Tuesday, August 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମିଛୁଆ ସରପଞ୍ଚଙ୍କୁ ସାବଧାନ, ଫସାଇ ଦେବେ !

by ସଞ୍ଜୟ ସ୍ୱାଇଁ
March 22, 2021
in Feature News
ମିଛୁଆ ସରପଞ୍ଚଙ୍କୁ ସାବଧାନ, ଫସାଇ ଦେବେ !
933
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ସଦର ବ୍ଲକ ଅନ୍ତର୍ଗତ ଏକ ପଞ୍ଚାୟତ ମିଛୁଆ ସରପଞ୍ଚଙ୍କ ଆଭିମୁଖ୍ୟ ଏବଂ ପ୍ରକୃତି ଏବେ ଧିରେ ଧିରେ ସାମନାକୁ ଆସୁଛି । ନିଜକୁ ସଚ୍ଚୋଟ ବୋଲି ଦେଖାଇ ହେଉଥିବା ଏହି ସରପଞ୍ଚ ବ୍ୟାପକ କେଳେଙ୍କାରୀ କରି ଅଠା ପଞ୍ଚାୟତ ନିର୍ବାହୀ ଅଧିକାରୀ ଏବଂ ଯନ୍ତ୍ରୀଙ୍କ ମୁଣ୍ଡରେ ବୋଳିବାକୁ ଚେଷ୍ଟା କରି ବିଫଳ ହୋଇଛନ୍ତି । ଯେଉଁଥିପାଇଁ ବାଉଳିରେ ରକ୍ତ ଚାଉଳ ଚୋବାଉଥିବା ସରପଞ୍ଚଙ୍କ ବିରୁଦ୍ଧରେ ଆସିଛି ସାଂଘାତିକ ଅଭିଯୋଗ । ଉକ୍ତ ପଞ୍ଚାୟତର ୧୭ ୱାର୍ଡ଼ ସଭ୍ୟଙ୍କ ମଧ୍ୟରୁ ଏଗାର ୱାର୍ଡ଼ ସଭ୍ୟ ଗତ ୨ ତାରିଖରେ ବିଡିଓ ଫେରାଦ ହୋଇଛନ୍ତି । ସେମାନଙ୍କ ଅଭିଯୋଗ ଅନୁସାରେ, ପଞ୍ଚାୟତ ଉନ୍ନୟନ କାର୍ଯ୍ୟରେ ସରପଞ୍ଚ ବାଧକ ସାଜିଥିବା ଜଣାଯାଇଛି । ଏପରିକି ଅନେକ କାର୍ଯ୍ୟ ସଭ୍ୟଙ୍କ ଅଗୋଚରରେ କରାଯାଇ ବିଲ୍ କରିବା ପାଇଁ ସରପଞ୍ଚ ଯନ୍ତ୍ରୀ ଏବଂ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟ କରୁଥିବା ୱାର୍ଡ଼ ସଭ୍ୟମାନେ ଅଭିଯୋଗ କରିଛନ୍ତି । ଅନେକ କାମର ଧାର୍ଯ୍ୟ ରାଶିଠାରୁ ଅଧିକ ବିଲ କରାଇବା ପାଇଁ ସେ ବାଧ୍ୟ କରୁଥିବା ମଧ୍ୟ ଅଭିଯୋଗ ହୋଇଛି । ଉକ୍ତ ଦୁଇ ଅଧିକାରୀଙ୍କୁ ବିଭିନ୍ନ ଅବାନ୍ତର ପ୍ରଶ୍ନ କରିବା ଏହା ତାଙ୍କର ନୀତିଗତ ଅଭ୍ୟାସ ଏବଂ ସୂଚନା ଅଧିକାର ଆଇନରେ ତଥ୍ୟ ମାଗିବା, ବିଭିନ୍ନ ସମୟରେ କଥା ରେକର୍ଡ଼ି କରି ଗଣମାଧ୍ୟମରେ ନିଜକୁ ସାଧୁ ଜଣେଇ ହେବା ତାଙ୍କର ଏକ ରୋଗରେ ପରିଣତ ହୋଇଛି । ଯାହାକୁ ନେଇ ଅନେକ ୱାର୍ଡ଼ ସଭ୍ୟ କେତେବେଳେ ଏହି ସରପଞ୍ଚ କାହାକୁ ଫସେଇ ଦେବେ ବୋଲି ସନ୍ଦେହ ପ୍ରକାଶ କରୁଛନ୍ତି । ସବୁଠାରୁ ବଡ଼ ସାଂଘାତିକ ଏହା ଯେ, ସଭ୍ୟମାନେ ଉକ୍ତ ପଞ୍ଚାୟତ ଯେକୈାଣସି କାମ ସମସ୍ତଙ୍କର ଜାଣତରେ କରାଯିବା ପାଇଁ ବିଡିଓଙ୍କୁ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗ ସମ୍ବନ୍ଧରେ ସରପଞ୍ଚ ଜାଣି ପାରିବା ପରେ ବିଡିଓଙ୍କୁ ଫସାଇବା ଉଦ୍ଦେଶ୍ୟରେ ଚାମ୍ବର ବାହାରୁ ମୋବାଇଲ ଭିଡିଓ ରେକର୍ଡ଼ି ଆରମ୍ଭ କରିବା ସହ ନିଜ ସାଧୁତାର ଚଳଚ୍ଚିତ୍ର ରଚନା କରିଥିବା ଆଲୋଚନା ହେଉଛି । ସରପଞ୍ଚ ଜର ବାଉଳିରେ ତାଟିଆ କାମୁଡ଼ିବାର କାରଣ ହେଉଛି, ପଞ୍ଚାୟତର ରାସନ ସାମଗ୍ରୀ କେଳେଙ୍କାରୀ । ଯାହାକି ଆଗାମୀ ଦିନରେ ଖୁଲାସା କରାଯିବ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!