Wednesday, November 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୪ବର୍ଷର ଝିଅକୁ ମାରି ଜଙ୍ଗଲରେ ପୋତିଦେଲା ମାଆ

by ସଞ୍ଜୟ ସ୍ୱାଇଁ
October 18, 2023
in Crime, State
୪ବର୍ଷର ଝିଅକୁ ମାରି ଜଙ୍ଗଲରେ ପୋତିଦେଲା ମାଆ
78
VIEWS
Share on FacebookShare on Twitter

କନ୍ଧମାଳ, (ବାଘୁଆବାର୍ତ୍ତା): ମା’ କୋଳ ପିଲା ପାଇଁ ସବୁଠି ସୁରକ୍ଷିତ ସ୍ଥାନ। ମା’ର ପଣତକାନି ପିଲାକୁ ସବୁ ବିପଦରୁ ରକ୍ଷା କରିଥାଏ। ମା’ ପାଖରେ ଥିବା ବେଳେ କୌଣସି ବିପଦ ପିଲାଙ୍କ ପାଖ ମାଡ଼ି ନଥାଏ। କାରଣ ନିଜ ଜୀବନକୁ ବାଜି ଲଗାଇ ମା’ ପିଲାକୁ ରକ୍ଷା କରିଥାଏ। ହେଲେ ଏଠାରେ ଆମେ ଯେଉଁ ମାଆ କଥା କହିବାକୁ ଯାଉଛୁ ସେ ନିଜ ପିଲା ପାଇଁ ପାଲଟି ଯାଇଛି ରାକ୍ଷସୀ। ନିଜ ୪ବର୍ଷର ଝିଅକୁ ମାରି ଜଙ୍ଗଲରେ ପୋତି ଦେଇଛି। ପୁଲିସ ଅଭିଯୁକ୍ତ ମା’ ପଦ୍ମିନୀ ଦଣ୍ଡିଆଙ୍କୁ ଅଟକ ରଖିଛି। ଏପରି ହୃଦୟ ବିଦାରକ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ସାରଙ୍ଗଡ ଥାନା ଅନ୍ତର୍ଗତ ଗୁଟିଙ୍ଗିଆ ଗାଁରେ। ମୃତ ନାବାଳିକା ଜଣଙ୍କ ହେଲେ ସୁରେଖା ଦଣ୍ଡିଆ। ସୂଚନା ଅନୁଯାୟୀ, ପଦ୍ମିନୀ ଗୁଟିଙ୍ଗିଆ ଗ୍ରାମର ରାକେଶଙ୍କୁ ବିବାହ କରିଥିଲେ। ବିବାହର ପରେ ପାରିବାରିକ ଅଶାନ୍ତି ଲାଗି ରହିଥିଲା। ଏଥିପାଇଁ ଗତ ୪ବର୍ଷ ହେଲା ପଦ୍ମିନୀ ନିଜ ବାପ ଘରେ ରହୁଥିଲେ। ଗତ ଶନିବାର ଦିନ ପଦ୍ମିନୀ ନିଜ ୪ବର୍ଷର ଝିଅ ସୁରେଖାକୁ ନେଇ କେଉଁ ଆଡେ ପଳାଇ ଯାଇଥିଲେ। ପରିବାର ଲୋକେ ତାଙ୍କୁ ବହୁତ ଖୋଜାଖୋଜି କରିଥିଲେ, ହେଲେ ପାଇ ନଥିଲେ। ସୋମବାର ପୁଣି ପଦ୍ମିନୀ ବାପଘରକୁ ପଳାଇ ଆସିଥିଲେ। ହେଲେ ଝିଅ ତାଙ୍କ ସାଙ୍ଗରେ ନଥିଲେ। ଏନେଇ ପଦ୍ମିନୀଙ୍କ ବାପା ନାତୁଣୀ ବିଷୟରେ ପଚାରିଥିଲେ। ପଦ୍ମିନୀ ଝିଅକୁ ମାରି ଜଙ୍ଗଲରେ ପୋତି ଦେଇଥିବା କହିଥିଲେ। ଏନେଇ ପଦ୍ମିନୀଙ୍କ ବାପା ପୁଲିସକୁ ଖବର ଦେଇଥିଲେ। ପୁଲିସ ପଦ୍ମନୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିଥିଲା। ଝିଅକୁ ମାରି ଜଙ୍ଗଲରେ ପୋତି ଦେଇଥିବା ପଦ୍ମନୀ ପୁଲିସ ଆଗରେ କହିଥିଲେ। ପୁଲିସ ଗତକାଲି ଜଙ୍ଗଲରୁ ନାବାଳିକାଙ୍କ ଗଳିତ ମୃତଦେହ ଉଦ୍ଧାର କରିଥିଲା। କେଉଁ କାରଣ ପାଇଁ ପଦ୍ମିନୀ ଝିଅକୁ ହତ୍ୟା କଲେ ତା’ର କାରଣ ଜଣାପଡ଼ିନାହିଁ। ପୁଲିସ ପଦ୍ମିନୀଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏପରି ଘଟଣାକୁ ଅଞ୍ଚଳବାସୀ ନିନ୍ଦା କରିଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!