ରଣପୁର, (ବାଘୁଆବାର୍ତ୍ତା): ନୟାଗଡ ଜିଲ୍ଲା ରଣପୁର ବ୍ଲକ ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟରେ ଧୂମଧାମରେ ସରସ୍ବତୀ ପୂଜା ଅନୁଷ୍ଠିତ ହୋଇ ଯାଇଛି | ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶୀଲ କୁମାର ରଣାଙ୍କ ତତ୍ୱାବଧାନରେ ମା ବାଗଦେବୀଙ୍କ ପୂଜା ପାଳନ ହୋଇଥିଲା | ସହକାରୀ ଶିକ୍ଷକ ଦିଲ୍ଲୀପ କୁମାର ସାହୁ, ଶିକ୍ଷୟତ୍ରୀ ପଦ୍ମାବତୀ ବେହେରା, ଅଙ୍ଗନବାଡି କର୍ମୀ ପୁଷ୍ପମଞ୍ଜରୀ ଦେଇ, କାନନବାଳା ସାହୁଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଠିକ ଭାବେ ପରିଚାଳିତ ହୋଇଥିଲା | ଛାତ୍ରଛାତ୍ରୀମାନେ ନୂତନ ପୋଷାକ ପିନ୍ଧି ପୂଜାରେ ସାମିଲ ହୋଇଥିଲେ | ପରିଚାଳନା କମିଟି ସଭାପତି, ସମସ୍ତ ସଭ୍ୟ ଓ ଗ୍ରାମବାସୀ ପୂଜାରେ ସହଯୋଗ କରିଥିଲେ |