ନୟାଗଡ଼, (ବାଘୁଆବାର୍ତ୍ତା): ଶରଣକୁଳ ଥାନା ଅନ୍ତର୍ଗତ ବଡପୁଟ ଗ୍ରାମର ଜଣେ ବରିଷ୍ଠ ନାଗରିକଙ୍କ ମୃତ୍ୟୁ ଘଟିଛି । ବଡ଼ପୁଟ ଗ୍ରାମର ଲୋକନାଥ ପରିଡା ତିନି ଚାରିଦିନ ଧରି କୌଣସି କାରଣରୁ ମାନସିକ ଚିନ୍ତାଗ୍ରସ୍ତ ଥିଲେ । ରବିବାର ରାତିରେ ଝାଡ଼ାଯିବାକୁ କହି ଘରୁ ବାହାରି ଯାଇଥିଲେ। ନିଜ ସ୍ତ୍ରୀ ସାଙ୍ଗରେ ଯିବାକୁ କହିବାରୁ ମନା କରି ନିଜେ ଏକାକି ଯାଇ ଦୀର୍ଘ ସମୟ ଧରି ଘରକୁ ଫେରିନଥିଲେ । ପରିବାର ଲୋକେ ସନ୍ଦେହରେ ଚାରିଆଡେ ଖୋଜାଖୋଜି କରିବାରୁ ଭୋର ୪ ଟା ସମୟରେ ତାଙ୍କ ମୃତ ଶରୀର ଗ୍ରାମଠାରୁ କେନ୍ଦୁପଲ୍ଲୀ ଯିବା ରାସ୍ତାର ପ୍ରାୟ ଏକ କିଲୋମିଟର ଦୂରରେ ଥିବା ନିଜ ଆମ୍ବ ତୋଟାରେ ଦେଖିବାକୁ ମିଳିଥିଲା । ଏକ ଆମ୍ବ ଗଛରେ ବେକରେ ରଶି ଲାଗି ଝୁଲୁଥିବା ଦେଖାଯାଇଥିଲା । ଏହି ଘଟଣାରେ ତାଙ୍କ ପୁଅ ପ୍ରଦୀପ ପରିଡା ଥାନାରେ ଅଭିଯୋଗ କରିଥିଲେ । ଶରଣକୁଳ ପୁଲିସ ପହଞô୍ଚବା ପରେ ରଶିରେ ଝୁଲୁଥିବା ଲୋକନାଥଙ୍କ ମୃତ ଶରୀରକୁ ଉଦ୍ଧାର ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଶରଣକୁଳ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ଲୋକନାଥ ନିଜେ କୌଣସି କାରଣ ପାଇଁ ଆତ୍ମହତ୍ୟା କରିଥିବା କିମ୍ବା ତାଙ୍କୁ ମାରି କିଏ ଗଛରେ ଟାଙ୍ଗି ଦେଇଥିବା ସନ୍ଦେହ ହୋଇଛି । ଘଟଣାର ବିଧିବଦ୍ଧ ତଦନ୍ତ ପାଇଁ ସାଧାରଣରେ ଦାବି ହେଉଛି ।





