୍ରଶାସନର କୌଣସି ଅନୁମତି ନ ଥିଲା। କୋଭିଡ ନିୟମର ଖୋଲା ଖୋଲି ଉଲଂଘନ ଓ ବାରମ୍ବାର ଏପରି ପ୍ରହସସନରେ ଗ୍ରାମବାସୀ ଲଜିତ ହେବାକୁ ପଡିଥିଲା। ତେଣୁ ଗତକାଲି ବୁଧବାର ସନ୍ଧ୍ୟା ସମୟରେ ଭଣ୍ଡ ସାରଥିର ଭକ୍ତମାନେ ଆସର ଜମାଇଥିବା ବେଳେ ଗ୍ରାମବାସୀ ଏକତ୍ରିତ ହୋଇ ଥାନାର ଦ୍ୱାରସ୍ଥ ହୋଇଥିଲେ। ଖବର ପାଇ ଘଟଣା ସ୍ଥଳରେ ପରଜଙ୍ଗ ପୋଲିସ ପହଞ୍ଚି ସଂପୃକ୍ତ ବାପ ପୁଅ ଦୁଇ ଜଣକୁ ପୋଲିସ ଉଠାଇ ନେଇ ଥାନାରେ ଅଟକ ରଖିଛି। ତେବେ ଆଗକୁ ଏପରି ପ୍ରହସନ ଜାରି ରହିଲେ ଗ୍ରାମବାସୀମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!