Tuesday, September 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସରସ୍ୱତି ଶିଶୁ ବିଦ୍ୟାମନ୍ଦିର ପରିସର ରେ”ଘର ହିଁ ବିଦ୍ୟାଳୟ ପ୍ରକଳ୍ପ”

by ସଞ୍ଜୟ ସ୍ୱାଇଁ
May 10, 2026
in Nayagarh
ସରସ୍ୱତି ଶିଶୁ ବିଦ୍ୟାମନ୍ଦିର ପରିସର ରେ”ଘର ହିଁ ବିଦ୍ୟାଳୟ ପ୍ରକଳ୍ପ”
18
VIEWS
Share on FacebookShare on Twitter

 ନୟାଗଡ଼, (ବାଘୁଆବାର୍ତ୍ତା): “ଘର ହିଁ ବିଦ୍ୟାଳୟ ପ୍ରକଳ୍ପ” ଆଧାର (୨) ପ୍ରଥମ ଶ୍ରେଣୀର ଶିଶୁ ମନ୍ଦିର ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଡ଼ ଉମାକାନ୍ତ ତ୍ରିପାଠୀ ଦଶପଲ୍ଲା ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନର ଅଧ୍ୟାପକ ଦୀପ ପ୍ରଜ୍ବଳନ କରି ସମସ୍ତଙ୍କ ନିମେନ୍ତ ଆଶିଷ ଭିକ୍ଷା କରିବା ବେଳେ ପ୍ରଧାନ ଆଚାର୍ଯ୍ୟ  ଅମ୍ବିକା ପ୍ରସାଦ ପଟ୍ଟନନାୟକ ଅତିଥି ଅଧିକାରୀଙ୍କ ପରିଚୟ ସହ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଉପସ୍ଥାପନା କରିଥିଲେ । ମୁଖ୍ୟବକ୍ତା ଡ. ମାନସ କୁମାର ସାହୁ (ଅଧ୍ୟାପକ, ଡି.ଆଇ.ଇ.ଟି କଲେଜ, ସୁନାଖଳା) ମହୋଦୟ ଶିଶୁର ସାମଗ୍ରିକ ବିକାଶ ଦିଗରେ ଅଭିଭାବକଙ୍କ ସକ୍ରିୟତା କେଉଁ ପରି ହେବା ଆବଶ୍ୟକ ଅତି ସୁନ୍ଦର ଭାବେ ଉପସ୍ଥାପନା କରିଥିଲେ । ଶିଶୁର ସମଗ୍ର ବିକାଶ ନିମନ୍ତେ ପଞ୍ଚ ଜ୍ଞାନେନ୍ଦ୍ରିୟ , ପଞ୍ଚ କର୍ମେନ୍ଦ୍ରିୟ ଓ ପାଞ୍ଚ ଦକ୍ଷତା ସହ ପଞ୍ଚକୋଷର ବିକାଶ ପ୍ରତି ଗୁରୁତ୍ୱ ଦେବା ଆବଶ୍ୟକ । ଶିଶୁଙ୍କ ମସ୍ତିକର ୮୫ ଭାଗ ଜନ୍ମରୁ ୬ ବର୍ଷ ଭିତରେ ବିକାଶ ହୋଇଥାଏ । ଦିନଚର୍ଯ୍ୟା , ସମୟାନୁବର୍ତିତା, ଅନୁଶାସନ, ବ୍ୟବସ୍ଥିତତା ଆଦି କାର୍ଯ୍ୟ ଅଭିଭାବକଙ୍କ ଉଚିତ୍ ମାର୍ଗଦର୍ଶନରେ  କରିବା ସହ ଉପଯୁକ୍ତ ବୟସରେ ଶିଶୁଙ୍କ ଭାଷାର ବିକାଶ ପ୍ରତି ଧ୍ୟାନ ଦେବ । ଧାରଣା, ସ୍ମୁତି, କଳ୍ପନା, ପରୀକ୍ଷଣ, ନିରୀକ୍ଷଣ, ସଂଶ୍ଲେଷଣ, ବିଶ୍ଳେଷଣ, ତର୍କ, ଅନୁମାନ, ତୁଳନା, ଅନୁଭବ ଆଦି ୧୧ଟି କୌଶଳର ବିକାଶ କରାଇଲେ ବୌଦ୍ଧିକ ବିକାଶର ଉନ୍ନତି ଘଟିପାରିବ । ଆଈ ମା’ କାହାଣୀ, ପହଳିକା, ଢଗଢମାଳି, ଲୋକକଥା, ଆଦି ଅନୌପଚାରିକ ଶିକ୍ଷା ଶିଶୁ ତା’ର ପରିବାରରୁ ଶିକ୍ଷା ପାଇବା ବେଳେ ଔପଚାରିକ ଶିକ୍ଷା ବିଦ୍ୟାଳୟରୁ ଶିକ୍ଷା ଲାଭ କରିଥାଏ । ଦେଶକଥା, ସଂସ୍କୃତି କଥା, ବୀରତ୍ୱ କଥା ଶିଶୁଙ୍କୁ ଶିକ୍ଷା ଦେବା ଆବଶ୍ୟକ । ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ଲାଭ କରିଲେ ଶିଶୁଟିଏ ନିଶ୍ଚିତ ରୂପେ ପୂର୍ଣ୍ଣାଙ୍ଗ ମଣିଷ ହୋଇପାରିବ । ଏହି କାର୍ଯ୍ୟକ୍ରମରେ ଡ. ଉମାକାନ୍ତ ତ୍ରିପାଠୀ ମହୋଦୟ ଧନ୍ୟବାଦ ଅର୍ପଣ କରିଥିଲେ । ଶିଶୁମାନଙ୍କର ମୋ ଭାଷା, ମୋ ଗଣିତ ପ୍ରାୟୋଗିକ କାଳାଂଶ ହୋଇଥିଲା । ପରିଚାଳନା ସମିତିର ସମସ୍ତ କାର୍ଯ୍ୟକର୍ତ୍ତା ଓ ଗୁରୁଜୀ ଗୁରୁମାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!