ନୟାଗଡ଼, (ବାଘୁଆବାର୍ତ୍ତା): ମହୁଫେଣାକୁ ନେଇ ହାତାହାତି । ଥାନାରେ ଦୁଇ ଦୁଇଟି ମାମଲା । ଏଭଳି ଅଭିଯୋଗ ଆସିଛି ଶରଣକୁଳ ଥାନା ଅଞ୍ଚଳରେ । ସୂଚନାନୁସାରେ, ଶରଣକୁଳ ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ହରିଜନ ସାହିରେ ଦୁଇଟି ପରିବାର ଭିତରେ ମହୁଫେଣାକୁ ନେଇ ବଚସା ଲାଗିଥିଲେ । ବଚସା ଉଗ୍ରରୂପ ନେବାରୁ ଉଭୟ ପରିବାର ଭିତରେ ପାଟିତୁଣ୍ଡ ଓ ହାତାହାତି ହୋଇଥିଲେ । ଏନେଇ ଶରଣକୁଳ ଥାନାରେ କେସ୍ ନଂ ୬୪/୨୧ ଓ ୬୫/୨୧ରେ ଦୁଇଟି ମାମଲା ଋଜୁ କରାଯାଇଥିବା ନେଇ ଥାନାଅଧରକାରୀ ବିମଳ କୁମାର ମଲ୍ଲିକ୍ ସୂଚନା ଦେଇଛନ୍ତି ।





