ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ସହରରେ ଅବସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ରଜତ ଜୟନ୍ତୀ ପାଇଁ ଅଭିଭାବକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପରିଚାଳନା କମିଟି ସଭାପତି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଡିସେମ୍ବର ୨୯ ତାରିଖରୁ ୩୧ ଯାଏଁ ରଜତ ଜୟନ୍ତି ପାଳିତ ହେବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏଥିସହିତ ୨୮ ତାରିଖରେ ଶତାଧିକ ମାଆ ମାନଙ୍କର ଦକ୍ଷୀଣକାଳୀଙ୍କଠାରୁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପର୍ଯ୍ୟନ୍ତ ଏକ କଳସ ଯାତ୍ରା, ୨୯ ତାରିଖରେ ଛାତ୍ରଛାତ୍ରୀ ଏବଂ ପୂର୍ବତନ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ମଶାଲ୍ ଶୋଭାଯାତ୍ରା ଅନୁଷ୍ଠିତ ହେବ । ଏହି ସମାରୋହରେ ହାସ୍ୟକବି ସମ୍ମିଳନୀ, ବୁଦ୍ଧୀଜୀବୀ ସମ୍ମିଳନୀ, ପୂର୍ବତନ ଗୁରୁଜୀଗୁରୁମା ସମ୍ମିଳନୀ, ପୂର୍ବତନ ଛାତ୍ରଛାତ୍ରୀ ସମ୍ମିଳନୀ ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେବା ପାଇଁ ସ୍ଥିର କରାଯାଇଛି । ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ଅଭିଭାବକ ଏବଂ ଅଭିଭାବିକାମାନେ ପୂଣ୍ଣ ସହଯୋଗ କରିବାକୁ ମତବ୍ୟକ୍ତ କରିଛନ୍ତି । ଏଥିରେ ଅନୁଷ୍ଠନାର ପ୍ରଧାନ ଆଚାର୍ଯ୍ୟ ଅମ୍ବିକା ପ୍ରସାଦ ପଟ୍ଟନାୟକ କାର୍ଯ୍ୟକ୍ରମର ରୂପରେଖ ସଂମ୍ପର୍କରେ ମତବ୍ୟକ୍ତ କରିବା ସହ ୨୦୧୮-୧୯ ଶିକ୍ଷା ବର୍ଷରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ନୟାଗଡ଼ ପୈାରାଞ୍ଚଳରେ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାର ଶ୍ରେଷ୍ଠ ବିଦ୍ୟାଳୟ ସମ୍ମାନ ପାଇଛି ବୋଲି ସୂଚନା ପ୍ରଦାନ କରିଥିଲେ । ଏହି ବୈଠକରେ ଶିକ୍ଷା ବିକାଶ ସମିତିର ସମ୍ଭାଗ ସଦସ୍ୟ ଚନ୍ଦ୍ରଭାନୁ ବରାଡ଼ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ରଜତ ଜୟନ୍ତୀର ସଫଳତା ଦୃଷ୍ଟିରୁ ଅଭିଭାବକମାନଙ୍କଠାରୁ ସାହାର୍ଯ୍ୟ କାମନା କରିଥିଲେ । ସର୍ବଶେଷରେ ଡ. ସନ୍ତୋଷ କୁମାର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।





